Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»ଭାରତକୁ ବିଶ୍ବର ଶୀର୍ଷ ୧୦ଟି କ୍ରୀଡ଼ା ରାଷ୍ଟ୍ର ମଧ୍ୟରେ ସାମିଲ କରିବା ଲାଗି କାର୍ଯ୍ୟ କରିବା ଆବଶ୍ୟକ: ଅନୁରାଗ ଠାକୁର
ଖେଳ

ଭାରତକୁ ବିଶ୍ବର ଶୀର୍ଷ ୧୦ଟି କ୍ରୀଡ଼ା ରାଷ୍ଟ୍ର ମଧ୍ୟରେ ସାମିଲ କରିବା ଲାଗି କାର୍ଯ୍ୟ କରିବା ଆବଶ୍ୟକ: ଅନୁରାଗ ଠାକୁର

June 25, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦେଶରେ କ୍ରୀଡ଼ା ଇକୋସିଷ୍ଟମ ବିକଶିତ କରିବା ଏବଂ ଭାରତକୁ ବିଶ୍ବର ୧୦ଟି ଶ୍ରେଷ୍ଠ କ୍ରୀଡ଼ା ରାଷ୍ଟ୍ର ମଧ୍ୟରେ ସାମିଲ କରିବା ଲାଗି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ମିଳିତ ପ୍ରୟାସର ଆବଶ୍ୟକତା ରହିଛି ବୋଲି କହିଛନ୍ତି କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର। ଗୁଜରାଟର କେୱଡ଼ିଆ ଠାରେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀମାନଙ୍କର ଜାତୀୟ ସମ୍ମିଳନୀର ଉଦଘାଟନୀ ଅଧିବେଶନରେ ଅଧ୍ୟକ୍ଷତା କରି ଶ୍ରୀ ଠାକୁର ଏହା କହିଛନ୍ତି। ଶ୍ରୀ ଠାକୁର କହିଥିଲେ ଯେ, ‘‘ରାଜ୍ୟ ଓ କେନ୍ଦ୍ର ସରକାର ମିଶି ରଣନୀତି ଓ ଭିତ୍ତିଭୂମି ବ୍ୟବସ୍ଥା କରିବା ସହିତ ମିଳିତ ଭାବେ ପ୍ରତିଯୋଗିତା ଓ କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜନ କଲେ ଖେଳ ଓ ଖେଳାଳୀମାନେ ଆଗେଇ ପାରିବେ। ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଟିମ୍‌ ଇଣ୍ଡିଆ ଭାବନା ନେଇ କାର୍ଯ୍ୟ କରିବା ଉଚିତ୍‌। ଏଥିପାଇଁ ରାଜ୍ୟର ସୀମା ଠାରୁ ଊର୍ଦ୍ଧ୍ବକୁ ଯାଇ ଏକ ଜାତୀୟ ଭାବନା ତଥା ଦୃଷ୍ଟିକୋଣ ନେଇ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।’’

ଏହି ଜାତୀୟ ସମ୍ମିଳନୀକୁ ଜ୍ଞାନର ଆଦାନପ୍ରଦାନ ପାଇଁ ଏକ ମଞ୍ଚ ଭାବେ ବ୍ୟବହାର କରିବା ଲାଗି କେନ୍ଦ୍ର ମନ୍ତ୍ରୀ  ବିଭିନ୍ନ ରାଜ୍ୟର କ୍ରୀଡ଼ା ମନ୍ତ୍ରୀ ଓ ଅଧିକାରୀମାନଙ୍କୁ ଆହ୍ବାନ କରିଥିଲେ।  ସେ କହିଥିଲେ ଯେ, ଦେଶରେ କ୍ରୀଡ଼ା ଇକୋସିଷ୍ଟମ ବିକଶିତ କରିବା ଲାଗି ବିଭିନ୍ନ ରାଜ୍ୟର ଶ୍ରେଷ୍ଠ କ୍ରୀଡ଼ା ପଦ୍ଧତିକୁ ପରସ୍ପର ସହ ବିନିମୟ କରିବାକୁ ହେବ। ଏଥିପାଇଁ ଏକ ମିଳିତ ଦୃଷ୍ଟିକୋଣ ଆପଣାଇବାର ଆବଶ୍ୟକତା ରହିଛି। କେନ୍ଦ୍ର ମନ୍ତ୍ରୀ ଏହି ଅବସରରେ କହିଥିଲେ ଯେ, କ୍ରୀଡ଼ା ବିକାଶ ପାଇଁ ପ୍ରୟାସ ଆରମ୍ଭ କରିବା ସମୟରେ ସବୁ ରାଜ୍ୟ ପ୍ରାୟତଃ କେତେକ ସମାନ ସମସ୍ୟାର ସମ୍ମୁଖିନ ହୋଇଥାନ୍ତି। ପରସ୍ପର ମଧ୍ୟରେ ଆଲୋଚନା କରାଯାଇ ଏସବୁ ସମସ୍ୟାର ଏକପ୍ରକାର ସମାଧାନ ଆଣିବାର ଆବଶ୍ୟକତା ରହିଛି।

ଖେଲୋ ଇଣ୍ଡିଆ କ୍ରୀଡ଼ାର ପରିଧି ବଢ଼ାଇବ ଏବଂ ଖେଲୋ ଇଣ୍ଡିଆ ଜନଜାତି କ୍ରୀଡ଼ା ଆୟୋଜନ ସମ୍ପର୍କରେ ଆଲୋଚନା କରିବା ଆଦି ପ୍ରସଙ୍ଗ ଉପରେ ଏହି ସମ୍ମିଳନୀରେ ରାଜ୍ୟମାନେ ଆଲୋଚନା କରିବାର ଆବଶ୍ୟକତା ରହିଛି। ଖେଲୋ ଇଣ୍ଡିଆ ଲିଗ୍‌ ଗେମ୍ସକୁ ତୀରନ୍ଦାଜ ଲିଗ୍‌, ହକି ଲିଗ୍‌ ଆଦି ଅନ୍ୟ କ୍ରୀଡ଼ା ଅନୁରୂପ ସମ୍ପ୍ରସାରଣ କରିବା ଲାଗି ପ୍ରସ୍ତାବ ରହିଛି। ଅଧିକ କ୍ରୀଡ଼ା ସମାରୋହ ଆୟୋଜନ କରାଗଲେ, ଖେଳାଳୀମାନେ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିବାର ଅଧିକ ସୁଯୋଗ ପାଇବେ ଏବଂ ଆଗକୁ ବଢ଼ିପାରିବେ ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଠାକୁର କହିଥିଲେ।

ଏହି ଜାତୀୟ ସମ୍ମିଳନୀରେ ଖେଳ ପଡ଼ିଆ, ପ୍ରଶିକ୍ଷଣ କେନ୍ଦ୍ର, ରାଜ୍ୟ କ୍ରୀଡ଼ା ଏକାଡେମୀର ଜିଓ ଟ୍ୟାଗିଂ କରିବା, କ୍ରୀଡ଼ା ପ୍ରତିଯୋଗିତା ମାଧ୍ୟମରେ ପ୍ରତିଭାଙ୍କୁ ଚିହ୍ନଟ କରିବା ସହ ବିକାଶ କରିବା, ମହିଳା, ଦିବ୍ୟାଙ୍ଗ ଜନ, ଜନଜାତି ଓ ଗ୍ରାମୀଣ କ୍ଷେତ୍ର ପାଇଁ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବା, ସ୍ବଦେଶୀ କ୍ରୀଡ଼ା ଓ କ୍ରୀଡ଼ା ଶିକ୍ଷାକୁ ପ୍ରୋତ୍ସାହନ, ଡୋପିଂ ନିରୋଧୀ ସଚେତନତା, ଦେଶରେ କ୍ରୀଡ଼ା ପାଇଁ ଏକ ଇକୋସିଷ୍ଟମ ବିକଶିତ କରିବା, କ୍ରୀଡ଼ା ପେସାଦାରମାନଙ୍କୁ ସହାୟତା ଯୋଗାଇ ଦେବା ଆଦି ବିଷୟ ସମେତ ଖେଲୋ ଇଣ୍ଡିଆ ଯୋଜନାର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଉଦଘାଟନୀ ବକ୍ତବ୍ୟ ଦେଇ ଗୁଜରାଟ କ୍ରୀଡ଼ା ମନ୍ତ୍ରୀ ହର୍ଷ ସିଂଗଭୀ କହିଥିଲେ ଯେ, ସମ୍ମିଳନୀରେ ଯୋଗ ଦେଇଥିବା ରାଜ୍ୟମାନଙ୍କ ମଧ୍ୟ ବିଭିନ୍ନ ପ୍ରସଙ୍ଗକୁ ନେଇ ମତପାର୍ଥକ୍ୟ ରହିପାରେ, ସେମାନଙ୍କର ଭିନ୍ନ ସାମର୍ଥ୍ୟ ଥାଇପାରେ କିନ୍ତୁ ଦୁଇଦିନିଆ ସମ୍ମିଳନୀରେ ଆଲୋଚନା ପରେ ସମସ୍ତେ ଟିମ୍‌ ଇଣ୍ଡିଆ ଭାବନା ନେଇ କାର୍ଯ୍ୟ କରିବାକୁ ପ୍ରସ୍ତୁତ ହୋଇପାରିବେ।

ସମ୍ମିଳନୀରେ ୧୫ଟି ରାଜ୍ୟର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀଙ୍କ ସମେତ ଭାରତ ସରକାରଙ୍କ କ୍ରୀଡ଼ା ସଚିବ ସୁଜାତା ଚତୁର୍ବେଦୀ, ଯୁବ ବ୍ୟାପାର ସଚିବ ସଞ୍ଜୟ କୁମାରଙ୍କ ସମେତ ୩୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର କ୍ରୀଡ଼ା ଅଧିକାରୀମାନେ ଅଂଶଗ୍ରହଣ କରିଛନ୍ତି।

ଅନୁରାଗ ଠାକୁର
Share. Facebook Twitter LinkedIn Email WhatsApp Copy Link

Related Posts

IPL 2026 କାର୍ଯ୍ୟସୂଚୀ ସମ୍ପର୍କରେ ବଡ଼ ଅପଡେଟ୍: ଏହି ଦିନ ଘୋଷଣା ହେବ ତାରିଖ

February 24, 2026

କେରଳ ଏବେ ‘କେରଳମ’ ଭାବରେ ପରିଚିତ ହେବ: ନୂତନ ନାମକୁ ମୋଦି କ୍ୟାବିନେଟ୍ ର ମଞ୍ଜୁରୀ

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026
Latest News

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026

ଶହୀଦ ବାଜି ରାଉତଙ୍କ ସମ୍ପର୍କରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.