Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହିଳାଙ୍କୁ ଅଧିକ ଅଧିକାର ପ୍ରଦାନ କରିବା ଲାଗି ପ୍ରସ୍ତୁତ ଆଇଓଏର ନୂଆ ସମ୍ବିଧାନକୁ ନୀତା ଅମ୍ବାନିଙ୍କ ପ୍ରଶଂସା
ଆଜିର ଖବର

ମହିଳାଙ୍କୁ ଅଧିକ ଅଧିକାର ପ୍ରଦାନ କରିବା ଲାଗି ପ୍ରସ୍ତୁତ ଆଇଓଏର ନୂଆ ସମ୍ବିଧାନକୁ ନୀତା ଅମ୍ବାନିଙ୍କ ପ୍ରଶଂସା

November 7, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆଇଓସିର ସଦସ୍ୟା ନୀତା ଅମ୍ବାନି ଭାରତୀୟ ଅଲିମ୍ପିକ ସଂଘ (ଆଇଓଏ)ର ସଂଶୋଧିତ ସମ୍ବିଧାନକୁ ସ୍ୱାଗତ କରିଛନ୍ତି ଏବଂ ଏହାକୁ ଭାରତୀୟର ଅଲିମ୍ପିକ ସ୍ୱପ୍ନ ପାଇଁ ଐତିହାସିକ ମୁହୂର୍ତ ଭାବେ ଅଭିହିତ କରିଛନ୍ତି। ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଏଲ୍ ନାଗେଶ୍ୱର ରାଓ ଏହାକୁ ପ୍ରସ୍ତୁତ କରାଯାଇଛି। ଆଇଓଏର ସଂଶୋଧିତ ସମ୍ବିଧାନରେ କିଛି ମହତ୍ୱପୂର୍ଣ୍ଣ ପରିବର୍ତନ କରାଯାଇଛି। ନଭେମ୍ବର ୧୦ ତାରିଖରେ ହେବାକୁ ଥିବା ସାଧାରଣ ପରିଷଦ ବୈଠକରେ ଏହାକୁ ଆନୁଷ୍ଠାନିକ ସ୍ୱୀକୃତି ମିଳିବ ବୋଲି ଆଶା କରାଯାଉଛି।

ନୂଆ ସଂଶୋଧିତ ଆଇଓଏର ସମ୍ବିଧାନରେ କ୍ରୀଡ଼ାବିତ ଓ ମହିଳାମାନଙ୍କ ଅଧିକ ପ୍ରତିନିଧିତ୍ୱକୁ ପ୍ରଶଂସା କରି ଶ୍ରୀମତୀ ନୀତା ଏମ୍ ଅମ୍ବାନି କହିଛନ୍ତି ଯେ, “ଭାରତର ଅଲିମ୍ପିକ ଆନ୍ଦୋଳନରେ ଏକ ଐତିହାସିକ ପରିବର୍ତ୍ତନ ଲାଗି ମୁଁ ବିଚାରପତି ନାଗେଶ୍ୱର ରାଓଙ୍କୁ ଧନ୍ୟବାଦ ଜଣାଉଛି, କାରଣ ଆମେ ଏକ ଆଶାଭରା ଭବିଷ୍ୟତ ଆଡ଼କୁ ଗତି କରୁଛୁ। ଆଇଓଏର ସଂଶୋଧିତ ସମ୍ବିଧାନରେ ଭାରତୀୟ କ୍ରୀଡ଼ା ପ୍ରଶାସନରେ କ୍ରୀଡ଼ାବିତ ଏବଂ ମହିଳାଙ୍କ ଲାଗି ଅଧିକ ପ୍ରତିନିଧିତ୍ୱ ଦିଗରେ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ନେଇ ମୁଁ ଅତ୍ୟନ୍ତ ଆଶାବାଦୀ ରହିଛି।’’

