Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ପାଳି: ନ୍ୟୁଜିଲ୍ୟାଣ୍ଡକୁ ୧୯୨ ରନ୍ ଟାର୍ଗେଟ୍ ଦେଲା ଟିମ୍ ଇଣ୍ଡିଆ
ଅନ୍ତରାଷ୍ଟ୍ରୀୟ

ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ପାଳି: ନ୍ୟୁଜିଲ୍ୟାଣ୍ଡକୁ ୧୯୨ ରନ୍ ଟାର୍ଗେଟ୍ ଦେଲା ଟିମ୍ ଇଣ୍ଡିଆ

November 20, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ମାଉଣ୍ଟ ମାଉଙ୍ଗାନୁଇରେ ଖେଳାଯାଉଛି। ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ଜିତିବା ପାଇଁ ୧୯୨ ରନର ଲକ୍ଷ୍ୟ ଦେଇଛି। ଏହି ସମୟରେ ସୂର୍ଯ୍ୟକୁମାର ଯାଦବ ଏକ ବିସ୍ଫୋରକ ଶତକ ହାସଲ କରିଛନ୍ତି। ନ୍ୟୁଜିଲ୍ୟାଣ୍ଡର ବୋଲରମାନେ ସୂର୍ଯ୍ୟଙ୍କ ବ୍ୟାଟିଂ ଆଗରେ ସମ୍ପୂର୍ଣ୍ଣ ବିଫଳ ପ୍ରମାଣିତ ହୋଇଛନ୍ତି। ସେ ମାତ୍ର ୫୧ ବଲ ସମ୍ମୁଖୀନ ହୋଇ ଅପରାଜିତ ୧୧୧ ରନ୍ କରିଛନ୍ତି। ସୂର୍ଯ୍ୟକୁମାରଙ୍କ ଇନିଂସରେ ୧୧ ଟି ଚୌକା ଓ ୭ ଛକା ଅନ୍ତର୍ଭୁକ୍ତ। ନ୍ୟୁଜିଲ୍ୟାଣ୍ଡ ପାଇଁ ଶେଷ ଓଭରରେ ଟିମ ସାଉଥୀ ୩ ୱିକେଟ୍ ନେଇଥିଲେ।

ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆର ଭଲ ଆରମ୍ଭ ହୋଇନଥିଲା। ଓପନର୍ ଋଷଭ ପନ୍ତ ମାତ୍ର ୬ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ। ଏହା ପରେ ଇଶାନ କିଶନ ସୂର୍ଯ୍ୟକୁମାର ଯାଦବଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ଖେଳିଥିଲେ। ଏହା ପରେ ଇଶାନ ୩୧ ବଲରେ ୩୬ ରନ୍ ସ୍କୋର କରିବା ପରେ ଆଉଟ ହୋଇଥିଲେ। ସେ ୫ ଟି ଚୌକା ଓ ୧ ଛକା ମାରିଥିଲେ। ଏହା ପରେ ଶ୍ରେୟସ୍ ଆୟର ବ୍ୟାଟିଂ କରିବାକୁ ଆସିଥିଲେ। କିନ୍ତୁ ସେ ମଧ୍ୟ କିଛି ବିଶେଷ କରି ପାରିନଥିଲେ। ସେ ୧୩ ରନ୍ ସ୍କୋର କରିବା ପରେ ଆୟର୍ ଆଉଟ୍ ହୋଇଥିଲେ।

୧୩ ବଲରେ ୧୩ ରନ୍ ସ୍କୋର କରିବା ପରେ ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ୍ ହୋଇଥିଲେ। ଦୀପକ ହୁଡା ଖାତା ଖୋଲିପାରିନଥିଲେ। ପ୍ରଥମ ବଲରେ ଆଉଟ୍ ହେବା ପରେ ସେ ପାଭିଲିୟନକୁ ଫେରିଥିଲେ। ୱାଶିଂଟନ୍ ସୁନ୍ଦର ମଧ୍ୟ ପ୍ରଥମ ବଲରେ ଆଉଟ୍ ହୋଇଥିଲେ। ସେ ମଧ୍ୟ ଖାତା ଖୋଲିପାରିନଥିଲେ।

ନ୍ୟୁଜିଲ୍ୟାଣ୍ଡ ପାଇଁ ଟିମ୍ ସାଉଦୀ ଭଲ ବୋଲିଂ କରିଥିଲେ। ସେ ୪ ଓଭରରେ ୩୪ ରନ୍ ଦେଇ ୩ ଟି ୱିକେଟ୍ ନେଇଥିଲେ। ଇଶ ସୋଦି ଗୋଟିଏ ୱିକେଟ୍ ନେଇଥିଲେ। ସେ ୪ ଓଭରରେ ୩୫ ରନ୍ ଦେଇଥିଲେ।୪ ଓଭରରେ ୪୯ ରନ୍ ଦେଇ ଲକି ଫର୍ଗୁସନ୍ ୨ ଟି ୱିକେଟ୍ ନେଇଥିଲେ।

ଟି-୨୦ ସିରିଜ ନ୍ୟୁଜିଲ୍ୟାଣ୍ଡ ଭାରତ ସୂର୍ଯ୍ୟକୁମାର
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମବଙ୍ଗରେ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କଲା ବିଜେପି: ପୁଣି ମମତା-ଶୁଭେନ୍ଦୁ ମୁହାଁମୁହିଁ

March 16, 2026

୨୦୨୬ ଆଇପିଏଲ: ଏହି ଦଳକୁ ମିଳିଲା ୨୪ ବର୍ଷୀୟ ଅଧିନାୟକ, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

March 16, 2026

ଶରୀରରେ ଭିଟାମିନ୍ ଡି ଅଭାବ କେତେ ବିପଦପୂର୍ଣ୍ଣ ଏବଂ ଏହା କେଉଁ ରୋଗ ସୃଷ୍ଟି କରେ?

March 16, 2026

ଭାରତକୁ ଆସୁଥିବା ଶିବାଲିକ୍ ଏବଂ ନନ୍ଦା ଦେବୀ ଜାହାଜରେ କେତେ ଦିନର ଏଲପିଜି ଅଛି?: ଜାଣନ୍ତୁ….

March 16, 2026
Latest News

ପଶ୍ଚିମବଙ୍ଗରେ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କଲା ବିଜେପି: ପୁଣି ମମତା-ଶୁଭେନ୍ଦୁ ମୁହାଁମୁହିଁ

March 16, 2026

୨୦୨୬ ଆଇପିଏଲ: ଏହି ଦଳକୁ ମିଳିଲା ୨୪ ବର୍ଷୀୟ ଅଧିନାୟକ, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

March 16, 2026

ଶରୀରରେ ଭିଟାମିନ୍ ଡି ଅଭାବ କେତେ ବିପଦପୂର୍ଣ୍ଣ ଏବଂ ଏହା କେଉଁ ରୋଗ ସୃଷ୍ଟି କରେ?

March 16, 2026

ଭାରତକୁ ଆସୁଥିବା ଶିବାଲିକ୍ ଏବଂ ନନ୍ଦା ଦେବୀ ଜାହାଜରେ କେତେ ଦିନର ଏଲପିଜି ଅଛି?: ଜାଣନ୍ତୁ….

March 16, 2026

ବାଂଲାଦେଶ ଠାରୁ ହାରିବା ପରେ ପାକିସ୍ତାନ ଉପରେ ଉଠିଲା ପ୍ରଶ୍ନ: ମୋହସିନ୍ ନକଭିଙ୍କୁ କଟାକ୍ଷ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.