Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଥମ ଦିନିକିଆରେ ପରାଜୟ ପରେ ଶିଖର ଧାୱନ ନିରାଶ, କହିଲେ ପରାଜୟର କାରଣ
ଆଜିର ଖବର

ପ୍ରଥମ ଦିନିକିଆରେ ପରାଜୟ ପରେ ଶିଖର ଧାୱନ ନିରାଶ, କହିଲେ ପରାଜୟର କାରଣ

October 7, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଲକ୍ଷ୍ନୌର ଇକାନା ଷ୍ଟାଡିୟମରେ ଖେଳାଯାଇଛି। ଲକ୍ଷ୍ନୌରେ ଖେଳାଯାଇଥିବା ଏହି ରୋମାଞ୍ଚକର ମ୍ୟାଚରେ ଦକ୍ଷିଣ ଆଫ୍ରିକା ଭାରତକୁ ୯ ରନରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ଦଳ ନିର୍ଦ୍ଧାରିତ ୪୦ ଓଭରରେ ୨୪୯ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତୀୟ ଦଳ ମାତ୍ର ୨୪୦ ରନ୍ ସ୍କୋର କରି ମ୍ୟାଚକୁ ୯ ରନ୍ ରେ ହରାଇଥିଲା। ଅନ୍ୟପକ୍ଷରେ ଆଫ୍ରିକା ବିପକ୍ଷରେ ପରାଜୟ ପରେ ଭାରତୀୟ ଦଳର ଅଧିନାୟକ ଶିଖର ଧାୱନ ଏକ ବଡ଼ କଥା କହିଛନ୍ତି।

ପ୍ରଥମ ଦିନିକିଆରେ ପରାଜୟ ପରେ ଭାରତୀୟ ଦଳର ଅଧିନାୟକ ଶିଖର ଧାୱନ କହିଛନ୍ତି ଯେ, ଏହି ଖେଳ ବହୁତ ଚମତ୍କାର ଥିଲା। ଦଳ ଯେପରି ଖେଳିଲା ସେଥିପାଇଁ ବହୁତ ଗର୍ବିତ। ଆମେ ଏକ ଭଲ ଆରମ୍ଭ କରିବାରେ ବିଫଳ ହେଇଥିଲୁ। କିନ୍ତୁ ଶ୍ରେୟସ୍ ଆୟର, ସାମସନ୍ ଏବଂ ଶାର୍ଦ୍ଦୁଳ ଚମତ୍କାର ବ୍ୟାଟିଂ କରିଥିଲେ। ଏହି ୱିକେଟ୍ ରେ ଆମେ ଅନେକ ରନ୍ ଦେଇଥିଲୁ ଯେଉଁଠାରେ ଉଭୟ ସ୍ପିନ୍ ଏବଂ ସୁଇଙ୍ଗ୍ ଉପଲବ୍ଧ ଥିଲା। ଆମର ଫିଲ୍ଡିଂ ମଧ୍ୟ ସାମାନ୍ୟ ଥିଲା। କିନ୍ତୁ ଏହା ଆମ ପାଇଁ ଏକ ଭଲ ଶିକ୍ଷା।

ଏହି ମ୍ୟାଚରେ ଭାରତୀୟ ଅଧିନାୟକ ଶିଖର ଧାୱନ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଦକ୍ଷିଣ ଆଫ୍ରିକା ଦଳ ୪୦ ଓଭରରେ ୪ ୱିକେଟ୍ ନେଇ ୨୪୯ ରନ୍ ସଂଗ୍ରହ କରିଥିଲା। ଏହି ପରିପ୍ରେକ୍ଷୀରେ ଭାରତୀୟ ଦଳ ପ୍ରଥମ ମ୍ୟାଚ୍ ଜିତିବା ପାଇଁ ୪୦ ଓଭରରେ ୨୫୦ ରନ୍ ର ଲକ୍ଷ୍ୟ ଥିଲା। ଦକ୍ଷିଣ ଆଫ୍ରିକାର ମଧ୍ୟମ ଅର୍ଡର ବ୍ୟାଟ୍ସମ୍ୟାନ୍ ଡେଭିଡ ମିଲର ଏବଂ ହେନେରୀ କ୍ଲାସେନ୍ ଚମତ୍କାର ଇନିଂସ ଖେଳିଥିଲେ। ଡେଭିଡ ମିଲର ୬୩ ବଲରେ ୭୫ ରନ ସ୍କୋର କରିଥିଲେ। ସେ ତାଙ୍କ ଇନିଂସ ସମୟରେ ୫ ଟି ଚୌକା ଓ ୩ ଟି ଛକା ମାରିଥିଲେ। ଏଥି ସହିତ ହେନେରୀ କ୍ଲାସେନ୍ ୬୫ ବଲରେ ୭୪ ରନ୍ ସଂଗ୍ରହ କରିଥିଲେ। ହେନେରୀ କ୍ଲାସେନ୍ ତାଙ୍କ ଇନିଂସ ସମୟରେ ୬ ଟି ଚୌକା ଓ ୨ ଟି ଛକା ମାରିଥିଲେ।

