Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କ୍ରିକେଟ୍ ଓ ଆଇପିଏଲ୍ ସହିତ ସହଯୋଗିତା ଦୃଢ଼ କରିଥିବାରୁ ଆମେ ଗର୍ବିତ: ନୀତା ଅମ୍ବାନି
ଆଜିର ଖବର

କ୍ରିକେଟ୍ ଓ ଆଇପିଏଲ୍ ସହିତ ସହଯୋଗିତା ଦୃଢ଼ କରିଥିବାରୁ ଆମେ ଗର୍ବିତ: ନୀତା ଅମ୍ବାନି

June 17, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ/ଭୁବନେଶ୍ୱର: ଭାୟାକମ୍‌୧୮ ପକ୍ଷରୁ ୨୦୨୩ରୁ ୨୦୨୭ ପର୍ଯ୍ୟନ୍ତ ଭାରତୀୟ ଉପ ମହାଦେଶରେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍‌) ମ୍ୟାଚ୍‌ଗୁଡ଼ିକର ଡିଜିଟାଲ ଷ୍ଟ୍ରିମିଂ ଅଧିକାର ହାସଲ କରାଯାଇଛି। ପ୍ରତି ସିଜନର ୧୮ଟି ମ୍ୟାଚ୍ ପାଇଁ ଏହା ଭାରତ ଡିଜିଟାଲ୍ ଅଧିକାରର ସ୍ୱତନ୍ତ୍ର ପ୍ୟାକେଜ୍ ମଧ୍ୟ ହାସଲ କରିଛି। ବିଶ୍ୱସ୍ତରରେ ଭାୟାକମ୍‌୧୮ ପ୍ରମୁଖ କ୍ରିକେଟ୍ ପ୍ରେମୀ ଦେଶ ସମେତ ପାଂଚ ଆନ୍ତର୍ଜାତିକ ପ୍ରାନ୍ତ ମଧ୍ୟରୁ ତିନିଟିରେ ଟେଲିଭିଜନ ସମେତ ଡିଜିଟାଲ୍ ଅଧିକାର ହାସଲ କରିଛି।

ବିଡ୍ ପ୍ରକ୍ରିୟାରେ ଲୋକପ୍ରିୟ ପ୍ରସାରଣକାରୀ ଓ ଡିଜିଟାଲ୍ କଂପାନିଗୁଡ଼ିକୁ ପଛରେ ପକାଇ ଭାୟାକମ୍‌୧୮ ନିଜକୁ ଏକ ଅଗ୍ରଣୀ ଡିଜିଟାଲ, ମିଡିଆ, ମନୋରଂଜନ ଓ କ୍ରୀଡ଼ା ପ୍ଲାଟଫର୍ମ ଭାବେ ପ୍ରତିଷ୍ଠିତ କରିପାରିଛି। ବ୍ୟାପକ ଭାବେ ଲୋକମାନଙ୍କ ପାଖରେ ପହଂଚିବା, ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ଓ ବୃଦ୍ଧି ପାଉଥିବା ଲୋକପ୍ରିୟ ବିଷୟବସ୍ତୁର ସମ୍ଭାର ସହ ଭାୟାକମ୍‌୧୮ର ଡିଜିଟାଲ୍ ପ୍ଲାଟଫର୍ମ ଭାରତ ସମେତ ବିଶ୍ୱର ବିଭିନ୍ନ ସ୍ଥାନରେ ବସବାସ କରୁଥିବ ଭାରତୀୟଙ୍କ ପସନ୍ଦରେ ନେତୃତ୍ୱ ସ୍ଥାନ ହାସଲ କରିବାକୁ ପ୍ରସ୍ତୁତ ହୋଇଛି। ଆଇପିଏଲ୍ ପ୍ରସାରଣ ଅଧିକାର ହାସଲ ସହ ଭାୟାକମ୍‌୧୮ ଭାରତର ଏହି ସର୍ବବୃହତ କ୍ରୀଡ଼ା କାର୍ଯ୍ୟକ୍ରମକୁ ଦେଶର କୋଣ ଅନୁକୋଣରେ ପହଂଚାଇ ପାରିବ। ବର୍ତ୍ତମାନ ଲୋକପ୍ରିୟ ବିଷୟବସ୍ତୁ ହାସଲ କରିବାର ସୁଯୋଗ ପାଉନଥିବା ୬ କୋଟି ଫ୍ରି-ଡିସ୍ ହୋମ୍ ସମେତ  ଭାରତର ପ୍ରତିଟି ଅଂଚଳରେ ପ୍ରତି ଭାରତୀୟଙ୍କ ନିକଟରେ ଏହା ଆଇପିଏଲ୍‌କୁ ଉପଲବ୍ଧ କରାଇବ।

