Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»ବିଶ୍ବକପ୍‌ ରାଉଣ୍ଡ ଅପ୍‌ : ପଦାର୍ପଣ ଟୁର୍ଣ୍ଣାମେଣ୍ଟରେ ଓ୍ବେଷ୍ଟ ଇଣ୍ଡିଜର ବାଜିମାତ୍‌
ଖେଳ

ବିଶ୍ବକପ୍‌ ରାଉଣ୍ଡ ଅପ୍‌ : ପଦାର୍ପଣ ଟୁର୍ଣ୍ଣାମେଣ୍ଟରେ ଓ୍ବେଷ୍ଟ ଇଣ୍ଡିଜର ବାଜିମାତ୍‌

May 16, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
world cup coundown
world cup coundown

ସରୋଜ ଜେନା

ଆସନ୍ତା ମେ ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି କ୍ରିକେଟ୍‌ର ମହାକୁମ୍ଭ ବିଶ୍ବକପ୍‌ । ଅନ୍ତର୍ଜାତୀୟ କ୍ରିକେଟ୍‌ କାଉନ୍‌ସିଲ୍‌ (ଆଇସିସି) ପକ୍ଷରୁ ଏହି ଟୁର୍ଣ୍ଣାମେଣ୍ଟ ପ୍ରତି ଚାରିବର୍ଷରେ ଥରେ ଆୟୋଜିତ ହେଉଛି । ଚଳିତ ବର୍ଷ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜକ ରହିଛନ୍ତି ଇଂଲଣ୍ଡ ଏବଂ ଓ୍ବେଲ୍‌ସ କ୍ରିକେଟ୍‌ ବୋର୍ଡ । କ୍ରିକେଟ ବିଶ୍ବକପ୍‌ର ଏହି ୧୨ତମ ସଂସ୍କରଣ ମେ ୩୦ରୁ ଜୁଲାଇ ୧୪ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।  ୪୮ ମ୍ୟାଚ୍‌ ବିଶିଷ୍ଟ ଏହି ଟୁର୍ଣ୍ଣାମେଣ୍ଟରେ ୧୦ଟି ଟିମ୍‌ ଅଂଶଗ୍ରହଣ କରୁଛନ୍ତି । ବର୍ମିଂହାମ, ବ୍ରିଷ୍ଟଲ୍‌, କାର୍ଡିଫ୍‌, ଚେଷ୍ଟର ଲେ ଷ୍ଟ୍ରିଟ୍‌, ଲଣ୍ଡନ୍‌, ଲିଡ୍‌ସ୍‌, ମାଞ୍ଚେଷ୍ଟର, ନଟିଂହାମ୍‌, ସାଉଥାମ୍ପଟନ୍‌ ଏବଂ ଟଣ୍ଟନ୍‌ର ୧୧ଟି ଷ୍ଟାଡିୟମ୍‌ରେ ଏହି ୪୮ ଟି ମ୍ୟାଚ୍‌ ଖେଳାଯିବ । ମାଞ୍ଚେଷ୍ଟରରେ ସର୍ବାଧିକ ୬ଟି ମ୍ୟାଚ୍‌ ଖେଳାଯିବାକୁ ଥିବା ବେଳେ କ୍ରିକେଟର ମକ୍କା ଲର୍ଡସ୍‌ରେ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ । ୧୯୯୨ ପରି ଏହି ଟୁର୍ଣ୍ଣାମେଣ୍ଟଟି ମଧ୍ୟ ରାଉଣ୍ଡ ରବିନ୍‌ ଲିଗ୍‌ ଫର୍ମାଟ୍‌ରେ ଖେଳାଯିବ । ୧୧ଟି ସଂସ୍କରଣ ମଧ୍ୟରୁ ଅଷ୍ଟ୍ରେଲିଆ ୫ ଥର ବିଶ୍ବ ଚାମ୍ପିୟନ୍‌ ରହିଥିବାବେଳେ, ଓ୍ବେଷ୍ଟ ଇଣ୍ଡିଜ୍‌ ଏବଂ ଭାରତ ଦୁଇଥର ଲେଖାଏଁ ଏହି ଟ୍ରଫି ହାସଲ କରିଛନ୍ତି । ଦୁଇ ଏସୀୟ ରାଷ୍ଟ୍ର ପାକିସ୍ତାନ ଏବଂ ଶ୍ରୀଲଙ୍କା ଥରେ ଲେଖାଏଁ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି । ଆମର ଏହି ପ୍ରଚ୍ଛଦରେ ପ୍ରତ୍ୟେକ ବିଶ୍ବକପ୍‌ ସଂସ୍କରଣରେ ବିଜୟୀ ଦଳର ପ୍ରଦର୍ଶନ ସମ୍ପର୍କରେ ଆଲୋକପାତ କରାଯିବ । ପ୍ରଥମ ବିଶ୍ବକପ୍‌ର ବିଶ୍ବବିଜୟୀ ଦଳ ଓ୍ବେଷ୍ଟ ଇଣ୍ଡିଜ୍‌ର ସଫଳତାକୁ ନେଇ ଆମର ବିଶେଷ ଆଲୋଚନା ।

