ନୂଆଦିଲ୍ଲୀ: ବୁଧବାର ଏସିଆ କପରେ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ହୋଇଥିବା ମ୍ୟାଚରେ ପାକିସ୍ତାନ ଏକ ରୋମାଞ୍ଚକର ମ୍ୟାଚରେ ଆଫଗାନିସ୍ତାନକୁ ୧ ୱିକେଟରେ ପରାସ୍ତ କରିଛି। ପରାଜୟ ପରେ ଆଫଗାନିସ୍ତାନ ଦର୍ଶକମାନେ ଷ୍ଟାଡିୟମରେ ଅନେକ ହଙ୍ଗମା ସୃଷ୍ଟି କରିଛନ୍ତି। ଆଫଗାନିସ୍ତାନ ଦର୍ଶକଙ୍କ ଦ୍ଵାରା ପାକିସ୍ତାନୀ ଦର୍ଶକଙ୍କୁ ମାଡ ଦିଆଯାଇଥିଲା ଏବଂ ଷ୍ଟାଡିୟମର ଚେୟାର ମଧ୍ୟ ଭାଙ୍ଗି ଦିଆଯାଇଥିଲା।
ସୋସିଆଲ ମିଡିଆରେ ଜଣେ ପାକିସ୍ତାନୀ ପ୍ରଶଂସକଙ୍କ ଏକ ଡ୍ୟାନ୍ସ ଭିଡିଓ ଭାଇରାଲ ହେବାରେ ଲାଗିଛି ଏବଂ କୁହାଯାଉଛି ଯେ, ଏହି ନୃତ୍ୟ ପରେ ହିଁ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିଲା। ତେବେ, ଏହି ପ୍ରସଙ୍ଗରେ କେତେ ସତ୍ୟ ଅଛି, କିଛି କୁହାଯାଇପାରିବ ନାହିଁ।
https://twitter.com/Send4Singh/status/1567624303025491969?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1567624303025491969%7Ctwgr%5E44b4569a841210bb60929380e7dd136791cc3fee%7Ctwcon%5Es1_&ref_url=https%3A%2F%2Fndtv.in%2Fcricket%2Fthe-fight-between-the-fans-of-pakistan-and-afghanistan-started-after-this-man-dance-hindi-3326172
ଭିଡିଓରେ ଏହା ଦେଖିବାକୁ ମିଳେ ଯେ, ପାକିସ୍ତାନର ବିଜୟ ପରେ ଜଣେ ପାକିସ୍ତାନୀ ପ୍ରଶଂସକ ଆଫଗାନିସ୍ତାନର ପ୍ରଶଂସକଙ୍କ ସାମ୍ନାରେ ନାଚୁଥିଲେ। ଯାହାକୁ ଦେଖି ଆଫଗାନିସ୍ତାନର ପ୍ରଶଂସକମାନେ ରାଗିଯାଇ ଝଗଡା ଆରମ୍ଭ କରିଥିଲେ।
https://twitter.com/shoaib100mph/status/1567589651598172161?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1567589651598172161%7Ctwgr%5E44b4569a841210bb60929380e7dd136791cc3fee%7Ctwcon%5Es1_&ref_url=https%3A%2F%2Fndtv.in%2Fcricket%2Fthe-fight-between-the-fans-of-pakistan-and-afghanistan-started-after-this-man-dance-hindi-3326172
ଉଲ୍ଲେଖ ଯୋଗ୍ୟ ଯେ, ଏସିଆ କପ୍ର ସୁପର-୪ ମ୍ୟାଚ୍ରେ ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଅତ୍ୟନ୍ତ ରୋମାଞ୍ଚକର ମ୍ୟାଚରେ ନାସିମ ଶାହାଙ୍କ ଶେଷ ଓଭରରେ ଦୁଇଟି ଛକା ସହାୟତାରେ ପାକିସ୍ତାନ ଏକ ୱିକେଟ୍ ରେ ଜିତି ଏସିଆ କପ ଫାଇନାଲରେ ପହଥିଲା। ରବିବାର ଦିନ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯିବ।