Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ପ୍ରଥମ ଟେଷ୍ଟ ଜିତିବାକୁ ମାତ୍ର ଚାରି ୱିକେଟ୍ ଦୂରରେ ଟିମ୍ ଇଣ୍ଡିଆ, ଜାଣନ୍ତୁ ଚତୁର୍ଥ ଦିନର ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ
ଅନ୍ତରାଷ୍ଟ୍ରୀୟ

ପ୍ରଥମ ଟେଷ୍ଟ ଜିତିବାକୁ ମାତ୍ର ଚାରି ୱିକେଟ୍ ଦୂରରେ ଟିମ୍ ଇଣ୍ଡିଆ, ଜାଣନ୍ତୁ ଚତୁର୍ଥ ଦିନର ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ

December 18, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଚଟଗାଓଁରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ଶେଷ ହେବାକୁ ଯାଉଛି, ଯେଉଁଥିରେ ଭାରତୀୟ ଦଳ ବିଜୟର ନିକଟତର ହୋଇଛି। ଶେଷ ଦିନରେ ମ୍ୟାଚ୍ ଜିତିବା ପାଇଁ ଭାରତକୁ ଚାରିଟି ୱିକେଟ୍ ନେବାକୁ ପଡିବ ଏବଂ ଏହା ସେମାନଙ୍କ ପାଇଁ କଷ୍ଟସାଧ୍ୟ କାମ ଭଳି ମନେ ହେଉନାହିଁ। ଚତୁର୍ଥ ଦିନ ଆରମ୍ଭରେ ବାଂଲାଦେଶ ଦଳ ଏକ ଭଲ ଖେଳ ପ୍ରଦର୍ଶନ କରିଥିଲା, କିନ୍ତୁ ଦିନସାରା ଏହାକୁ ଘରୋଇ ଦଳ ବଜାୟ ରଖିପାରିନଥିଲା ଏବଂ ଭାରତୀୟ ଦଳ ପ୍ରତ୍ୟାବର୍ତ୍ତନ କରି ନିଜକୁ ଏକ ମଜବୁତ ସ୍ଥିତିରେ ରଖିଥିଲା। ଆସନ୍ତୁ ଜାଣିବା ଚତୁର୍ଥ ଦିନର ଗୁରୁତ୍ୱପୂର୍ଣ୍ଣ ମୂହୁର୍ତ୍ତଗୁଡିକ କ’ଣ ଥିଲା?

ଜାକିର ହାସଲ କଲେ ତାଙ୍କର ପ୍ରଥମ ଟେଷ୍ଟ ଶତକ:

ଚମତ୍କାର ବ୍ୟାଟିଂ କରି ବାଂଲାଦେଶର ପ୍ରାରମ୍ଭିକ ଯୋଡି ନିଜ ଦଳ ପାଇଁ ଏକ ମଜବୁତ ଆରମ୍ଭ କରିଥିଲେ। ପଦାର୍ପଣ ଟେଷ୍ଟ ଖେଳୁଥିବା ଜାକିର ହସନ ତାଙ୍କ ବ୍ୟାଟିଂରେ ଅଧିକ ପ୍ରଭାବିତ କରିଥିଲେ। ହସନ ୧୦୦ ରନର ଇନିଂସ ଖେଳି ନିଜର ପ୍ରଥମ ଟେଷ୍ଟ ଶତକ ହାସଲ କରିଥିଲେ। ନଜମୁଲ ହସନଙ୍କ ସହ ମିଶି ସେ ପ୍ରଥମ ୱିକେଟ୍ ପାଇଁ ୧୨୪ ରନ୍ ର ଏକ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ କରିଥିଲେ। ଜାକିର ମଧ୍ୟ ବାଂଲାଦେଶ ପାଇଁ ଡେବ୍ୟୁ ଟେଷ୍ଟରେ ଶତକ ହାସଲ କରିଥିବା ଚତୁର୍ଥ ବାଂଲାଦେଶୀ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି।