୨୦୨୩ ଭାରତର ଅଲିମ୍ପିକ୍ ଆନ୍ଦୋଳନ ପାଇଁ ଏକ ମହତ୍ୱପୂର୍ଣ୍ଣ ବର୍ଷ କାରଣ ୪୦ ବର୍ଷରେ ପ୍ରଥମ ଥର ପାଇଁ ମୁମ୍ବାଇଠାରେ ଭାରତ ଆଇଓସିର ଅଧିବେଶନ ଆୟୋଜନ କରିବ। ସମ୍ବିଧାନ ସଂଶୋଧନ ବିଷୟରେ ଶ୍ରୀମତୀ ନୀତା ଅମ୍ବାନି କହିଛନ୍ତି ଯେ, “କ୍ରୀଡ଼ାରେ ଭାରତର ବାସ୍ତବ କ୍ଷମତାର ଅଭ୍ୟୁଦୟ ପାଇଁ ପଥକୁ ଏହା ପ୍ରଶସ୍ତ କରିବ ବୋଲି ମୋର ଦୃଢ଼ ବିଶ୍ୱାସ ରହିଛି। ଭାରତର ଅଲିମ୍ପିକ ମହତ୍ୱାକଂକ୍ଷାକୁ ପୂରଣ କରିବା ଲାଗି ଆଇଓଏର ନବନିର୍ବାଚିତ ସଦସ୍ୟମାନଙ୍କ ସହ ମିଶି କାମ କରିବାକୁ ମୁଁ ପ୍ରସ୍ତୁତ ରହିଛି। ୨୦୨୩ରେ ମୁମ୍ବାଇରେ ଆଇଓଏ ଅଧିବେଶନ ସହ ଏହାର ଶୁଭାରମ୍ଭ ହେବ ଏବଂ ୨୦୨୪ ପ୍ୟାରିସ ଅଲିମ୍ପିକ୍ କ୍ରୀଡ଼ାରେ ଇଣ୍ଡିଆ ହାଉସ୍‌ର ସଫଳ ଆୟୋଜନ ଦ୍ୱାରା ତାହା ସମ୍ଭବ ହେବ। ଜୟ ହିନ୍ଦ!’’

ଆଇଓସିର ସଦସ୍ୟା ଏବଂ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷା ଭାବେ ନୀତା ଅମ୍ବାନି “ପ୍ରଥମେ କ୍ରୀଡ଼ାବିତ ନୀତି’ର ଜଣେ ଦୃଢ଼ ସମର୍ଥକ। କ୍ରୀଡ଼ାରେ ଯୁବତୀ ଓ ମହିଳାମାନଙ୍କୁ ଯେଭଳି ଅଧିକ ସୁଯୋଗ ମିଳିବ ତାହାର ମଧ୍ୟ ସେ ପ୍ରସାର କରୁଛନ୍ତି। କ୍ରୀଡ଼ାବିତମାନଙ୍କ ଲାଗି ଜାରି ରହିଥିବା “ସ୍ପୋର୍ଟସ୍ ଫର ଡେଭେଲପ୍‌ମେଂଟ୍‌’ ପ୍ରୋଗ୍ରାମରେ କ୍ରୀଡ଼ାବିତମାନଙ୍କୁ ବିଶ୍ୱସ୍ତରୀୟ ଅନୁଭବ ଏବଂ ସୁବିଧା ପ୍ରଦାନ କରିବା ଉପରେ ରିଲାଏନ୍ସ ଫାଉଣ୍ଡେସନ ଗୁରୁତ୍ୱ ପ୍ରଦାନ କରୁଛି। ଏହି କ୍ରୀଡ଼ା କାର୍ଯ୍ୟକ୍ରମରେ ଯୁବତୀ ଏବଂ ମହିଳା କ୍ରୀଡ଼ାବିତମାନଙ୍କ ଭାଗିଦାରୀ ଏବଂ ସେମାନଙ୍କ ସଫଳତା ହାର ବଢ଼ାଇବା ଲାଗି ବିଶେଷ ଧ୍ୟାନ ଦିଆଯାଉଛି।

ସଂଶୋଧିତ ସମ୍ବିଧାନକୁ ଆଇଓଏରର ନଭେମ୍ବର ୧୦ରେ ହେବାକୁ ଥିବା ସାଧାରଣ ବୈଠକରେ ପ୍ରସ୍ତୁତ କରାଯିବ। ଏହା ପରେ ଆଇଓଏର ନିର୍ବାଚନ ଅନୁଷ୍ଠିତ ହେବ। ଆଇଓସି କାର୍ଯ୍ୟକାରୀ ବୋର୍ଡର ପରବର୍ତ୍ତୀ ବୈଠକ ପୂର୍ବରୁ ୨୦୨୨ ଡିସେମ୍ବର ୫-୭ରେ ଏହି ନିର୍ବାଚନ ହେବ।

