Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେ.ଏଲ୍ ରାହୁଲଙ୍କ ସହ ଓପନିଂ କରିବେ ଏହି ୨୩ ବର୍ଷୀୟ ବ୍ୟାଟ୍ସମ୍ୟାନ୍, ଏଭଳି ହେବ ପ୍ଲେଇଂ ଏକାଦଶ!
ଆଜିର ଖବର

କେ.ଏଲ୍ ରାହୁଲଙ୍କ ସହ ଓପନିଂ କରିବେ ଏହି ୨୩ ବର୍ଷୀୟ ବ୍ୟାଟ୍ସମ୍ୟାନ୍, ଏଭଳି ହେବ ପ୍ଲେଇଂ ଏକାଦଶ!

June 6, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଜୁନ୍ ୯ ତାରିଖରୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏକ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ ଖେଳାଯିବ। ଏହି ସିରିଜର ପ୍ରଥମ ଟି -୨୦ ଦିଲ୍ଲୀର ଫେରୋଜ ଶାହା କୋଟଲା ଗ୍ରାଉଣ୍ଡରେ ଖେଳାଯିବ। ଏହି ସିରିଜରେ କେଏଲ ରାହୁଲ ଟିମ୍ ଇଣ୍ଡିଆର ଅଧିନାୟକ ଥିବାବେଳେ ଋଷଭ ପନ୍ତ ଉପ-ଅଧିନାୟକ ଅଛନ୍ତି। ଆସନ୍ତୁ ଜାଣିବା ପ୍ରଥମ ଟି -୨୦ ରେ ଟିମ୍ ଇଣ୍ଡିଆର ଖେଳାଳି ଏକାଦଶ କିପରି ହୋଇପାରେ….

ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ରେ ୨୩ ବର୍ଷୀୟ ଇଶାନ୍ କିଶନ ଅଧିନାୟକ କେ.ଏଲ୍ ରାହୁଲଙ୍କ ସହ ଇନିଂସ ଆରମ୍ଭ କରିପାରନ୍ତି। ଏହା ପରେ ଶ୍ରେୟସ୍ ଆୟର ତିନି ନମ୍ବରରେ ବ୍ୟାଟିଂ କରିବେ। ଏହାପୂର୍ବରୁ ଆୟର୍ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ତିନି ନମ୍ବରରେ ଖେଳିଥିଲେ। ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜରେ ସେ ୨୦୦ ରୁ ଅଧିକ ରନ୍ ସଂଗ୍ରହ କରିଥିଲେ।

ଉପ-ଅଧିନାୟକ ତଥା ୱିକେଟ୍ କିପର ଋଷଭ ପନ୍ତ, ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଦୀନେଶ କାର୍ତ୍ତିକଙ୍କୁ ମଧ୍ୟମ କ୍ରମରେ ଦେଖିବାକୁ ମିଳିବ। ଆଇପିଏଲ୍ ୨୦୨୨ ରେ ପାଣ୍ଡ୍ୟା ଏବଂ କାର୍ତ୍ତିକଙ୍କର ବହୁତ ଭଲ ପ୍ରଦର୍ଶନ ଥିଲା। ଗୁଜୁରାଟ ଟାଇଟାନ୍ସକୁ ଚାମ୍ପିୟନ କରିଥିବା ପାଣ୍ଡ୍ୟା ଚତୁର୍ଥ ନମ୍ବରରେ ଖେଳୁଥିବା ଦେଖିବାକୁ ମିଳିଥିଲା, କିନ୍ତୁ ଭାରତ ପାଇଁ ତାଙ୍କୁ ପାଞ୍ଚ ନମ୍ବରରେ ବ୍ୟାଟିଂ କରୁଥିବା ଦେଖିବାକୁ ମିଳିପାରେ। ଏଥି ସହିତ କାର୍ତ୍ତିକ, ଯିଏକି ଆଇପିଏଲ୍ ୨୦୨୨ ରେ ପ୍ରାୟ ୧୮୩ ଷ୍ଟ୍ରାଇକ ରେଟ, ୫୫ ହାରରେ ୩୩୦ ରନ୍ ସ୍କୋର କରିଥିଲେ, ସେ ଷଷ୍ଠ ନମ୍ବରରେ ବ୍ୟାଟିଂ କରିପାରନ୍ତି।