୧୯୭୫ ମସିହାରେ ଇଂଲଣ୍ଡରେ ଖେଳା ଯାଇଥିବା କ୍ରିକେଟ୍‌ ଇତିହାସର ପ୍ରଥମ ବିଶ୍ବକପ୍‌ ‘ଦ ପ୍ରୁଡେନ୍‌ସିଆଲ୍‌ କପ୍‌’ ନାମରେ ପରିଚିତ । କ୍ରିକେଟର ଏହି ପଦାର୍ପଣ ବିଶ୍ବକପ୍‌ରେ କ୍ଲାଇବ୍‌ ଲୟେଡ୍‌ଙ୍କ ନେତୃତ୍ବାଧୀନ ଓ୍ବେଷ୍ଟଇଣ୍ଡିଜ୍‌ ଟାଇଟଲ୍‌ ହାସଲରେ ସଫଳ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟଟି ୬୦ ଓଭର ବିଶିଷ୍ଟ ରହିଥିବା ବେଳେ ଜଣେ ବୋଲର ୧୨ଓଭର ବୋଲିଂ କରୁଥିଲେ । ଜୁନ୍‌ ୭ରୁ ଜୁନ୍‌ ୨୧ମଧ୍ୟରେ ଖେଳାଯାଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୮ଟି ଟିମ୍‌ ଅଂଶ ଗ୍ରହଣ କରିଥିବା ବେଳେ ଓ୍ବେଷ୍ଟ ଇଣ୍ଡିଜ୍‌ ଚାମ୍ପିୟନ୍‌ ହୋଇଥିଲା । ଏଥିରେ ଅଷ୍ଟ୍ରେଲିଆ ରନର୍ସଅପ୍‌ ହୋଇଥିଲା । ଲର୍ଡସ୍‌ରେ ଅନୁଷ୍ଠିତ ଫାଇନାଲ୍‌ରେ ଦଳ ୧୭ ରନ୍‌ ବ୍ୟବଧାନରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା । ଅଧିନାୟକ ଭାବରେ ବିଶ୍ବକପ୍‌ ଫାଇନାଲ୍‌ରେ ଶତକ ହାସଲ କରିବାର ସୌଭାଗ୍ୟ ହାସଲ କରିଥିଲେ କ୍ଲାଇବ୍‌ ଲୟେଡ୍‌ । ଟୁର୍ଣ୍ଣାମେଣ୍ଟରେ ୬ଟି ପୂର୍ଣ୍ଣକାଳୀନ ଟେଷ୍ଟ୍‌ ସଦସ୍ୟ ରହିଥିବା ବେଳେ ଶ୍ରୀଲଙ୍କା ଏବଂ ପୂର୍ବ ଆଫ୍ରିକା ଆମନ୍ତ୍ରିତ ଦଳ ଭାବରେ ଖେଳିଥିଲେ । ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲ୍ୟାଣ୍ଡର ଗ୍ଲେନ୍‌ ଟର୍ଣ୍ଣର ସର୍ବାଧିକ ୩୩୩ ରନ୍‌ ସଂଗ୍ରହ କରିଥିବା ବେଳେ ଅଷ୍ଟ୍ରେଲିଆର ଗ୍ୟାରୀ ଗିଲ୍‌ମୋର୍‌ ସର୍ବାଧିକ ୧୧ଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୭ଟି ଶତକ ହୋଇଥିବା ବେଳେ ଟର୍ଣ୍ଣର ଏକାକୀ ଦୁଇଟି ଶତକ ହାସଲ କରିଥିଲେ । ପୁଲ୍‌ ଏରେ ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ, ଭାରତ ଏବଂ ପୂର୍ବ ଆଫ୍ରିକା ରହିଥିବା ବେଳେ ପୁଲ୍‌ ବିରେ ଓ୍ବେଷ୍ଟଇଣ୍ଡିଜ, ଅଷ୍ଟ୍ରେଲିଆ, ପାକିସ୍ତାନ ଏବଂ ଶ୍ରୀଲଙ୍କା ସ୍ଥାନ ପାଇଥିଲେ । ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ, ଓ୍ବେଷ୍ଟ ଇଣ୍ଡିଜ୍‌ ଏବଂ ଅଷ୍ଟ୍ରେଲିଆ ସେମି ଫାଇନାଲ୍‌କୁ ଉନ୍ନୀତ ହୋଇଥିଲେ । ସେମି ଫାଇନାଲ୍‌ରେ ଆୟୋଜକ ଇଂଲଣ୍ଡକୁ ୪ ଓ୍ବିକେଟ୍‌ରେ ପରାସ୍ତ କରିଥିଲା ଅଷ୍ଟ୍ରେଲିଆ । ଇଂଲଣ୍ଡ ମାତ୍ର ୯୩ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିବା ବେଳେ ଅଷ୍ଟ୍ରେଲିଆ ପକ୍ଷରୁ ଗ୍ୟାରୀ ଗିଲ୍‌ମୋର (୧୪/୬ ଏବଂ ୨୮*) ଅଲରାଉଣ୍ଡ ପ୍ରଦର୍ଶନ କରିଥିଲେ । ସେହିପରି ନ୍ୟୁଜିଲ୍ୟାଣ୍ଡକୁ ୫ ଓ୍ବିକେଟ୍‌ରେ ପରାସ୍ତ କରି ଫାଇନାଲ୍‌ରେ ପହଞ୍ଚିଥିଲା କ୍ଲାଇବ୍‌ ଲୟେଡଙ୍କ ଦଳ । ବର୍ଣ୍ଣାର୍ଡ ଜୁଲିଏନ୍‌ (୨୭/୪)ଙ୍କ ପ୍ରଦର୍ଶନ ବଳରେ ନ୍ୟୁଜିଲ୍ୟାଣ୍ଡ ୧୫୮ରେ ସୀମିତ ରହିଥିବା ବେଳେ ଆଲ୍‌ଭିନ୍‌ କାଳୀଚରଣଙ୍କ ୭୨ ରନ୍‌ ବଳରେ ନ୍ୟୁଜିଲ୍ୟାଣ୍ଡ 5 ଓ୍ବିକେଟ୍‌ ହରାଇ ଲକ୍ଷ୍ୟ ହାସଲ କରିଥିଲା । ଳର୍ଡସ୍‌ରେ ଅନୁଷ୍ଠିତ ଫାଇନାଲ୍‌ରେ ଲୟଡ୍‌ଙ୍କ ଶତକ (୧୦୨) ବଳରେ ଇଣ୍ଡିଜ୍‌ ନିର୍ଦ୍ଧାରିତ ଓଭରରେ ୨୧୯ ରନ୍‌ ସଂଗ୍ରହ କରିଥିଲା । ଏହାର ଜବାବରେ ଅଷ୍ଟ୍ରେଲିଆ ୨୭୪ ରନ୍‌ରେ ସମସ୍ତ ଓ୍ବିକେଟ୍‌ ହରାଇ ଟାଇଟଲ୍‌ ହରାଇଥିଲା । ଏହି ମ୍ୟାଚ୍‌ରେ ୫ ଅଷ୍ଟ୍ରେଲୀୟ ଖେଳାଳି ରନ୍‌ ଆଉଟ୍‌ ହୋଇଥିଲେ । ଭାରତୀୟ ଦଳ ଏହି ବିଶ୍ବକପ୍‌ରେ ପଦାର୍ପଣ କରିଥିବା ବେଳେ ୩ଟି ମ୍ୟାଚ୍‌ରୁ ମାତ୍ର ଗୋଟିଏ ମ୍ୟାଚ୍‌ରେ ବିଜୟୀ ହୋଇଥିଲା । ଏହା ସହିତ ମହାନ ଭାରତୀୟ ଓପ୍‌ନର ଗାଭାସ୍କର ଏହି ମ୍ୟାଚ୍‌ରେ ଏକ ଅଲୋଡା ରେକର୍ଡ ମଧ୍ୟ ହାସଲ କରିଥିଲେ । ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଗାଭାସ୍କର ୧୭୪ ବଲ୍‌ର ସମ୍ମୁଖୀନ ହୋଇ ମାତ୍ର ୩୬ ରନ୍‌ ସଂଗ୍ରହ କରିଥିଲେ ଯାହାକୁ ସେ ସମୟରେ କଡା ସମାଲୋଚନା କରାଯାଇଥିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ଏବଂ ମରିସସ ମଧ୍ୟରେ ତୈଳ ଏବଂ ଗ୍ୟାସ ଯୋଗାଣ ପାଇଁ ଚୁକ୍ତିନାମା ଚୂଡ଼ାନ୍ତ