ଆଇଓସି ଓ ଭାରତର ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ ଅନୁସାରେ ଅବସରପ୍ରାପ୍ତ ବିଚରପତି ଜଷ୍ଟିସ୍ ନାଗେଶ୍ୱର ରାଓ ସଂଶୋଧିତ ସମ୍ବିଧାନକୁ ପ୍ରସ୍ତୁତ କରିଛନ୍ତି। ୨୦୨୨ ଅଗଷ୍ଟ ୬ରେ ଦିଲ୍ଲୀ ହାଇକୋର୍ଟ ଏବଂ ଆଇଓସି ପକ୍ଷରୁ କରାଯାଇଥିବା ସୁପାରିସ ଅନୁସାରେ ଏହି ସଂଶୋଧନକୁ ପ୍ରସ୍ତୁତ କରାଯାଇଛି। ଅଲିମ୍ପିକ ଚାର୍ଟର ଓ ଗୁଡ୍ ଗଭର୍ଣ୍ଣାସ୍ ଆଧାରରେ ଏହାକୁ ତିଆରି କରାଯାଇଛି। ଏହାର ସଂଶୋଧନରେ ଉନ୍ନତ ପ୍ରତିନିଧିତ୍ୱ ଉପରେ ଜୋର ଦିଆଯାଇଛି। ଉତ୍କୃଷ୍ଟ ଯୋଗ୍ୟତାର ୮ କ୍ରୀଡ଼ାବିତଙ୍କ ସହିତ ଅଧିକରୁ ଅଧିକ କ୍ରୀଡ଼ାବିତ ଏବଂ ବିଭିନ୍ନ ପ୍ରଶାସନିକ ଏବଂ ମତଦାନ ପଦରେ ମହିଳାଙ୍କ ପ୍ରତିନିଧିତ୍ୱକୁ ବଢ଼ାଇବା ଲାଗି ଏଥିରେ ପ୍ରାରମ୍ଭିକ ପଦକ୍ଷେପ ଗ୍ରହଣ କରାଯାଇଛି।

ଆଇଓଏ ନୀତା ଅମ୍ବାନି ଭାରତୀୟ ଅଲିମ୍ପିକ ସଂଘ
Share. Facebook Twitter LinkedIn Email WhatsApp Copy Link

Related Posts

SIR ପରେ ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ବାଦ ପଡିଲା ୯୭ ଲକ୍ଷରୁ ଅଧିକ ନାମ

February 23, 2026

ଯଥାଶୀଘ୍ର ଇରାନ ଛାଡିବା ପାଇଁ ଭାରତୀୟ ନାଗରିକଙ୍କୁ ଚେତାବନୀ: ମାର୍ଗଦର୍ଶିକା ଜାରି

February 23, 2026

ଇଂରାଜୀ ପରୀକ୍ଷା ପରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

February 23, 2026

ଦନ୍ତା ହାତୀ ଆକ୍ରମଣରେ ଦୁଇ ମୃତ

February 23, 2026
Latest News

SIR ପରେ ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ବାଦ ପଡିଲା ୯୭ ଲକ୍ଷରୁ ଅଧିକ ନାମ

February 23, 2026

ଯଥାଶୀଘ୍ର ଇରାନ ଛାଡିବା ପାଇଁ ଭାରତୀୟ ନାଗରିକଙ୍କୁ ଚେତାବନୀ: ମାର୍ଗଦର୍ଶିକା ଜାରି

February 23, 2026

ଇଂରାଜୀ ପରୀକ୍ଷା ପରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

February 23, 2026

ଦନ୍ତା ହାତୀ ଆକ୍ରମଣରେ ଦୁଇ ମୃତ

February 23, 2026

ପୁଅର ଠେଙ୍ଗା ମାଡ଼ରେ ପିତା ଗୁରୁତର: ଡାକ୍ତରଖାନାରେ ଭର୍ତ୍ତି

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.