Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁଣିଥରେ ଚାମ୍ପିଅନ୍ ହେଲା ଇଣ୍ଡିଆ ଲିଜେଣ୍ଡ୍ସ , ଶ୍ରୀଲଙ୍କାକୁ ୩୩ ରନରେ ହରାଇଲା ସଚିନ ବାହିନୀ
ଆଜିର ଖବର

ପୁଣିଥରେ ଚାମ୍ପିଅନ୍ ହେଲା ଇଣ୍ଡିଆ ଲିଜେଣ୍ଡ୍ସ , ଶ୍ରୀଲଙ୍କାକୁ ୩୩ ରନରେ ହରାଇଲା ସଚିନ ବାହିନୀ

October 2, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଇଣ୍ଡିଆ ଲିଜେଣ୍ଡ୍ସ ପୁଣି ଥରେ ୱାର୍ଲ୍ଡ ସେଫ୍ଟି ସିରିଜ୍ ଟାଇଟଲ୍ ଜିତିଛି। ଗତକାଲି ରାତିରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଇଣ୍ଡିଆ ଲିଜେଣ୍ଡ୍ସ ଶ୍ରୀଲଙ୍କା ଲିଜେଣ୍ଡ୍ସକୁ ୩୩ ରନରେ ପରାସ୍ତ କରିଛି। ଏଠାରେ ନମନ ଓଝା ଇଣ୍ଡିଆ ଲିଜେଣ୍ଡ୍ସର ପାଇଁ ଏକ ଶତକ ହାସଲ କରିଥିଲେ। ସେ ‘ପ୍ଲେୟାର ଅଫ୍ ଦି ମ୍ୟାଚ୍’ ମଧ୍ୟ ବିବେଚିତ ହୋଇଥିଲେ।

ୱାର୍ଲ୍ଡ ସେଫ୍ଟି ସିରିଜ୍ ସିରିଜର ପ୍ରଥମ ସିଜିନର ଟାଇଟଲ୍ ମଧ୍ୟ ଇଣ୍ଡିଆ ଲିଜେଣ୍ଡ୍ସକୁ ମିଳିଥିଲା। ଏଥର ଦ୍ୱିତୀୟ ସିଜନରେ ମଧ୍ୟ ଏହି ଦଳ ନିଜର ଟାଇଟଲ୍ ସୁରକ୍ଷିତ ରଖିଛି। ପ୍ରଥମେ ବ୍ୟାଟିଂ କରି ଇଣ୍ଡିଆ ଲିଜେଣ୍ଡ୍ସ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୯୫ ରନ୍ ସଂଗ୍ରହ କରିଥିଲା।

ନମନ ଓଝା ୭୧ ବଲରୁ ୧୦୮ ରନ୍ ସଂଗ୍ରହ କରିଥିଲେ। ସେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଗୋଟିଏ ପାର୍ଶ୍ଵରେ ବ୍ୟାଟିଂ ଜାରି ରଖିଥିଲେ। ସଚିନ ତେନ୍ଦୁଲକର (୦), ସୁରେଶ ରାଇନା (୪), ୟୁସୁଫ ପଠାନ (୦) ଶସ୍ତା ପ୍ୟାଭିଲିୟନକୁ ଫେରିଥିଲେ। ବିନୟ କୁମାର (୩୬), ଯୁବରାଜ ସିଂ (୧୯) ଏବଂ ଇରଫାନ ପଠାନ (୧୧) ନମନ ଓଝାଙ୍କୁ ସମର୍ଥନ କରିଥିଲେ। ଶ୍ରୀଲଙ୍କା ପାଇଁ ନୁୱାନ କୁଲସେକରା ତିନୋଟି, ଉଦାନା ଦୁଇଟି ଏବଂ ଇଶାନ ଜୟରତ୍ନେ ଗୋଟିଏ ୱିକେଟ୍ ନେଇଥିଲେ।

