ଏସିଆ କପରେ ପୁଣି ମୁହାଁମୁହିଁ ହେବେ କି ଭାରତ ଏବଂ ପାକିସ୍ତାନ? ଆଜି ଆସିବ ଫଳାଫଳ

Published: Sep 2, 2022, 1:21 pm IST

ନୂଆଦିଲ୍ଲୀ: ସଂଯୁକ୍ତ ଆରବ ଏମିରେଟ୍ସରେ ଖେଳାଯାଉଥିବା ୨୦୨୨ ଏସିଆ କପ୍ ର ଲିଗ୍ ପର୍ଯ୍ୟାୟ ଶେଷ ହେବାକୁ ଯାଉଛି। ବାସ୍ତବରେ, ଏଥର ଏହି ଟୁର୍ଣ୍ଣାମେଣ୍ଟ ରାଉଣ୍ଡ ରୋବିନ ଫର୍ମାଟରେ ଖେଳାଯାଉଛି। ଏଭଳି ପରିସ୍ଥିତିରେ ଦୁଇ ଗ୍ରୁପରେ ବିଭକ୍ତ ୬ ଟି ଦଳ ମଧ୍ୟରୁ ୪ ଟି ଦଳ ପରବର୍ତ୍ତୀ ରାଉଣ୍ଡରେ ପହଞ୍ଚିବେ। ତେବେ ସୁପର-୪ ରେ ତିନୋଟି ଦଳ ନିଜର ସ୍ଥାନ ନିଶ୍ଚିତ କରିସାରିଛନ୍ତି ଏବଂ ଆଜି ଚତୁର୍ଥ ଦଳର ଚିତ୍ର ମଧ୍ୟ ସ୍ପଷ୍ଟ ହୋଇଯିବ।

ଯଦି ପାକିସ୍ତାନର ଦଳ ସୁପର-୪ ରେ ପହଞ୍ଚେ ତେବେ ରବିବାର ଦିନ ଏହା ଭାରତ ସହ ମୁହାଁମୁହିଁ ହେବ। ତେବେ ଏଥିପାଇଁ ପାକିସ୍ତାନକୁ ଆଜି ହଂକଂ ବିପକ୍ଷରେ ବିଜୟ ପଞ୍ଜିକରଣ କରିବାକୁ ପଡିବ।

ଏସିଆ କପ୍-୨୦୨୨ ରେ ସୁପର ୪ ରେ ଭାରତ ଏବଂ ପାକିସ୍ତାନ ପୁଣି ଥରେ ମୁହାଁମୁହିଁ ହୋଇପାରନ୍ତି। ଯଦି ପାକିସ୍ତାନର ଦଳ ଆଜି ହଂକଂ ବିପକ୍ଷ ମ୍ୟାଚରେ ଜିତେ ତେବେ ସେପ୍ଟେମ୍ବର ୪ ତାରିଖରେ ଦୁବାଇରେ ପୁଣି ଥରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସଂଘର୍ଷ ହେବ।

ଏସିଆ କପ୍-୨୦୨୨ ସୁପର-୪ କାର୍ଯ୍ୟସୂଚୀ:

ସେପ୍ଟେମ୍ବର ୩ ତାରିଖ- ଆଫଗାନିସ୍ତାନ ବନାମ ଶ୍ରୀଲଙ୍କା
ସେପ୍ଟେମ୍ବର ୪ ତାରିଖ- ଭାରତ ବନାମ (ପାକିସ୍ତାନ କିମ୍ବା ହଂକଂ)
ସେପ୍ଟେମ୍ବର ୬ ତାରିଖ- ଭାରତ ବନାମ ଶ୍ରୀଲଙ୍କା
ସେପ୍ଟେମ୍ବର ୭ ତାରିଖ- (ପାକିସ୍ତାନ କିମ୍ବା ହଂକଂ) ବନାମ ଆଫଗାନିସ୍ତାନ
ସେପ୍ଟେମ୍ବର ୮ ତାରିଖ- ଭାରତ ବନାମ ଆଫଗାନିସ୍ତାନ
ସେପ୍ଟେମ୍ବର ୯ ତାରିଖ- ଶ୍ରୀଲଙ୍କା ବନାମ (ପାକିସ୍ତାନ କିମ୍ବା ହଂକଂ)

Related posts