ଲେଗ୍ ସ୍ପିନର କୁଲଦୀପ ଯାଦବଙ୍କ ଅପେକ୍ଷା ବାମହାତୀ ସ୍ପିନର ଅକ୍ସର ପଟେଲଙ୍କୁ ଅଧିକ ପସନ୍ଦ କରାଯାଇପାରେ। ଏଥିସହିତ, ଆଇପିଏଲ୍ ୨୦୨୨ ରେ ସର୍ବାଧିକ ୱିକେଟ୍ ନେଇ ପର୍ପଲ କ୍ୟାପ୍ ଜିତିଥିବା ୟୁଜଭେନ୍ଦ୍ର ଚହଲ ଖେଳିବେ। ଏଥିସହିତ ଭୂବନେଶ୍ୱର କୁମାର ଏବଂ ବିଶେଷଜ୍ଞ ହର୍ଷଲ ପଟେଲଙ୍କ ଦେଥ ଓଭର ଦ୍ରୁତ ବୋଲିଂରେ ଦେଖିବାକୁ ମିଳିପାରେ। ଏଥି ସହିତ, ଉମ୍ରାନ ମଲିକ ମଧ୍ୟ ଡେବ୍ୟୁ କରିବାର ସୁଯୋଗ ପାଇପାରନ୍ତି।

ପ୍ରଥମ ଟି -୨୦ ରେ ଟିମ୍ ଇଣ୍ଡିଆର ସମ୍ଭାବିତ ଖେଳାଳି ଏକାଦଶ- କେ.ଏଲ୍ ରାହୁଲ, ଇଶାନ୍ କିଶାନ୍, ଶ୍ରେୟସ୍ ଆୟର, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ, ଅକ୍ସର ପଟେଲ, ୟୁଜବେନ୍ଦ୍ର ଚହଲ, ହର୍ଷଲ ପଟେଲ, ଭୁବନେଶ୍ୱର କୁମାର ଏବଂ ଉମ୍ରାନ ମଲିକ।

ଟି-୨୦ ସିରିଜ ପାଇଁ ଭାରତୀୟ ଦଳ- କେ.ଏଲ୍ ରାହୁଲ (ଅଧିନାୟକ), ରିତୁରାଜ ଗାଏକ୍ଵାଡ, ଇଶାନ କିଶନ, ଦୀପକ ହୁଡା, ଶ୍ରେୟାସ ଆୟର, ଋଷଭ ପନ୍ତ (ଉପ-ଅଧିନାୟକ ତଥା ୱିକେଟ୍ କିପର), ଦୀନେଶ କାର୍ତ୍ତିକ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଭେଙ୍କଟେଶ ଆୟର, ୟୁଜଭେନ୍ଦ୍ର ଚହଲ , କୁଲଦୀପ ଯାଦବ, ଅକ୍ଷର ପଟେଲ, ରବି ବିଶ୍ନୋଇ, ଭୁବନେଶ୍ବର କୁମାର, ହର୍ଷଲ ପଟେଲ, ଆଭେଶ ଖାନ, ଅର୍ଶଦୀପ ସିଂ, ଉମ୍ରାନ ମଲିକ।

କେ.ଏଲ୍ ରାହୁଲ ଦକ୍ଷିଣ ଆଫ୍ରିକା ପ୍ଲେଇଂ ଏକାଦଶ ଭାରତ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବଡ଼ ଘୋଷଣା: ୮୧ ଦିନ ପାଇଁ କରିବେ ଉତ୍ତର ପ୍ରଦେଶ ପରିକ୍ରମା

March 11, 2026
Latest News

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବଡ଼ ଘୋଷଣା: ୮୧ ଦିନ ପାଇଁ କରିବେ ଉତ୍ତର ପ୍ରଦେଶ ପରିକ୍ରମା

March 11, 2026

କଂଗ୍ରେସକୁ ବାହୁଡ଼ିଲେ ନିମାପଡାର ବରିଷ୍ଠ ନେତା ସତ୍ୟବ୍ରତ ପାତ୍ର

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.