Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଟି-୨୦ ବିଶ୍ୱକପରେ ଇଂଲଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆର କ’ଣ ରହିଛି ରେକର୍ଡ, ଜାଣନ୍ତୁ ଦୁଇ ଦଳର ସ୍ଥିତି
ଅନ୍ତରାଷ୍ଟ୍ରୀୟ

ଟି-୨୦ ବିଶ୍ୱକପରେ ଇଂଲଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆର କ’ଣ ରହିଛି ରେକର୍ଡ, ଜାଣନ୍ତୁ ଦୁଇ ଦଳର ସ୍ଥିତି

November 7, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଟି-୨୦ ବିଶ୍ୱକପ୍ ୨୦୨୨ ର ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ବ୍ୟତୀତ ଇଂଲଣ୍ଡ, ପାକିସ୍ଥାନ ଏବଂ ନ୍ୟୁଜିଲ୍ୟାଣ୍ଡର ଦଳ ଏହି ବିଶ୍ୱକପ୍‌ର ସେମିଫାଇନାଲରେ ପ୍ରବେଶ କରିଛି। ଏଥର ଭାରତୀୟ ଦଳକୁ ବିଶ୍ୱକପର ସେମିଫାଇନାଲରେ ଇଂଲଣ୍ଡ ସହ ମୁହାଁମୁହିଁ ହେବାକୁ ପଡିବ। ନଭେମ୍ବର ୧୦ ତାରିଖରେ ଆଡିଲେଡ୍ ଓଭାଲରେ ଦୁଇ ଦଳ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ।

ଟି -୨୦ ବିଶ୍ୱକପ ଇତିହାସରେ ଭାରତୀୟ ଦଳ ପୂର୍ବରୁ ମଧ୍ୟ ଇଂଲଣ୍ଡ ସହ ମୁହାଁମୁହିଁ ହୋଇଥିଲେ। ଏଭଳି ପରିସ୍ଥିତିରେ ଇଂଲଣ୍ଡ ବିପକ୍ଷ ଟି-୨୦ ବିଶ୍ୱକପରେ ଭାରତୀୟ ଦଳର ରେକର୍ଡ କ’ଣ ରହିଛି, ଆସନ୍ତୁ ଜାଣିବା….

ଇଂଲଣ୍ଡ ଉପରେ ଟିମ୍ ଇଣ୍ଡିଆର ସ୍ଥିତି ଅଧିକ ମଜବୁତ:

ଟି -୨୦ ବିଶ୍ୱକପ ଇତିହାସରେ ଭାରତ ଏବଂ ଇଂଲଣ୍ଡ ୩ଥର ମୁହାଁମୁହିଁ ହୋଇଛନ୍ତି। ଏହି ତିନୋଟି ମ୍ୟାଚରେ ଭାରତ ଦୁଇଥର ଇଂଲଣ୍ଡକୁ ପରାସ୍ତ କରିଛି। ଏବଂ ଗୋଟିଏ ମ୍ୟାଚ୍ ଇଂଲଣ୍ଡ ନାମରେ ରହିଛି।

୨୦୦୭ ମସିହାରେ ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆ ଟି-୨୦ ବିଶ୍ୱକପରେ ଇଂଲଣ୍ଡକୁ ଭେଟିଥିଲା। ଏହି ମ୍ୟାଚରେ ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଯୁବରାଜ ସିଂ ଷ୍ଟୁଆର୍ଟ ବ୍ରଡଙ୍କ ଏକ ଓଭରରେ ୬ ଟି ଛକା ମାରିଥିଲେ। ଏହି ସ୍ମରଣୀୟ ତଥା ଐତିହାସିକ ମ୍ୟାଚରେ ଭାରତ ଇଂଲଣ୍ଡକୁ ୧୮ ରନରେ ପରାସ୍ତ କରିଥିଲା।

