Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»୧୫ ବର୍ଷ ଧରି ଇଂଲଣ୍ଡରେ ଟେଷ୍ଟ ସିରିଜ୍ ଜିତି ପାରିନାହିଁ ଟିମ୍ ଇଣ୍ଡିଆ, ଇତିହାସ ସୃଷ୍ଟି କରିପାରେ ଭାରତ
ଅନ୍ତରାଷ୍ଟ୍ରୀୟ

୧୫ ବର୍ଷ ଧରି ଇଂଲଣ୍ଡରେ ଟେଷ୍ଟ ସିରିଜ୍ ଜିତି ପାରିନାହିଁ ଟିମ୍ ଇଣ୍ଡିଆ, ଇତିହାସ ସୃଷ୍ଟି କରିପାରେ ଭାରତ

June 22, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏକମାତ୍ର ଟେଷ୍ଟ ଆସନ୍ତା ମାସରେ ବର୍ମିଂହାମରେ ଖେଳାଯିବ। ଏହାପୂର୍ବରୁ ଟିମ୍ ଇଣ୍ଡିଆ ଜୁନ୍ ୨୪ ତାରିଖରୁ ଲିସେଷ୍ଟର କାଉଣ୍ଟି ଦଳ ବିପକ୍ଷରେ ଏକ ଅଭ୍ୟାସ ମ୍ୟାଚ୍ ଖେଳିବ। ଏଥିପାଇଁ ଭାରତୀୟ ଖେଳାଳିମାନେ ମଧ୍ୟ ଲିସେଷ୍ଟରରେ ପହଞ୍ଚିଛନ୍ତି। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏକମାତ୍ର ଟେଷ୍ଟ ଜୁଲାଇ ୧ ତାରିଖରୁ ଆରମ୍ଭ ହେବ। ଗତ ବର୍ଷ ଅନୁଷ୍ଠିତ ହୋଇଥିବା ଟେଷ୍ଟ ସିରିଜର ଏହା ଏକ ଅଂଶ। ଗତ ବର୍ଷ ଭାରତୀୟ ଦଳ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଇଂଲଣ୍ଡରେ ପହଞ୍ଚିଥିଲା, କିନ୍ତୁ ଚାରିଟି ମ୍ୟାଚ୍ ପରେ ଭାରତର କିଛି ଖେଳାଳି ଏବଂ କୋଚ୍ କରୋନା ସଂକ୍ରମିତ ହୋଇଥିଲେ। ଏଭଳି ପରିସ୍ଥିତିରେ ଶେଷ ମ୍ୟାଚକୁ ସ୍ଥଗିତ ରଖିବାକୁ ପଡିଥିଲା। ଏହି ସିରିଜରେ ଭାରତ ବର୍ତ୍ତମାନ ୨-୧ରେ ଆଗରେ ରହିଛି।

ଭାରତ ଇତିହାସ ସୃଷ୍ଟି କରିବ:

ଯଦି ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ତଥା ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ କୋଚିଂରେ ଭାରତୀୟ ଦଳ ଏହି ଟେଷ୍ଟରେ ଜିତେ କିମ୍ବା ଡ୍ର କରେ, ତେବେ ୧୫ ବର୍ଷ ପରେ ଭାରତୀୟ ଦଳ ଇଂଲଣ୍ଡରେ ଇତିହାସ ସୃଷ୍ଟି କରିବ। ଭାରତୀୟ ଦଳ ୨୦୦୭ ପରଠାରୁ ଇଂଲଣ୍ଡ ମାଟିରେ ଦ୍ୱିପାକ୍ଷିକ ଟେଷ୍ଟ ସିରିଜ୍ ଜିତି ନାହିଁ। ଗତଥର ରାହୁଲ ଦ୍ରାବିଡଙ୍କ ଅଧିନାୟକତ୍ୱରେ ଭାରତ ନିଜ ମାଟିରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଇଂଲଣ୍ଡକୁ ୧-୦ ରେ ପରାସ୍ତ କରିଥିଲା। ସେତେବେଳେ ମାଇକେଲ ୱନ୍ ଇଂଲଣ୍ଡ ଦଳର ଅଧିନାୟକ ଥିଲେ।

