ନୂଆଦିଲ୍ଲୀ: ଅଲିମ୍ପିକ୍ ରୌପ୍ୟ ପଦକ ବିଜେତା ମିରାବାଇ ଚାନୁ ଭାରୋତ୍ତୋଳନ ବିଶ୍ୱ ଚାମ୍ପିଅନସିପରେ ଇତିହାସ ସୃଷ୍ଟି କରିଛନ୍ତି। ସେ ୨୦୦ କିଲୋଗ୍ରାମ ଓଜନ ଉଠାଇ ଭାରୋତ୍ତୋଳନ ବିଶ୍ୱ ଚାମ୍ପିଅନସିପରେ ରୌପ୍ୟ ପଦକ ଜିତିଛନ୍ତି। ଏହି ସମୟରେ ଚାଇନାର ଭାରୋତ୍ତୋଳକ ଜିଆଙ୍ଗ ହୁଇହୁଆ ୨୦୬ କିଲୋଗ୍ରାମ ଉଠାଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଅନ୍ୟପକ୍ଷରେ, ଅନ୍ୟ ଜଣେ ଚାଇନାର ଭାରୋତ୍ତୋଳକ ହୁ ଜିହୁଇ ୧୯୮ କିଲୋଗ୍ରାମ ଉଠାଇ ପୋଡିୟମରେ ପ୍ରବେଶ କରିଛନ୍ତି। ଜିହୁଇ ୪୯ କିଲୋଗ୍ରାମ ବର୍ଗରେ ଅଲିମ୍ପିକ୍ ଚାମ୍ପିଅନ୍ ହୋଇଥିଲେ। ସେ ଟୋକିଓ ଅଲିମ୍ପିକ୍ସରେ ୪୯ କିଲୋଗ୍ରାମ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।
କଲମ୍ବିଆର ବୋଗୋଟାଠାରେ ଆୟୋଜିତ ଭାରୋତ୍ତୋଳନ ବିଶ୍ୱ ଚାମ୍ପିଅନସିପରେ ମୀରାଙ୍କ ଯାତ୍ରା ସହଜ ନଥିଲା। ସେ ଆଘାତ ସହ ସଂଘର୍ଷ କରୁଥିଲେ। କିନ୍ତୁ ତାଙ୍କ ଉତ୍ସାହରେ କମ ନଥିଲା। ସେ କ୍ଳିନ ଆଣ୍ଡ ଜର୍କରେ ୧୧୩ କିଲୋଗ୍ରାମ ଉଠାଇ ରୌପ୍ୟ ପଦକ ଜିତିଥିଲେ। ଅବଶ୍ୟ, ସ୍ନାଚ୍ ଉଦ୍ୟମ ସମୟରେ ସେ ଭାର ଉଠାଇବାବେଳେ ଭାରସାମ୍ୟ ହରାଇଥିଲେ, କିନ୍ତୁ ସେ ଚମତ୍କାର ଢଙ୍ଗରେ ତାହାକୁ ରକ୍ଷା କରିଥିଲେ। ଏପରି ପରିସ୍ଥିତିରେ ସେ ନିଜ ଶରୀର ଉପରେ ନିୟନ୍ତ୍ରଣ ରଖି ଆଣ୍ଠୁ ଏବଂ ତଳ ଶରୀରକୁ ସାହାରା ଦେଇଥିଲେ। ମିରାବାଇ ସ୍ନାଗରେ ୮୭ କିଲୋଗ୍ରାମ ଉଠାଇଲେ। ଏହିପରି ଭାବରେ ସେ ସମୁଦାୟ ୨୦୦ କିଲୋଗ୍ରାମ ଭାର ଉଠାଇଥିଲେ।