୨୦୦୯ ମସିହାରେ, ଟି-୨୦ ବିଶ୍ୱକପରେ ଦ୍ୱିତୀୟ ଥର ପାଇଁ ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା। ଉଭୟ ଦଳ ମଧ୍ୟରେ ଏହି ମ୍ୟାଚ୍ ବହୁତ ରୋମାଞ୍ଚକର ଥିଲା। ତେବେ ଏହି ମ୍ୟାଚ୍‌ରେ ମଧ୍ୟ ଭାରତୀୟ ଦଳର ଭଲ ପ୍ରଦର୍ଶନ ରହିଥିଲା ଏବଂ ଦଳ ଏହି ମ୍ୟାଚକୁ ୩ ରନରେ ଜିତିଥିଲା।

୨୦୧୨ ମସିହାରେ ଇଂଲଣ୍ଡ ଏବଂ ଭାରତୀୟ ଦଳ ମଧ୍ୟରେ ତୃତୀୟ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ଇଂଲଣ୍ଡ ୨୦୦୯ ଟି-୨୦ ବିଶ୍ୱକପ ପରାଜୟର ପ୍ରତିଶୋଧ ନେଇଥିଲା ଏବଂ ଏକପାଖିଆ ଭାବରେ ୯୦ ରନ୍ ରେ ଜିତିଥିଲା।

ଉଲ୍ଲେଖ ଯୋଗ୍ୟ ଯେ, ଟି-୨୦ ବିଶ୍ୱକପ ୨୦୨୨ରେ ଏହା ପ୍ରଥମ ଥର ହେବ ଟିମ୍ ଇଣ୍ଡିଆ ଏବଂ ଇଂଲଣ୍ଡ ନକ୍ଆଉଟ୍ ମ୍ୟାଚ୍ ରେ ମୁହାଁମୁହିଁ ହେବେ। ଟି-୨୦ ବିଶ୍ୱକପ ଇତିହାସରେ ଦୁଇ ଦଳ ମଧ୍ୟରେ କୌଣସି ନକ୍ଆଉଟ୍ ମ୍ୟାଚ୍ ହୋଇନାହିଁ।

ଟି-20 ବିଶ୍ୱକପ ଟିମ୍ ଇଣ୍ଡିଆ ସେମିଫାଇନାଲ
Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରୀଜିୟୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବାଇଶ ପାହାଚରେ ବସିଲେ, କଲେ ପିଣ୍ଡଦାନ

February 4, 2026

ଏଆଇ-ଆଧାରିତ ରେଳ ରୋବୋକପ୍ “ଏଏସସି ଅର୍ଜୁନ”ର ଐତିହାସିକ ସଫଳତା

February 4, 2026

ଦାୟିତ୍ଵବାନ ଦେଶ ତାଲିକାର ଶ୍ରେଷ୍ଠ ୧୦ ରେ ନାହାନ୍ତି ଚୀନ୍, ରୁଷ କିମ୍ବା ଆମେରିକା: ଜାଣନ୍ତୁ ଭାରତର ସ୍ଥିତି

February 4, 2026

ବଢିଲା ସୁନା ଏବଂ ରୂପା ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ ଆଜିର ଦର

February 4, 2026
Latest News

ଶ୍ରୀଜିୟୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବାଇଶ ପାହାଚରେ ବସିଲେ, କଲେ ପିଣ୍ଡଦାନ

February 4, 2026

ଏଆଇ-ଆଧାରିତ ରେଳ ରୋବୋକପ୍ “ଏଏସସି ଅର୍ଜୁନ”ର ଐତିହାସିକ ସଫଳତା

February 4, 2026

ଦାୟିତ୍ଵବାନ ଦେଶ ତାଲିକାର ଶ୍ରେଷ୍ଠ ୧୦ ରେ ନାହାନ୍ତି ଚୀନ୍, ରୁଷ କିମ୍ବା ଆମେରିକା: ଜାଣନ୍ତୁ ଭାରତର ସ୍ଥିତି

February 4, 2026

ବଢିଲା ସୁନା ଏବଂ ରୂପା ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ ଆଜିର ଦର

February 4, 2026

U19 ବିଶ୍ୱକପ୍-2026: ଦ୍ଵିତୀୟ ସେମିଫାଇନାଲ୍‌ରେ ଆଫଗାନିସ୍ତାନକୁ ଭେଟିବ ଭାରତ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.