ନୂଆଦିଲ୍ଲୀ: ଇଂଲଣ୍ଡ ଦଳ ଟି-୨୦ ବିଶ୍ୱକପ ୨୦୨୨ ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଇଂଲଣ୍ଡ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରିଛି। ୨୦୧୦ ପରେ ଇଂଲଣ୍ଡ ଦ୍ୱିତୀୟ ଥର ପାଇଁ ଟି-୨୦ ବିଶ୍ୱକପ ଟାଇଟଲ ଜିତିଛି। ଏଥି ସହିତ ୱେଷ୍ଟଇଣ୍ଡିଜ ପରେ ଦୁଇଟି ଟି-୨୦ ବିଶ୍ୱକପ ଜିତିବାର ଇଂରାଜୀ ଦଳ ସଫଳତା ହାସଲ କରିଛି।
ଫାଇନାଲ ମ୍ୟାଚରେ ପାକିସ୍ତାନର ପରାଜୟ ପରେ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ଏକ ଭଙ୍ଗା ହୃଦୟ ଇମୋଜି ଟୁଇଟ୍ କରିଛନ୍ତି, ଯେଉଁଥିରେ ଭାରତର ଦ୍ରୁତ ବୋଲର ମହମ୍ମଦ ଶାମି ଉତ୍ତର ଦେଇଛନ୍ତି ଯେ, ଦୁଃଖିତ ଭାଇ, ଏହାକୁ କର୍ମ କୁହାଯାଏ। ମହମ୍ମଦ ଶାମିଙ୍କ ଏହି ଟ୍ୱିଟ ଦୃତ ଗତିରେ ଭାଇରାଲ ହେବାରେ ଲାଗିଛି।
Sorry brother
It’s call karma 💔💔💔 https://t.co/DpaIliRYkd
— 𝕸𝖔𝖍𝖆𝖒𝖒𝖆𝖉 𝖘𝖍𝖆𝖒𝖎 (@MdShami11) November 13, 2022
ଉଲ୍ଲେଖ ଯୋଗ୍ୟ ଯେ, ଟି-୨୦ ବିଶ୍ୱକପ୍ର ସେମିଫାଇନାଲରେ ଭାରତୀୟ ଦଳର ପରାଜୟ ପରେ ଶୋଏବ ଅଖତର ଅପମାନିତ କରିଥିଲେ। ବର୍ତ୍ତମାନ ଫାଇନାଲରେ ପାକିସ୍ତାନ ଦଳର ପରାଜୟ ପରେ ମହମ୍ମଦ ଶାମିଙ୍କ ଏହି ଟ୍ୱିଟ ଏହାର ଜବାବ ଭାବରେ ଦେଖାଯାଉଛି।