୧୯୬ ରନ୍‌ର ଟାର୍ଗେଟକୁ ପିଛା କରି ଶ୍ରୀଲଙ୍କା ଲିଜେଣ୍ଡ୍ସର ୱିକେଟ୍ ଆରମ୍ଭରୁ ଖସି ଆସିଥିଲା। ଦିଲଶାନ ମୁନାବୀରା (୮), ସନଥ ଜୟସୁରିୟା (୫), ତିଲକରତ୍ନେ ଦିଲଶାନ୍ (୧୧) ଶସ୍ତା ପ୍ୟାଭିଲିୟନକୁ ଫେରିଥିଲେ। ଶ୍ରୀଲଙ୍କା ଲିଜେଣ୍ଡ୍ସର ମଧ୍ୟମ ଅର୍ଡର ବ୍ୟାଟ୍ସମ୍ୟାନମାନେ ମଧ୍ୟ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ଚାଲିଥିଲେ। ଉପଲ ଥରଙ୍ଗା (୧୦), ଅସିଲା ଗୁଣାରତ୍ନେ (୧୯), ଜୀଭନ ମେଣ୍ଡିସ (୨୦) ରନ ସ୍କୋର କରିଥିଲେ। ଏକାକୀ ଇଶାନ ଜୟରତ୍ନେ ୨୨ ଟି ବଲରୁ ୫୧ ରନ ସ୍କୋର କରି ବିରାଟ ପରାଜୟରୁ ରକ୍ଷା କରିଥିଲେ। ୧୮.୫ ଓଭରରେ ସମଗ୍ର ଲଙ୍କା ଦଳ ୧୬୨ ରନରେ ଅଲଆଉଟ ହୋଇଥିଲେ। ବିନୟ କୁମାର ତିନି, ଅଭିମନ୍ୟୁ ମିଥୁନ ଦୁଇଟି ୱିକେଟ୍ ପାଇଥିଲେ।

ଶ୍ରୀଲଙ୍କାର ପୂର୍ବତନ କ୍ରିକେଟରତିଳକରତ୍ନେ ଦିଲଶାନ୍ ତାଙ୍କ ଦଳକୁ ଚାମ୍ପିଅନ୍ କରିପାରି ନଥିଲେ କିନ୍ତୁ ଏଥର ସେ ‘ପ୍ଲେୟାର୍ ଅଫ୍ ସିରିଜ୍’ ହୋଇଥିଲେ। ରୋଡ ସେଫ୍ଟି ୱାର୍ଲ୍ଡ ସିରିଜର ଏହି ସଂସ୍କରଣରେ ସେ ୧୯୨ ରନ୍ ସଂଗ୍ରହ କରିଥିଲେ ଏବଂ ୫ ଟି ୱିକେଟ୍ ମଧ୍ୟ ନେଇଥିଲେ।

ଇଣ୍ଡିଆ ଲିଜେଣ୍ଡ୍ସ ଶ୍ରୀଲଙ୍କା
Share. Facebook Twitter LinkedIn Email WhatsApp Copy Link

Related Posts

ତାମିଲନାଡୁରେ ବିଜୟଙ୍କ ପାଇଁ AIADMK ରେ ଫାଟ!: TVK ସମର୍ଥନରେ ପ୍ରାୟ ୩୦ ବିଧାୟକ

May 6, 2026

ଆଇପିଏଲ ୨୦୨୬: ଅରେଞ୍ଜ କ୍ୟାପ୍ ଦୌଡ଼ର ଶୀର୍ଷ- ୫ରେ ଚାରି ଭାରତୀୟ ଖେଳାଳି

May 6, 2026

ଟ୍ରମ୍ପ୍ ନେଲେ ବଡ ନିଷ୍ପତ୍ତି : ପ୍ରୋଜେକ୍ଟ ଫ୍ରିଡମ୍’କୁ ଅସ୍ଥାୟୀ ଭାବରେ ସ୍ଥଗିତ

May 6, 2026

ପଞ୍ଜାବର ଦୁଇଟି ସ୍ଥାନରେ ବିସ୍ଫୋରଣ

May 6, 2026
Latest News

ତାମିଲନାଡୁରେ ବିଜୟଙ୍କ ପାଇଁ AIADMK ରେ ଫାଟ!: TVK ସମର୍ଥନରେ ପ୍ରାୟ ୩୦ ବିଧାୟକ

May 6, 2026

ଆଇପିଏଲ ୨୦୨୬: ଅରେଞ୍ଜ କ୍ୟାପ୍ ଦୌଡ଼ର ଶୀର୍ଷ- ୫ରେ ଚାରି ଭାରତୀୟ ଖେଳାଳି

May 6, 2026

ଟ୍ରମ୍ପ୍ ନେଲେ ବଡ ନିଷ୍ପତ୍ତି : ପ୍ରୋଜେକ୍ଟ ଫ୍ରିଡମ୍’କୁ ଅସ୍ଥାୟୀ ଭାବରେ ସ୍ଥଗିତ

May 6, 2026

ପଞ୍ଜାବର ଦୁଇଟି ସ୍ଥାନରେ ବିସ୍ଫୋରଣ

May 6, 2026

ହଟିବ ଏନଏଚ ପାର୍ଶ୍ଵରେ ଥିବା ବେଆଇନ ଢାବା ଓ ଦୋକାନ

May 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.