ଭାୟାକମ୍‌୧୮ ଏହା ପ୍ରଦର୍ଶନ କରିଛି ଯେ ଏହା ଭବିଷ୍ୟତ ପାଇଁ ଡିଜିଟାଲ୍ ପ୍ଲାଟଫର୍ମ ଗଠନ କରୁଥିବା ବେଳେ ପାରମ୍ପରିକ ଟେଲିଭିଜନ ପ୍ରସାରଣକୁ ଦୃଢ଼ କରିବା ଜାରି ରଖିଛି। ଭାରତ ଓ ବିଶ୍ୱସ୍ତରରେ କୋଟି କୋଟି ଗ୍ରାହକଙ୍କୁ ଶ୍ରେଷ୍ଠ ସମ୍ଭବ ଅନୁଭୂତି ପ୍ରଦାନ କରିବା ଲାଗି ଏହା ପାଖରେ ଷ୍ଟେଟ-ଅଫ୍‌-ଆର୍ଟ ଡିଜିଟାଲ୍ ଅଭିଜ୍ଞତା ରହିଛି। ଏହି ଡିଜିଟାଲ୍ ପ୍ଲାଟଫର୍ମ ଶ୍ରେଷ୍ଠ ମାନର ବିଷୟବସ୍ତୁ ସମେତ ବିଗ୍ ଡାଟା ଆନାଲିଟିକ୍ସ ଓ ପ୍ରେଡିକ୍ଟିଭ୍ ଆଲଗୋରିଦମ୍ ଜରିଆରେ ଡିଜିଟାଲ ଶକ୍ତିର ମିଶ୍ରଣକୁ ବ୍ୟବହାର କରି ପ୍ରତି ଗ୍ରାହକଙ୍କୁ ସେମାନଙ୍କ ପସନ୍ଦର ବିଷୟବସ୍ତୁ ପ୍ରଦାନ କରୁଛି।

ଫୁଟବଲରେ ଫିଫା ବିଶ୍ୱକପ୍‌, ଲା ଲିଗା, ସିରି ଏ ଓ ଲିଗ୍ ୧ ତଥା ବ୍ୟାଡମିଂଟନ, ଟେନିସ ଓ ବାସ୍କେଟବଲ (ଏନବିଏ) ଭଳି କ୍ରୀଡ଼ାର ପ୍ରସାରଣ ଅଧିକାର ହାସଲ କରିବା ପରେ ଭାୟାକମ୍ ୧୮ କ୍ରିକେଟ୍‌ରେ ପ୍ରଥମ ଥର ପାଇଁ ବଡ଼ ଧରଣରେ ପ୍ରବେଶ କରିଛି। ଆଇପିଏଲ୍ ପ୍ରସାରଣ ଅଧିକାର ହାସଲ କରିବା ଦ୍ୱାରା ଭାୟାକମ୍‌୧୮ ଓ ଏହାର ପ୍ଲାଟଫର୍ମ ଦେଶର ସର୍ବବୃହତ କ୍ରୀଡ଼ା ସ୍ଥଳରେ ପରିଣତ ହୋଇପାରିଛି। ବ୍ୟାପକ ଭାବେ ଏକ ବୃହତ, ଯୁବ, ଅଧିକ ଉପଯୋଗୀ ଓ ଗଭୀର ଭାବେ ଜଡ଼ିତ ଦର୍ଶକଙ୍କ ପାଖରେ ପହଂଚିବା ଲାଗି ଏହା ବିଜ୍ଞାପନଦାତାଙ୍କୁ ଅତୁଳନୀୟ ସୁଯୋଗ ପ୍ରଦାନ କରିବ। ଜିଓ ସହିତ ଭାୟାକମ୍‌୧୮ର ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ବଳରେ ଏହା ଅତୁଳନୀୟ ସୁଯୋଗ ସୃଷ୍ଟି ଆଣିବ।

ଏ ସମ୍ପର୍କରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ନିର୍ଦେଶିକା ନୀତା ଅମ୍ବାନି କହିଛନ୍ତି ଯେ, “କ୍ରୀଡ଼ା ଆମର ମନୋରଂଜନ କରିବା ସହ ଆମକୁ ଅନୁପ୍ରାଣିତ କରେ ଏବଂ ନିକଟତର କରାଏ। କ୍ରିକେଟ୍ ଓ ଆଇପିଏଲ୍ ଶ୍ରେଷ୍ଠ କ୍ରୀଡ଼ା ଓ ଭାରତର ଶ୍ରେଷ୍ଠତାକୁ ଉପସ୍ଥାପନ କରୁଥିବା ବେଳେ ଏହି କ୍ରୀଡ଼ା ଓ ଆକର୍ଷଣୀୟ ଲିଗ୍ ସହିତ ଆମେ ଆମର ସହଯୋଗିତାକୁ ଦୃଢ଼ କରିଥିବାରୁ ବେଶ ଗର୍ବିତ। ଆମେ କରୁଥିବା ପ୍ରତ୍ୟେକଟି ଜିନିଷ ଭଳି ଆମର ଲକ୍ଷ୍ୟ ହେଉଛି ଆଇପିଏଲ୍‌ର ଉଲ୍ଲାସପୂର୍ଣ୍ଣ ଅନୁଭୂତିକୁ ସାରା ଦେଶ ଓ ବିଶ୍ୱର ପ୍ରତିଟି କୋଣ ଅନୁକୋଣରେ ରହିଥିବା ପ୍ରତ୍ୟେକ କ୍ରିକେଟ୍ ପ୍ରେମୀଙ୍କ ପାଖରେ ପହଂଚାଇବା।’’

ଆଇପିଏଲ୍ କ୍ରିକେଟ୍‌ ଡିଜିଟାଲ ଷ୍ଟ୍ରିମିଂ ନୀତା ଅମ୍ବାନି ଭାୟାକମ୍‌୧୮
Share. Facebook Twitter LinkedIn Email WhatsApp Copy Link

Related Posts

କେଏଟିଏସ ଆୟୁର୍ବେଦିକ ମହାବିଦ୍ୟାଳୟ ୪୮ବର୍ଷ ରେ ମାତ୍ର ୪ଟି ପିଜି ସିଟ

August 20, 2025

ଦଶମ ଶ୍ରେଣୀ ଛାତ୍ରଙ୍କୁ ଛୁରୀରେ ଭୁସି ହତ୍ୟା କଲା ୮ମ ଛାତ୍ର, ସ୍କୁଲ ବାହାରେ ଉତ୍ତେଜନା

August 20, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ସିପି ରାଧାକୃଷ୍ଣନ, ପ୍ରସ୍ତାବକ ହେଲେ ପ୍ରଧାନମନ୍ତ୍ରୀ ମୋଦି

August 20, 2025

ବ୍ରଡବ୍ୟାଣ୍ଡ ସଂଯୋଗରେ ମିଳୁଛି 6,000 ଟଙ୍କାର ରିହାତି, ଅନେକ OTT ମାଗଣାରେ ଉପଲବ୍ଧ

August 20, 2025
Latest News

କେଏଟିଏସ ଆୟୁର୍ବେଦିକ ମହାବିଦ୍ୟାଳୟ ୪୮ବର୍ଷ ରେ ମାତ୍ର ୪ଟି ପିଜି ସିଟ

August 20, 2025

ଦଶମ ଶ୍ରେଣୀ ଛାତ୍ରଙ୍କୁ ଛୁରୀରେ ଭୁସି ହତ୍ୟା କଲା ୮ମ ଛାତ୍ର, ସ୍କୁଲ ବାହାରେ ଉତ୍ତେଜନା

August 20, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ସିପି ରାଧାକୃଷ୍ଣନ, ପ୍ରସ୍ତାବକ ହେଲେ ପ୍ରଧାନମନ୍ତ୍ରୀ ମୋଦି

August 20, 2025

ବ୍ରଡବ୍ୟାଣ୍ଡ ସଂଯୋଗରେ ମିଳୁଛି 6,000 ଟଙ୍କାର ରିହାତି, ଅନେକ OTT ମାଗଣାରେ ଉପଲବ୍ଧ

August 20, 2025

ଅପରାଧିକ ମାମଲାରେ ପଦରୁ ହଟିବେ ପିଏମ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ!: ସଂସଦରେ ଆଗତ ହେବ ୩ ଗୁରୁତ୍ୱପୂର୍ଣ୍ଣ ବିଲ୍

August 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.