Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଭରତ-ୱେଷ୍ଟଇଣ୍ଡିଜ୍ ଦ୍ଵିତୀୟ ଦିନିକିଆ: ବିଜୟର ରହସ୍ୟ କହିଲେ ଅଧିନାୟକ ଶିଖର ଧୱନ
ଅନ୍ତରାଷ୍ଟ୍ରୀୟ

ଭରତ-ୱେଷ୍ଟଇଣ୍ଡିଜ୍ ଦ୍ଵିତୀୟ ଦିନିକିଆ: ବିଜୟର ରହସ୍ୟ କହିଲେ ଅଧିନାୟକ ଶିଖର ଧୱନ

July 25, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଷ୍ଟାର ବ୍ୟାଟ୍ସମ୍ୟାନ୍
ଏସିଆ କପ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ହସ୍ପିଟାଲରେ ଭର୍ତ୍ତି, ଏହି ଷ୍ଟାର ବ୍ୟାଟ୍ସମ୍ୟାନ୍

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳାଯାଇଥିବା ତିନି ମ୍ୟାଚ୍ ବିଶିଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ରେ ଭାରତୀୟ ଦଳ ଦୁଇଟି ୱିକେଟ୍ ରେ ବିଜୟ ଲାଭ କରିଛି। ଏହା ସହ ଟିମ୍ ଇଣ୍ଡିଆ ବର୍ତ୍ତମାନ ସିରିଜରେ ୨-୦ ଅଗ୍ରଣୀ ହାସଲ କରିଛି। କଷ୍ଟସାଧ୍ୟ ମ୍ୟାଚକୁ ଟିମ ଇଣ୍ଡିଆ ଜିତିଥିବାରୁ ଦଳର ଅଧିନାୟକ ଶିଖର ଧାୱନ ବହୁତ ଖୁସି ଅଛନ୍ତି। ଏହା ସହ ଶିଖର ଧାୱନ ଟିମ୍ ଇଣ୍ଡିଆର ବିଜୟର ରହସ୍ୟ ପ୍ରକାଶ କରିଛନ୍ତି।

ଦଳର ବିଜୟକୁ ଏକ ଶ୍ରେଷ୍ଠ ବିଜୟ ବୋଲି ଶିଖର ଧାୱନ କହିଛନ୍ତି। ଅଧିନାୟକ କହିଛନ୍ତି ଯେ, ଆମର ପ୍ରଦର୍ଶନ ବହୁତ ଭଲ ଥିଲା। ଖେଳାଳିମାନେ ଆଶା ଛାଡି ନଥିଲେ ଏବଂ ଏହା ଏକ ଦମଦାର ଥିଲା। ଆୟର, ସଞ୍ଜୁ ଏବଂ ଅକ୍ସର ସମସ୍ତେ ଚମତ୍କାର ବ୍ୟାଟିଂ କରିଥିଲେ। ଆବେଶ ଖାନ ଡେବ୍ୟୁ ମ୍ୟାଚରେ ବ୍ୟାଟିଂ କରିବାକୁ ଆସିଥିଲେ ଏବଂ ୧୦ ରନର ମୂଲ୍ୟବାନ ଅବଦାନ ଦେଇଥିଲେ।

ଏହି ବିଜୟ ପାଇଁ ଧୱନ ଆଇପିଏଲକୁ ଶ୍ରେୟ ଦେଇଛନ୍ତି। ସେ କହିଛନ୍ତି ଯେ, ଆଇପିଏଲ ଧନ୍ୟବାଦ। ବର୍ତ୍ତମାନ ଏହି ଖେଳାଳିମାନେ ବଡ଼ ମଞ୍ଚରେ ପ୍ରଦର୍ଶନ କରୁଛନ୍ତି। ୱେଷ୍ଟଇଣ୍ଡିଜ୍ ବୋଲିଂ ବହୁତ ଭଲ ଥିଲା। ତାଙ୍କର ମଧ୍ୟ ଭଲ ଆରମ୍ଭ ହୋଇଥିଲା। ହୋପ ଏବଂ ପୁରାନଙ୍କ ବ୍ୟାଟିଂ ଉତ୍କୃଷ୍ଟ ଥିଲା। କିନ୍ତୁ ଆମେ ବିଶ୍ୱାସ କରିଥିଲୁ ଯେ, ଯଦି ସେମାନେ ଏହା କରିପାରିବେ, ତେବେ ଆମେ କାହିଁକି କରିପାରିବୁ ନାହିଁ।

