Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଟି-୨୦ ବିଶ୍ଵ କପ: ପାକିସ୍ତାନ ମ୍ୟାଚ ପୂର୍ବରୁ ଭାରତ ଖେଳିବ ୪ ଟି ୱାର୍ମ ଅପ୍ ମ୍ୟାଚ୍, ଜାଣନ୍ତୁ କାର୍ଯ୍ୟସୂଚୀ
ଅନ୍ତରାଷ୍ଟ୍ରୀୟ

ଟି-୨୦ ବିଶ୍ଵ କପ: ପାକିସ୍ତାନ ମ୍ୟାଚ ପୂର୍ବରୁ ଭାରତ ଖେଳିବ ୪ ଟି ୱାର୍ମ ଅପ୍ ମ୍ୟାଚ୍, ଜାଣନ୍ତୁ କାର୍ଯ୍ୟସୂଚୀ

October 5, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ଆନ୍ତର୍ଜାତୀୟ ସିରିଜ୍ ୨-୧ ରେ ଜିତିବା ପରେ ଭାରତୀୟ ଦଳ ବର୍ତ୍ତମାନ ପରବର୍ତ୍ତୀ କାର୍ଯ୍ୟ ପାଇଁ ପ୍ରସ୍ତୁତ ହେଉଛି। ଭାରତର ପରବର୍ତ୍ତୀ ବଡ କାର୍ଯ୍ୟ ହେଉଛି ଆଇସିସି ଟି-୨୦ ବିଶ୍ୱକପ ୨୦୨୨। ଅକ୍ଟୋବର ୧୬ ତାରିଖରୁ ଅଷ୍ଟ୍ରେଲିଆରେ ଟି -୨୦ ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି। ଅକ୍ଟୋବର ୨୩ ତାରିଖରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ଭାରତ ନିଜର ଅଭିଯାନ ଆରମ୍ଭ କରିବ, କିନ୍ତୁ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଅଷ୍ଟ୍ରେଲିଆରେ ଭାରତ କିଛି ୱାର୍ମ ଅପ୍ ମ୍ୟାଚ୍ ମଧ୍ୟ ଖେଳିବ।

ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଅକ୍ଟୋବର ୬ ତାରିଖରେ ଅଷ୍ଟ୍ରେଲିଆ ଗସ୍ତ କରିବ। ଟିମ୍ ନିର୍ଦ୍ଧାରିତ ସମୟଠାରୁ ଅଷ୍ଟ୍ରେଲିଆ ଟିକିଏ ଶୀଘ୍ର ଯାଉଛି, ଯାହାଫଳରେ ସେଠାରେ ଅଧିକ ୱାର୍ମ ଅପ୍ ମ୍ୟାଚ୍ ଖେଳାଯାଇପାରିବ। ପୂର୍ବରୁ ଭାରତକୁ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ କେବଳ ଦୁଇଟି ୱାର୍ମ ଅପ୍ ମ୍ୟାଚ୍ ଖେଳିବାକୁ ସ୍ଥିର ହୋଇଥିଲା। କିନ୍ତୁ ବର୍ତ୍ତମାନ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପରେ ଅଭିଯାନ ପୂର୍ବରୁ ଭାରତ ୪ ଟି ମ୍ୟାଚ୍ ଖେଳିବ ବୋଲି ଜଣାପଡିଛି।

ମେନ ଇନ୍ ବ୍ଲୁ ପର୍ଥରେ ସେମାନଙ୍କର କ୍ୟାମ୍ପ ସ୍ଥାପନ କରିବେ, ଯେଉଁଠାରେ ସେମାନେ ଅକ୍ଟୋବର ୧୦ ତାରିଖ ଏବଂ ୧୨ ତାରିଖରେ ୱେଷ୍ଟର୍ନ ଅଷ୍ଟ୍ରେଲିଆ ଏକାଦଶ ବିପକ୍ଷରେ ଦୁଇଟି ୱାର୍ମ ଅପ୍ ମ୍ୟାଚ୍ ଖେଳିବେ। ଏହା ପରେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଦୁଇଟି ପୂର୍ବ ନିର୍ଦ୍ଧାରିତ ୱାର୍ମ ଅପ୍ ମ୍ୟାଚ୍ ହେବ। ଅକ୍ଟୋବର ୧୭ ତାରିଖରେ ଅଷ୍ଟ୍ରେଲିଆ ଏବଂ ଅକ୍ଟୋବର ୧୯ ତାରିଖରେ ବ୍ରିସବେନରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳଗୁଡିକ ପୂର୍ବ ନିର୍ଦ୍ଧାରିତ ହୋଇଥିଲା। ଏଭଳି ପରିସ୍ଥିତିରେ ରାହୁଲ ଦ୍ରାବିଡ ଏବଂ ରୋହିତ ଶର୍ମା ନିଷ୍ପତ୍ତି ନେଇଛନ୍ତି ଯେ, ଅଷ୍ଟ୍ରେଲିଆର ସ୍ଥିତିକୁ ଭଲଭାବେ ନିୟନ୍ତ୍ରଣ କରିବା ପାଇଁ ସେମାନଙ୍କୁ ଆଉ ଦୁଇଟି ମ୍ୟାଚ୍ ଦରକାର।