୧୫ ବର୍ଷ ପୂର୍ବେ ରାହୁଲ ଦ୍ରାବିଡଙ୍କ ଅଧିନାୟକତ୍ୱରେ ଇଂଲଣ୍ଡ ମାଟିରେ ଭାରତୀୟ ଦଳ ଇଂଲଣ୍ଡକୁ ପରାସ୍ତ କରିଥିଲେ, ତେବେ ଏଥର ସେ ଦଳର ମୁଖ୍ୟ ପ୍ରଶିକ୍ଷକ ଅଟନ୍ତି। ଏଭଳି ପରିସ୍ଥିତିରେ ଅଧିନାୟକ ରୋହିତ ଶର୍ମା ଟେଷ୍ଟ ସିରିଜ ଜିତି ଇତିହାସ ସୃଷ୍ଟି କରିବାର ସୁଯୋଗ ପାଇଛନ୍ତି। ଭାରତ ଏପର୍ଯ୍ୟନ୍ତ ଇଂଲଣ୍ଡରେ ୧୮ ଟି ଟେଷ୍ଟ ସିରିଜ୍ ଖେଳିଛି, ସେଥିମଧ୍ୟରୁ ଏହା କେବଳ ତିନୋଟି ଜିତିଥିବାବେଳେ ଗୋଟିଏ ସିରିଜ୍ ଡ୍ର ହୋଇଛି।

ଟିମ୍ ଇଣ୍ଡିଆ ଟେଷ୍ଟ ସିରିଜ୍‌ ବର୍ମିଂହାମ ଭାରତ ଏବଂ ଇଂଲଣ୍ଡ
Share. Facebook Twitter LinkedIn Email WhatsApp Copy Link

Related Posts

ଷ୍ଟକ୍ ବଜାରରେ ହାହାକାର: ସେନସେକ୍ସ ୭୦୦ ପଏଣ୍ଟ ଖସିଲା, କିଛି ମିନିଟ୍‌ରେ ନିବେଶକଙ୍କ ୪.୩ ଲକ୍ଷ କୋଟି ଟଙ୍କା ସ୍ୱାହା

September 28, 2026

ହରିୟାଣାରେ ତିନି ମହଲା ନିର୍ମାଣାଧୀନ କୋଠା ଭୁଶୁଡ଼ି ୪ ଶ୍ରମିକ ମୃତ, ୧୦ରୁ ଅଧିକ ଆହତ

September 28, 2026

ଏସୀୟ କ୍ରୀଡ଼ା: କ୍ରିକେଟରେ ଗୋଟିଏ ବଲ ନଖେଳି ସେମିଫାଇନାଲରେ ପ୍ରବେଶ କଲା ଭାରତ

September 28, 2026

ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଖୁସି ଖବର: ସ୍ଥଗିତ ରହିଲା ୩ ଦିନିଆ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ

September 28, 2026
Latest News

ଷ୍ଟକ୍ ବଜାରରେ ହାହାକାର: ସେନସେକ୍ସ ୭୦୦ ପଏଣ୍ଟ ଖସିଲା, କିଛି ମିନିଟ୍‌ରେ ନିବେଶକଙ୍କ ୪.୩ ଲକ୍ଷ କୋଟି ଟଙ୍କା ସ୍ୱାହା

September 28, 2026

ହରିୟାଣାରେ ତିନି ମହଲା ନିର୍ମାଣାଧୀନ କୋଠା ଭୁଶୁଡ଼ି ୪ ଶ୍ରମିକ ମୃତ, ୧୦ରୁ ଅଧିକ ଆହତ

September 28, 2026

ଏସୀୟ କ୍ରୀଡ଼ା: କ୍ରିକେଟରେ ଗୋଟିଏ ବଲ ନଖେଳି ସେମିଫାଇନାଲରେ ପ୍ରବେଶ କଲା ଭାରତ

September 28, 2026

ସୋଲୋ ଟ୍ରାଭେଲ୍ ପୂର୍ବରୁ ଜାଣିରଖନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କଥା

September 28, 2026

ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଖୁସି ଖବର: ସ୍ଥଗିତ ରହିଲା ୩ ଦିନିଆ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ

September 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.