Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏସିଆ କପ ପାଇଁ ଘୋଷଣା ହେଲା ଭାରତୀୟ ଦଳ, ଫେରିଲେ କେ.ଏଲ୍ ରାହୁଲ, ଜସପ୍ରୀତ ବୁମ୍ରା ଆଉଟ୍
ଆଜିର ଖବର

ଏସିଆ କପ ପାଇଁ ଘୋଷଣା ହେଲା ଭାରତୀୟ ଦଳ, ଫେରିଲେ କେ.ଏଲ୍ ରାହୁଲ, ଜସପ୍ରୀତ ବୁମ୍ରା ଆଉଟ୍

August 8, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଏସିଆ କପ୍-୨୦୨୨ ପାଇଁ ବିସିସିଆଇ ଭାରତୀୟ କ୍ରିକେଟ୍ ଦଳ ଘୋଷଣା କରିଛି। ଓପନର୍ କେ.ଏଲ୍ ରାହୁଲ ଦଳକୁ ଫେରିଛନ୍ତି, ତେବେ ଜସପ୍ରୀତ ବୁମ୍ରା ଆହତ କାରଣରୁ ଏହି ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି।

ଏସିଆ କପ୍ ପାଇଁ ଭାରତର ୧୫ ଜଣିଆ ଦଳରେ ଶ୍ରେୟସ୍ ଆୟର, ଦୀପକ ଚହର ଏବଂ ଅକ୍ସର ପଟେଲ ସ୍ଥାନ ପାଇ ନାହାଁନ୍ତି। ଏହା ବ୍ୟତୀତ ସ୍ପିନ୍ ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦର ମଧ୍ୟ ଦଳରେ ଅନ୍ତର୍ଭୁକ୍ତ ହୋଇନାହାଁନ୍ତି। ଏଥି ସହିତ ଅଭିଜ୍ଞ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଆହତ କାରଣରୁ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି।

ସଂଯୁକ୍ତ ଆରବ ଏମିରେଟ୍ସରେ ଖେଳାଯିବାକୁ ଥିବା ଏସିଆ କପ୍ ପାଇଁ ଅନେକ ଯୁବ ଖେଳାଳିଙ୍କୁ ଭାରତୀୟ ଦଳରେ ଅନ୍ତର୍ଭୁକ୍ତ କରାଯାଇଛି। ୧୫ ଜଣିଆ ଦଳରେ ରବି ବିଷ୍ନୋଇ, ଅର୍ଶଦୀପ ସିଂ ଏବଂ ଆବେଶ ଖାନ ସ୍ଥାନ ପାଇଛନ୍ତି।

ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆ- ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ଋଷଭ ପନ୍ତ (ଡବ୍ଲୁ.କେ), ଦୀନେଶ କାର୍ତ୍ତିକ (ଡବ୍ଲୁ.କେ), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, ୟୁଜବେନ୍ଦ୍ର ଚହଲ, ରବି ବିଷ୍ନୋଇ, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂ ଏବଂ ଆବେଶ ଖାନ।

୨୦୨୨ ଏସିଆ କପ୍ ଅଗଷ୍ଟ ୨୭ ତାରିଖରୁ ଆରମ୍ଭ ହେବ ଏବଂ ସେପ୍ଟେମ୍ବର ୧୧ ତାରିଖରେ ଫାଇନାଲ୍ ଖେଳାଯିବ। ଏଠାରେ ଭାରତ-ପାକିସ୍ଥାନ ଗୋଟିଏ ଗ୍ରୁପରେ ସ୍ଥାନ ପାଇଛନ୍ତି ଏବଂ ଉଭୟ ଦଳ ଅଗଷ୍ଟ ୨୮ ତାରିଖ ସନ୍ଧ୍ୟା ୬ ଟାରେ ମୁହାଁମୁହିଁ ହେବେ। ପ୍ରକାଶ ଥାଉ କି ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ଏସିଆ କପ୍ ଆୟୋଜିତ ହେଉଛି।