ଉଲ୍ଲେଖ ଯୋଗ୍ୟ ଯେ, ଭାରତର ପ୍ରଥମ ମ୍ୟାଚ୍ ଅକ୍ଟୋବର ୨୩ ତାରିଖରେ ମେଲବୋର୍ଣ୍ଣରେ ପାକିସ୍ତାନ ସହିତ ହେବ। ଏହା ପରେ ଅକ୍ଟୋବର ୨୭ ତାରିଖରେ ସିଡନୀରେ ହେବାକୁ ଥିବା ଦ୍ୱିତୀୟ ମ୍ୟାଚରେ ଭାରତୀୟ କ୍ରିକେଟ୍ ଦଳ ଗ୍ରୁପ୍ ଏ ରନର୍ ଅପ୍ ସହିତ ମୁହାଁମୁହିଁ ହେବେ। ଟିମ୍ ଇଣ୍ଡିଆର ତୃତୀୟ ମ୍ୟାଚ୍ ଅକ୍ଟୋବର ୩୦ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବ। ଟୁର୍ଣ୍ଣାମେଣ୍ଟର ଚତୁର୍ଥ ମ୍ୟାଚ୍‌ରେ ଭାରତ ନଭେମ୍ବର ୨ ତାରିଖରେ ବାଂଲାଦେଶକୁ ଭେଟିବ, ଯାହା ଆଡିଲେଡରେ ଖେଳାଯିବ। ନିଜର ପଞ୍ଚମ ଲିଗ୍ ମ୍ୟାଚ୍ ନଭେମ୍ବର ୬ ତାରିଖରେ ମେଲବୋର୍ଣ୍ଣରେ ଗ୍ରୁପ୍ ବି’ର ବିଜେତା ଦଳକୁ ଟିମ୍ ଇଣ୍ଡିଆ ଭେଟିବ।

ଟି-୨୦ ବିଶ୍ଵ କପ ପାକିସ୍ତାନ ଭାରତ ୱାର୍ମ ଅପ୍ ମ୍ୟାଚ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ସିମଲାରେ ଆରମ୍ଭ ହେଲା ଦକ୍ଷିଣ ଏସୀୟ ଟେବୁଲ ଟେନିସ୍ ଯୁବ ଚାମ୍ପିଅନସିପ୍ 

April 8, 2026

ପୁଣି ଦିଲ୍ଲୀ-ଗୁଜରାଟ ମ୍ୟାଚ୍‌ରେ ବର୍ଷା ଆଶଙ୍କା!: ଜାଣନ୍ତୁ ଆଜିର ପାଣିପାଗ ରିପୋର୍ଟ

April 8, 2026

ତୁଷାରପାତ ଯୋଗୁଁ ବଦ୍ରିନାଥ ଏବଂ ହେମକୁଣ୍ଡ ସାହିବରେ ପ୍ରବଳ ଥଣ୍ଡା

April 8, 2026

ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତିକୁ ସ୍ୱାଗତ କଲା ଭାରତ

April 8, 2026
Latest News

ସିମଲାରେ ଆରମ୍ଭ ହେଲା ଦକ୍ଷିଣ ଏସୀୟ ଟେବୁଲ ଟେନିସ୍ ଯୁବ ଚାମ୍ପିଅନସିପ୍ 

April 8, 2026

ପୁଣି ଦିଲ୍ଲୀ-ଗୁଜରାଟ ମ୍ୟାଚ୍‌ରେ ବର୍ଷା ଆଶଙ୍କା!: ଜାଣନ୍ତୁ ଆଜିର ପାଣିପାଗ ରିପୋର୍ଟ

April 8, 2026

ତୁଷାରପାତ ଯୋଗୁଁ ବଦ୍ରିନାଥ ଏବଂ ହେମକୁଣ୍ଡ ସାହିବରେ ପ୍ରବଳ ଥଣ୍ଡା

April 8, 2026

ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତିକୁ ସ୍ୱାଗତ କଲା ଭାରତ

April 8, 2026

ଗଞ୍ଜାମରେ ଦୁଇ ଦିନିଆ ଆନ୍ତର୍ଜ୍ୟାତୀୟ କର୍ମଶାଳା

April 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.