ସେହିଭଳି ଭାରତୀୟ ଖେଳାଳି ଶ୍ରେୟସ୍ ଆୟର ୩୭ ବଲରେ ୫୦ ରନ ସଂଗ୍ରହ କରିଥିବା ବେଳେ ସଞ୍ଜୁ ସାମସନ୍ ସର୍ବାଧିକ ୬୩ ବଲରେ ୮୬ ରନ ଏବଂ ଶାର୍ଦ୍ଦୁଳ ଠାକୁର ୩୧ ବଲରେ ୩୩ ରନ ସଂଗ୍ରହ କରିଥିଲେ।

ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ ପ୍ରଥମ ଦିନିକିଆ ଶିଖର ଧାୱନ
Share. Facebook Twitter LinkedIn Email WhatsApp Copy Link

Related Posts

Demat Accounts Increase: ସେୟାର ମାର୍କେଟ ପ୍ରତି ଦେଶରେ ଲୋକଙ୍କ ଆଗ୍ରହ ବୃଦ୍ଧି ପାଉଛି, ସେବି

November 15, 2025

ବାଦ ପଡିଲେ ଆନ୍ଦ୍ରେ ରସେଲଙ୍କ ସମେତ ଅନେକ ମହଙ୍ଗା ଖେଳାଳି, ଦେଖନ୍ତୁ KKR ର ରିଟେନସନ୍ ତାଲିକା

November 15, 2025

ମହାଗଠବନ୍ଧନର ପରାଜୟ ପରେ ଉଦ୍ଧବ ଠାକରେଙ୍କ ଦଳର ଆସିଲା ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ….

November 15, 2025

ଡ୍ରଗ୍ସ ବିରୋଧରେ ଶୂନ୍ୟ ସହନଶୀଳତା ଆଭିମୁଖ୍ୟ: ୪୦ କୋଟି ମୂଲ୍ୟର ରାସାୟନିକ ପଦାର୍ଥ ଜବତ

November 15, 2025
Latest News

Demat Accounts Increase: ସେୟାର ମାର୍କେଟ ପ୍ରତି ଦେଶରେ ଲୋକଙ୍କ ଆଗ୍ରହ ବୃଦ୍ଧି ପାଉଛି, ସେବି

November 15, 2025

ବାଦ ପଡିଲେ ଆନ୍ଦ୍ରେ ରସେଲଙ୍କ ସମେତ ଅନେକ ମହଙ୍ଗା ଖେଳାଳି, ଦେଖନ୍ତୁ KKR ର ରିଟେନସନ୍ ତାଲିକା

November 15, 2025

ମହାଗଠବନ୍ଧନର ପରାଜୟ ପରେ ଉଦ୍ଧବ ଠାକରେଙ୍କ ଦଳର ଆସିଲା ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ….

November 15, 2025

ଡ୍ରଗ୍ସ ବିରୋଧରେ ଶୂନ୍ୟ ସହନଶୀଳତା ଆଭିମୁଖ୍ୟ: ୪୦ କୋଟି ମୂଲ୍ୟର ରାସାୟନିକ ପଦାର୍ଥ ଜବତ

November 15, 2025

ବାଣପୁର: ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ପାଳିତ

November 15, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.