ଧାୱନ ଆହୁରି କହିଛନ୍ତି ଯେ, “ଆମର ଆରମ୍ଭ ଟିକିଏ ମନ୍ଥର ଥିଲା। ଶୁବମାନ କିନ୍ତୁ ଆମକୁ ମ୍ୟାଚରେ ରଖିଥିଲେ। ଆୟର ଏବଂ ସଞ୍ଜୁଙ୍କ ସହଭାଗିତା ଏକ ବଡ଼ ପାର୍ଥକ୍ୟ ବୋଲି ପ୍ରମାଣିତ ହେଲା। ଆମର ଖେଳାଳିମାନେ ଏବେ ମଧ୍ୟ ଆଗକୁ ବଢୁଛନ୍ତି। ”

ଉଲ୍ଲେଖ ଯୋଗ୍ୟ ଯେ, ୩୧୨ ରନ୍‌ର କଠିନ ଲକ୍ଷ୍ୟକୁ ପିଛା କରି ଟିମ୍ ଇଣ୍ଡିଆ ୭୯ ରନ୍ ପାଇଁ ତିନୋଟି ୱିକେଟ୍ ହରାଇଥିଲା। ତେବେ ଆୟର୍, ସଞ୍ଜୁ ଏବଂ ଅକ୍ସର ପଟେଲଙ୍କ ଅର୍ଦ୍ଧଶତକ ଯୋଗୁଁ ଟିମ୍ ଇଣ୍ଡିଆ ୪୯.୪ ଓଭରରେ ୮ ୱିକେଟ୍ ହରାଇ ଏହି ଲକ୍ଷ୍ୟ ହାସଲ କରିବାରେ ସଫଳ ହୋଇଥିଲା। ଅକ୍ସର ପଟେଲ ଧୂଆଁଧାର ପାଳି ଖେଳିଥିଲେ। ସେ ୩୫ ଟି ବଲରେ ୩ ଟି ଚୌକା ଏବଂ ୫ ଟି ଚକା ସହାୟତାରେ ୬୪ ରନ ସଂଗ୍ରହ କରିଥିଲେ। ଯାହା ଟିମ ଇଣ୍ଡିଆକୁ ବିଜୟ କରିବାରେ ସମ୍ଭବ ହୋଇପାରିଥିଲା।

ଦ୍ଵିତୀୟ ଦିନିକିଆ ଶିଖର ଧାୱନ
Share. Facebook Twitter LinkedIn Email WhatsApp Copy Link

Related Posts

‘ଅପରେସନ ସାଇବର କବଚ’: ୧୮୭ ଅଭିଯୁକ୍ତ ଗିରଫ

February 23, 2026

ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ୭୫ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍ – ୨୦୨୬ ର ଶୁଭାରମ୍ଭ

February 23, 2026

ଆଉ ଏକ ତେଜସ୍ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ: ପାଇଲଟ୍ ସୁରକ୍ଷିତ

February 23, 2026

ଆଜି ମାର୍ଚ୍ଚ ୨୩ ତାରିଖ ସୋମବାରରେ ଏହି ରାଶିଗୁଡିକ ମଧ୍ୟାହ୍ନରେ ପାଇବେ ଖୁସି ଖବର

February 23, 2026
Latest News

‘ଅପରେସନ ସାଇବର କବଚ’: ୧୮୭ ଅଭିଯୁକ୍ତ ଗିରଫ

February 23, 2026

ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ୭୫ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍ – ୨୦୨୬ ର ଶୁଭାରମ୍ଭ

February 23, 2026

ଆଉ ଏକ ତେଜସ୍ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ: ପାଇଲଟ୍ ସୁରକ୍ଷିତ

February 23, 2026

ଆଜି ମାର୍ଚ୍ଚ ୨୩ ତାରିଖ ସୋମବାରରେ ଏହି ରାଶିଗୁଡିକ ମଧ୍ୟାହ୍ନରେ ପାଇବେ ଖୁସି ଖବର

February 23, 2026

ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.