ଏସିଆ କପରେ ଦୁଇଟି ଦଳ ଗଠନ କରାଯାଇଛି। ପ୍ରତ୍ୟେକ ଦଳରେ ତିନୋଟି ଦଳ ରହିବେ। ଗ୍ରୁପ୍ ଏରେ ଭାରତ-ପାକିସ୍ଥାନ ସହିତ ଆଉ ଏକ ଯୋଗ୍ୟତା ଦଳ ରହିବ। ସେହିଭଳି ଶ୍ରୀଲଙ୍କା ଏବଂ ବାଂଲାଦେଶ ସହିତ ଗ୍ରୁପ୍ ବିରେ ଆଫଗାନିସ୍ତାନକୁ ରଖାଯାଇଛି।

କାର୍ଯ୍ୟସୂଚୀ ଅନୁଯାୟୀ ଭାରତ ଅଗଷ୍ଟ ୨୮ ତାରିଖରୁ ପାକିସ୍ତାନ ବିରୋଧରେ ଅଭିଯାନ ଆରମ୍ଭ କରିବ। ଏହା ପରେ ଅଗଷ୍ଟ ୩୧ ତାରିଖରେ ଭାରତର ଦ୍ୱିତୀୟ ମ୍ୟାଚ୍ ଅନୁଷ୍ଠିତ ହେବ। ଏହା ପରେ ସେପ୍ଟେମ୍ବର ୩ ତାରିଖରୁ ସୁପର-୪ ରାଉଣ୍ଡରେ ୬ ଟି ମ୍ୟାଚ୍ ଖେଳାଯିବ। ସେପ୍ଟେମ୍ବର ୧୧ ତାରିଖରେ ଶ୍ରେଷ୍ଠ ଦୁଇ ଦଳ ଫାଇନାଲରେ ଭେଟିବେ।

ଏସିଆ କପ୍-୨୦୨୨ କେ.ଏଲ୍ ରାହୁଲ ଜସପ୍ରୀତ ବୁମ୍ରା ଭାରତୀୟ ଦଳ ସଂଯୁକ୍ତ ଆରବ ଏମିରେଟ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

ବ୍ରିକ୍ସ ସମ୍ମିଳନୀ ପାଇଁ ରାଜଧାନୀ ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା

September 10, 2026

ନୂଆଖାଇ ପାଇଁ ସମଲେଇ ମନ୍ଦିରରେ ପହଞ୍ଚିଲା ସରିଆ ଧାନ

September 10, 2026

ଅଭିଷେକ ବାନାର୍ଜୀଙ୍କ ଘରୁ ବ୍ୟକ୍ତିଗତ ସଚିବଙ୍କୁ ଗିରଫ କଲା CID 

September 10, 2026

ସେପ୍ଟେମ୍ବର ୧୧ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ: ଛୁଟି ଯୋଗୁଁ ବାଧାପ୍ରାପ୍ତ ହେବ ସେବା

September 10, 2026
Latest News

IDBI Bank Privatization: ଘରୋଇକରଣ ଦୌଡ଼ରେ Fairfax ଆଗରେ!, କ’ଣ ପଡ଼ିବ ପ୍ରଭାବ?

September 10, 2026

ବ୍ରିକ୍ସ ସମ୍ମିଳନୀ ପାଇଁ ରାଜଧାନୀ ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା

September 10, 2026

ନୂଆଖାଇ ପାଇଁ ସମଲେଇ ମନ୍ଦିରରେ ପହଞ୍ଚିଲା ସରିଆ ଧାନ

September 10, 2026

ଅଭିଷେକ ବାନାର୍ଜୀଙ୍କ ଘରୁ ବ୍ୟକ୍ତିଗତ ସଚିବଙ୍କୁ ଗିରଫ କଲା CID 

September 10, 2026

ସେପ୍ଟେମ୍ବର ୧୧ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ: ଛୁଟି ଯୋଗୁଁ ବାଧାପ୍ରାପ୍ତ ହେବ ସେବା

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.