Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏସିଆ କପରେ ଭାରତ-ପାକିସ୍ଥାନ ମଧ୍ୟରେ ହେବ କଡା ଟକ୍କର: ଜାଣନ୍ତୁ ସଂପୂର୍ଣ୍ଣ କାର୍ଯ୍ୟସୂଚୀ
ଆଜିର ଖବର

ଏସିଆ କପରେ ଭାରତ-ପାକିସ୍ଥାନ ମଧ୍ୟରେ ହେବ କଡା ଟକ୍କର: ଜାଣନ୍ତୁ ସଂପୂର୍ଣ୍ଣ କାର୍ଯ୍ୟସୂଚୀ

August 9, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଏସିଆ କପ୍ 2022 ର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଅଗଷ୍ଟ 28 ରେ ଭାରତ ଏବଂ ପାକିସ୍ତାନର ଦଳ ମୁହାଁମୁହିଁ ହେବେ। ବାସ୍ତବରେ ବିସିସିଆଇ ର ସେକ୍ରେଟେରୀ ଜୟ ଶାହା ସୋସିଆଲ ମିଡିଆରେ ଏକ ବାର୍ତ୍ତା ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ ସେ ଏସିଆ କପ୍ 2022 ର କାର୍ଯ୍ୟସୂଚୀ ସାର୍ବଜନୀନ କରିଛନ୍ତି। ଭାରତ-ପାକିସ୍ତାନ ବ୍ୟତୀତ ଏହି ଟୁର୍ଣ୍ଣାମେଣ୍ଟରେ ଆଉ ୬ ଟି ଦଳ ଭାଗ ନେବେ। ଭାରତ ଏବଂ ପାକିସ୍ତାନକୁ ସମାନ ଗ୍ରୁପରେ ରଖାଯାଇଛି।

କିପରି ଦେଖିବେ ଲାଇଭ୍ ବ୍ରୋଡକାଷ୍ଟ ଏବଂ ଷ୍ଟ୍ରିମିଂ:

ଏସିଆ କପ୍ 2022 ର ପ୍ରଥମ ମ୍ୟାଚ୍ ଅଗଷ୍ଟ 27 ରେ ସଂଯୁକ୍ତ ଆରବ ଏମିରେଟ୍ସରେ ଖେଳାଯିବ। ତେବେ ଏସିଆ କପ୍‌ର ଡିଫେଣ୍ଡିଂ ଚାମ୍ପିଅନ୍‌ ହେଉଛି ଭାରତ। ଏହି ଟୁର୍ଣ୍ଣାମେଣ୍ଟ ଶେଷ ଥର ପାଇଁ 2018 ମସିହାରେ ଆୟୋଜିତ ହୋଇଥିଲା, ଯେତେବେଳେ ଭାରତୀୟ ଦଳ ଚାମ୍ପିୟନ ହୋଇଥିଲେ। ଏସିଆ କପ୍ 2022 ରେ ଅଂଶଗ୍ରହଣ କରୁଥିବା ଦଳଗୁଡିକ 2 ଗୋଷ୍ଠୀରେ ବିଭକ୍ତ। ଟି-20 ଫର୍ମାଟରେ ଏସିଆ କପ୍ 2022 ଖେଳାଯିବ। ବାସ୍ତବରେ ଉଭୟ ଗ୍ରୁପର ବିଜେତା ଏବଂ ରନର୍ ଅପ୍ ଟପ୍-4 ପାଇଁ ଯୋଗ୍ୟତା ଅର୍ଜନ କରିବେ। ଏଥି ସହିତ ସେପ୍ଟେମ୍ବର 11 ରେ ଏସିଆ କପ୍ 2022 ର ଅନ୍ତିମ ମ୍ୟାଚ୍ ଖେଳାଯିବ। ଯେତେବେଳେ କି ଏହି ଟୁର୍ଣ୍ଣାମେଣ୍ଟର ସିଧା ପ୍ରସାରଣ ଷ୍ଟାର ସ୍ପୋର୍ଟସ ନେଟୱାର୍କରେ କରାଯିବ। ଏହା ବ୍ୟତୀତ ହଟଷ୍ଟାରରେ ଲାଇଭ୍ ଷ୍ଟ୍ରିମିଂ ଦେଖିବାକୁ ମିଳିବ।

Image

ସୁପର-4 ଲିଗ୍ କାର୍ଯ୍ୟସୂଚୀ:

B1 ବନାମ B2- ସେପ୍ଟେମ୍ବର 3 ତାରିଖ
A1 ବନାମ A2- ସେପ୍ଟେମ୍ବର 4 ତାରିଖ
A1 ବନାମ B1 ସେପ୍ଟେମ୍ବର 6 ତାରିଖ
A2 ବନାମ B2- ସେପ୍ଟେମ୍ବର 7 ତାରିଖ
A1 ବନାମ B2- ସେପ୍ଟେମ୍ବର 8 ତାରିଖ
B1 ବନାମ A2- ସେପ୍ଟେମ୍ବର 9 ତାରିଖ

ଫାଇନାଲ୍ (ପ୍ରଥମ ସୁପର 4 ବନାମ ଦ୍ୱିତୀୟ ସୁପର 4) – ସେପ୍ଟେମ୍ବର 11 ତାରିଖ

ଏସିଆ କପ୍ 2022 ପାଇଁ ଭାରତୀୟ ଦଳ:

ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ଦୀପକ ହୁଡା, ଦୀନେଶ କାର୍ତ୍ତିକ (ଡବ୍ଲୁ), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଆର ଅଶ୍ୱିନ, ୟୁଜବେନ୍ଦ୍ର ଚହଲ, ରବି ବିଷ୍ନୋଇ, ଭୁବନେଶ୍ବର କୁମାର, ଅର୍ଶଦୀପ ସିଂ, ଆବେଶ ଖାନ

ଏସିଆ କପ ଜୟ ଶାହା ଭାରତ-ପାକିସ୍ଥାନ ଲାଇଭ୍ ଷ୍ଟ୍ରିମିଂ ସଂପୂର୍ଣ୍ଣ କାର୍ଯ୍ୟସୂଚୀ
Share. Facebook Twitter LinkedIn Email WhatsApp Copy Link

Related Posts

ଦଣ୍ଡ ନାଚରେ ଅଶ୍ଳୀଳତା ପ୍ରସଙ୍ଗ: କାରଣ ଦର୍ଶାଅ ନୋଟିସ ଜାରି କଲେ ଛତ୍ରପୁର ତହସିଲଦାର

April 3, 2026

ପାକିସ୍ତାନ ଉପରେ ଆଫଗାନିସ୍ତାନର ସର୍ଜିକାଲ୍ ଷ୍ଟ୍ରାଇକ୍: ୩ ପାକିସ୍ତାନୀ ସୈନିକ ନିହତ

April 3, 2026

ରାଜ୍ୟର ୧୮୮୯ ଟି ନୂତନ ଅଙ୍ଗନବାଡ଼ି ଗୃହ ଉଦଘାଟନ କଲେ ଉପ-ମୁଖ୍ୟମନ୍ତ୍ରୀ

April 3, 2026

ଓଡ଼ିଶାରେ ଆଦିବାସୀ ସାଂସ୍କୃତିକ ଐତିହ୍ୟର ପ୍ରଚାର

April 3, 2026
Latest News

ଦଣ୍ଡ ନାଚରେ ଅଶ୍ଳୀଳତା ପ୍ରସଙ୍ଗ: କାରଣ ଦର୍ଶାଅ ନୋଟିସ ଜାରି କଲେ ଛତ୍ରପୁର ତହସିଲଦାର

April 3, 2026

ପାକିସ୍ତାନ ଉପରେ ଆଫଗାନିସ୍ତାନର ସର୍ଜିକାଲ୍ ଷ୍ଟ୍ରାଇକ୍: ୩ ପାକିସ୍ତାନୀ ସୈନିକ ନିହତ

April 3, 2026

ରାଜ୍ୟର ୧୮୮୯ ଟି ନୂତନ ଅଙ୍ଗନବାଡ଼ି ଗୃହ ଉଦଘାଟନ କଲେ ଉପ-ମୁଖ୍ୟମନ୍ତ୍ରୀ

April 3, 2026

ଓଡ଼ିଶାରେ ଆଦିବାସୀ ସାଂସ୍କୃତିକ ଐତିହ୍ୟର ପ୍ରଚାର

April 3, 2026

ଲୋକସଭା ଏବଂ ରାଜ୍ୟସଭାରେ ଜନ ବିଶ୍ୱାସ ବିଲ୍- ୨୦୨୬ ପାସ୍

April 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.