April 11, 2026

ଯୁଦ୍ଧ ସମସ୍ତଙ୍କ ପାଇଁ କ୍ଷତିକାରକ

April 10, 2026

ଯୁଦ୍ଧବିରତି ପରେ ଶେଷ ହେବ କି LPG ଚିନ୍ତା, ଜାଣନ୍ତୁ କ’ଣ କହିଲେ ସରକାର?

April 10, 2026

ଆଜିର RR ଏବଂ RCB ମଧ୍ୟରେ ଲଢେଇ: ଜାଣନ୍ତୁ ପ୍ଲେଇଂ ଇଲେଭେନ ଏବଂ ପିଚ ରିପୋର୍ଟ

April 10, 2026
Latest News

ରାଜ୍ୟରେ ଏଲପିଜି ଗ୍ୟାସ କଳାବଜାରୀ ଉପରେ କାର୍ଯ୍ୟାନୁଷ୍ଠାନ: ୪୬୯୧ ସିଲିଣ୍ଡର ଜବତ

April 11, 2026

‘ଅଟଳ ବସ୍ ଷ୍ଟାଣ୍ଡ’ ଯୋଜନାକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରି

April 11, 2026

ଭାରତ ଏବଂ ମରିସସ ମଧ୍ୟରେ ତୈଳ ଏବଂ ଗ୍ୟାସ ଯୋଗାଣ ପାଇଁ ଚୁକ୍ତିନାମା ଚୂଡ଼ାନ୍ତ

April 11, 2026

ଓଡ଼ିଆ ପକ୍ଷ ଉପଲକ୍ଷେ ଗୋଦାବାରୀଶ ମହାବିଦ୍ୟାଳୟରେ ରକ୍ତଦାନ ଶିବିର

April 11, 2026

ଆଜି ଏପ୍ରିଲ ୧୧ ତାରିଖ ଶନିବାରରେ ଏହି ରାଶି ପାଇଁ ରହିଛି ଲାଭର ଯୋଗ, ଜାଣନ୍ତୁ ରାଶିଫଳ

April 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.