Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ଦକ୍ଷିଣ ଆଫ୍ରିକା ବିରୋଧରେ ପ୍ରଥମ ଟି-୨୦, ହାର୍ଦ୍ଦିକ ଏବଂ ଭୁଭି ବିନା ଖେଳିବ ଟିମ୍ ଇଣ୍ଡିଆ
ଆଜିର ଖବର

ଆଜି ଦକ୍ଷିଣ ଆଫ୍ରିକା ବିରୋଧରେ ପ୍ରଥମ ଟି-୨୦, ହାର୍ଦ୍ଦିକ ଏବଂ ଭୁଭି ବିନା ଖେଳିବ ଟିମ୍ ଇଣ୍ଡିଆ

September 28, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଟି-୨୦ ସିରିଜରେ ଅଷ୍ଟ୍ରେଲିଆକୁ ପରାସ୍ତ କରିବା ପରେ ବର୍ତ୍ତମାନ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକାକୁ ସାମ୍ନା କରିବ। ଆଜି ଠାରୁ ଦୁଇ ଦଳ ମଧ୍ୟରେ ଏକ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ। ଏହି ସିରିଜର ପ୍ରଥମ ଟି-୨୦ ମ୍ୟାଚ୍ ଥିରୁବନନ୍ତପୁରମରେ ଖେଳାଯିବ। ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ଖେଳାଳି ଏକାଦଶ କିପରି ହେବ ଜାଣନ୍ତୁ….

କହିବାକୁ ଗଲେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ପାଇଁ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କୁ ବିଶ୍ରାମ ଦିଆଯାଇଛି। ଏଥି ସହିତ ଦୀପକ ହୁଡା ମଧ୍ୟ ପିଠି ଯନ୍ତ୍ରଣା ହେତୁ ଟିମ୍ ଇଣ୍ଡିଆର ଅଂଶ ହେବେ ନାହିଁ।

ଆଜି ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ରେ କେବଳ କେ.ଏଲ୍ ରାହୁଲ ଏବଂ ରୋହିତ ଶର୍ମା ଇନିଂସ ଆରମ୍ଭ କରିବେ। ଏଥିସହିତ ବିରାଟ କୋହଲିଙ୍କୁ ତିନି ନମ୍ବରରେ ଏବଂ ଚତୁର୍ଥ ନମ୍ବରରେ ସୂର୍ଯ୍ୟକୁମାର ଯାଦବ ଖେଳିବା ନିଶ୍ଚିତ ରହିଛି।

ପ୍ରଥମ ଟି-୨୦ ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ଉଭୟ ଋଷଭ ପନ୍ତ ଏବଂ ଦୀନେଶ କାର୍ତ୍ତିକ ଖେଳାଳି ଏକାଦଶରେ ସ୍ଥାନ ପାଇପାରନ୍ତି। ପନ୍ତ ପଞ୍ଚମ ନମ୍ବରରେ ଏବଂ କାର୍ତ୍ତିକ ଷଷ୍ଠ ନମ୍ବରରେ ଖେଳିପାରନ୍ତି। ଏହା ପରେ ସ୍ପିନ୍ ଅଲରାଉଣ୍ଡର ଅକ୍ସର ପଟେଲ ସାତ ନମ୍ବରରେ ଖେଳିବେ। ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରେ ପଟେଲଙ୍କ ଭଲ ବୋଲିଂ ପ୍ରଦର୍ଶନ ଥିଲା।

ଫାଷ୍ଟ ବୋଲିଂ ବିଭାଗରେ ସ୍ୱିଙ୍ଗ୍ ମାଷ୍ଟର ଦୀପକ ଚହର, ମଧ୍ୟମ ଫାଷ୍ଟ ବୋଲର ହର୍ଷଲ ପଟେଲ ଏବଂ ଫାଷ୍ଟ ବୋଲର ଜସପ୍ରୀତ ବୁମ୍ରା ଦମ ଦେଖାଇବେ। ଏଥି ସହିତ, ସ୍ପିନ୍ କମାଣ୍ଡ ପୁଣିଥରେ ୟୁଜବେନ୍ଦ୍ର ଚହଲଙ୍କ ହାତରେ ରହିବ।

ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ ରେ ଭାରତର ସମ୍ଭାବ୍ୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ୱିକେଟ୍ କିପର), ଦୀନେଶ କାର୍ତ୍ତିକ, ଅକ୍ସର ପଟେଲ, ଦୀପକ ଚହର, ହର୍ଷଲ ପଟେଲ, ଜସପ୍ରୀତ ବୁମରା ଏବଂ ୟୁଜବେନ୍ଦ୍ର ଚହଲ।

ଅଷ୍ଟ୍ରେଲିଆ ଟି-୨୦ ସିରିଜ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026
Latest News

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.