Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଟି-୨୦ କ୍ରିକେଟ: ପାୱାରପ୍ଲେରେ ସର୍ବାଧିକ ୱିକେଟ୍ ନେଇଥିବା ବୋଲର ହେଲେ ଭୁବନେଶ୍ୱର କୁମାର
ଅନ୍ତରାଷ୍ଟ୍ରୀୟ

ଟି-୨୦ କ୍ରିକେଟ: ପାୱାରପ୍ଲେରେ ସର୍ବାଧିକ ୱିକେଟ୍ ନେଇଥିବା ବୋଲର ହେଲେ ଭୁବନେଶ୍ୱର କୁମାର

June 27, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆୟର୍ଲାଣ୍ଡ ବିପକ୍ଷରେ ଖେଳାଯାଉଥିବା ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭୂବନେଶ୍ୱର କୁମାର ଇତିହାସ ସୃଷ୍ଟି କରିଛନ୍ତି। ଟି-୨୦ କ୍ରିକେଟରେ ନିଜର ଚମତ୍କାର ପ୍ରଦର୍ଶନ ଜାରି ରଖି ଭୁବନେଶ୍ୱର କୁମାର ମ୍ୟାଚର ପ୍ରଥମ ଓଭରର ପଞ୍ଚମ ବଲରେ ଆୟର୍ଲାଣ୍ଡ ଅଧିନାୟକ ଆଣ୍ଡ୍ରିୟୁଙ୍କୁ ପ୍ୟାଭିଲିୟନକୁ ପଠାଇ ଦେଇଥିଲେ। ଏହା ସହ ଭୁବନେଶ୍ୱର କୁମାର ଟି-୨୦ ଇଣ୍ଟରନ୍ୟାସନାଲରେ ପାୱାରପ୍ଲେ ସମୟରେ ସର୍ବାଧିକ ୱିକେଟ୍ ନେଇଛନ୍ତି।

ନ୍ୟୁଜିଲ୍ୟାଣ୍ଡର ଦ୍ରୁତ ବୋଲର ଟିମ୍ ସାଉଦିଙ୍କୁ ପଛରେ ପକାଇ ଭୁବନେଶ୍ୱର କୁମାର ଏହି ପଦବୀ ହାସଲ କରିଛନ୍ତି। ପାୱାରପ୍ଲେରେ ଟିମ୍ ସାଉଦି ୩୩ ୱିକେଟ୍ ନେଇଛନ୍ତି। କିନ୍ତୁ ବର୍ତ୍ତମାନ ଭୁବନେଶ୍ୱର କୁମାର ଟି-୨୦ କ୍ରିକେଟରେ ପାୱାରପ୍ଲେ ସମୟରେ ୩୪ ୱିକେଟ୍ ନେଇଛନ୍ତି। ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ସ୍ପିନର ବଦ୍ରି ୩୩ ୱିକେଟ୍ ନେଇ ତୃତୀୟ ସ୍ଥାନରେ ଅଛନ୍ତି।

ଯଦିଓ ଭୁବନେଶ୍ୱର କୁମାର ମ୍ୟାଚରେ ଅଧିକ ୱିକେଟ୍ ନେବାରେ ସଫଳ ହୋଇନାହାଁନ୍ତି, କିନ୍ତୁ ସେ କଞ୍ଜୁସ ବୋଲିଂ କରିଥିଲେ। ଭୁବନେଶ୍ୱର କୁମାର ନିଜର ୩ ଓଭର ବୋଲିଂରେ ୧୬ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିଲେ।

ତେବେ ଆୟର୍ଲାଣ୍ଡର ବ୍ୟାଟ୍ସମ୍ୟାନମାନେ ଭାରତର ବାକି ବୋଲରମାନଙ୍କୁ ଟାର୍ଗେଟ କରିବାକୁ କୌଣସି ସୁଯୋଗ ଛାଡି ନାହାଁନ୍ତି। ବର୍ଷା ପ୍ରଭାବିତ ମ୍ୟାଚରେ ଆୟର୍ଲାଣ୍ଡ ଟିମ୍ ୧୨ ଓଭରରେ ୧୦୯ ରନ୍ ସଂଗ୍ରହ କରିଥିଲା। ଆୟର୍ଲାଣ୍ଡ ପାଇଁ ହ୍ୟାରି ୬୪ ରନର ଅପରାଜିତ ଇନିଂସ ଖେଳିଥିଲେ।

ସର୍ବୋତ୍ତମ ପ୍ରଦର୍ଶନ ମାଧ୍ୟମରେ ଟିମ୍ ଇଣ୍ଡିଆ ଏହି କଷ୍ଟଦାୟକ ଲକ୍ଷ୍ୟକୁ ଅତି ସହଜରେ ହାସଲ କରିଥିଲା। ୨୯ ଟି ବଲରେ ୪୭ ରନର ଇନିଂସ ଖେଳି ଦୀପକ ହୁଡା ଟିମ୍ ଇଣ୍ଡିଆକୁ ଏକ ଭଲ ଆରମ୍ଭ ଦେଇଥିଲେ। କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟା ୧୨ ଟି ବଲରେ ୨୪ ରନର ଇନିଂସ ଖେଳି ସଠିକ୍ ଉଦ୍ୟମ କରିଥିଲେ। ୯.୨ ଓଭରରେ ଭାରତ ୧୦୯ ର ଲକ୍ଷ୍ୟ ହାସଲ କରିଥିଲା।

ଟି-୨୦ କ୍ରିକେଟ ଭୁବନେଶ୍ୱର କୁମାର
Share. Facebook Twitter LinkedIn Email WhatsApp Copy Link

Related Posts

ସଡ଼କ ଦୁର୍ଘଟଣାରେ ପିତା ମୃତ: ପୁଅ ଗୁରୁତର

April 5, 2026

ବାଣପୁର କୋର୍ଟର ଉନ୍ନତି ପାଇଁ ଆଇନ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ଓକିଲ ସଂଘର ନୂତନ ସଭାପତି

April 5, 2026

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026
Latest News

ସଡ଼କ ଦୁର୍ଘଟଣାରେ ପିତା ମୃତ: ପୁଅ ଗୁରୁତର

April 5, 2026

କାଠଯୋଡି ସେତୁ ଟେଣ୍ଡର ବିବାଦକୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ

April 5, 2026

ଚିଲିକାରେ ପଣ୍ତିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬, ଯୋଗ ଦେଲେ ଆଇନ ମନ୍ତ୍ରୀ

April 5, 2026

ବାଣପୁର କୋର୍ଟର ଉନ୍ନତି ପାଇଁ ଆଇନ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ଓକିଲ ସଂଘର ନୂତନ ସଭାପତି

April 5, 2026

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.