ଓପନିଂ ଭାଗିଦାରୀକୁ ଭାଙ୍ଗିବା ପାଇଁ ଭାରତୀୟ ଦଳ ଅତ୍ୟନ୍ତ ଚିନ୍ତାରେ ଥିଲେ ଏବଂ ଉମେଶ ଯାଦବ ଦଳକୁ ଏହି ସଫଳତା ଦେଇଥିଲେ। ଓପନିଂ ଯୋଡି ଭାଙ୍ଗିବା ମାତ୍ରେ ଅକ୍ସର ପଟେଲ ପ୍ରାଧାନ୍ୟ ବିସ୍ତାର କରିବାକୁ ଲାଗିଲେ। ସେ ସାତ ରନ୍ ପରେ ୟାସିର ଅଲିଙ୍କୁ ପାଭିଲିୟନକୁ ଫେରାଇ ଭାରତକୁ ଦ୍ୱିତୀୟ ସଫଳତା ଦେଇଥିଲେ। ଏହା ପରେ ଅକ୍ସର ମଧ୍ୟ ୨୩ ରନ୍ ସ୍କୋର କରିବା ପରେ ମୁଶଫିକୁର ରହୀମଙ୍କୁ ଆଉଟ କରିଥିଲେ ଏବଂ ପରେ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ନୁରୁଲ ହାସନଙ୍କୁ ଆଉଟ କରି ବାଂଲାଦେଶକୁ ଗଭୀର ସଙ୍କଟରେ ପକାଇଥିଲେ।

ବାଂଲାଦେଶ ଦଳ କ୍ରମାଗତ ଭାବରେ ଗୋଟିଏ ପାର୍ଶ୍ୱରୁ ୱିକେଟ୍ ହରାଉଥିଲା, କିନ୍ତୁ ଅଭିଜ୍ଞ ଖେଳାଳି ଶାକିବ ଅଲ ହାସନ ଗୋଟିଏ ମୁଣ୍ଡରେ ଛିଡା ହୋଇ ଖେଳ ଜାରି ରଖିଥିଲେ। ଦିନର ଖେଳ ଶେଷ ହେବା ପରେ ଶାକିବ ୪୦ ରନ୍ ସଂଗ୍ରହ କରିଛନ୍ତି ଏବଂ ସେ ବାଂଲାଦେଶର ଶେଷ ଆଶା। ଶାକିବଙ୍କୁ ସମର୍ଥନ କରୁଛନ୍ତି ମେହେନ୍ଦୀ ହାସନ ମିରାଜ, ଯିଏ କି ଭଲ ବ୍ୟାଟିଂ କରିବା ମଧ୍ୟ ଜାଣିଛନ୍ତି। ବାଙ୍ଗଲାଦେଶର ସମସ୍ତ ଆଶା ଏହି ଯୋଡି ଉପରେ ରହିଛି। ସେପଟେ ଏହି ଯୋଡି ଭାଙ୍ଗିଲେ ଭାରତୀୟ ଦଳ ମ୍ୟାଚକୁ କାବୁ କରିପାରିବ ବୋଲି ଆଶା ରଖିଛି।

ଚତୁର୍ଥ ଦିନ ଟିମ୍ ଇଣ୍ଡିଆ ପ୍ରଥମ ଟେଷ୍ଟ ବାଂଲାଦେଶ
Share. Facebook Twitter LinkedIn Email WhatsApp Copy Link

Related Posts

ଟ୍ରମ୍ପଙ୍କ ‘୩୦୧’ ଛାଟ!: ଭାରତ ଏବଂ ଚୀନ୍ ସମେତ ୧୬ ଟି ଦେଶ ଉପରେ ହେବ କାର୍ଯ୍ୟାନୁଷ୍ଠାନ

March 12, 2026

ମଧ୍ୟପୂର୍ବ ଯୁଦ୍ଧର ପ୍ରଭାବ: ବିଶ୍ୱ ତେଲ ଓ ଗ୍ୟାସ ଯୋଗାଣ ଉପରେ ବଢ଼ୁଛି ସଙ୍କଟ

March 12, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 12, 2026

ପ୍ରେସ୍ ସେବା ପୋର୍ଟାଲ୍ ମାଧ୍ୟମରେ ସବୁ ପ୍ରେସ୍ ପଞ୍ଜୀକରଣ ସେବା ଏବେ ଅନଲାଇନରେ ଉପଲବ୍ଧ

March 12, 2026
Latest News

ଟ୍ରମ୍ପଙ୍କ ‘୩୦୧’ ଛାଟ!: ଭାରତ ଏବଂ ଚୀନ୍ ସମେତ ୧୬ ଟି ଦେଶ ଉପରେ ହେବ କାର୍ଯ୍ୟାନୁଷ୍ଠାନ

March 12, 2026

ମଧ୍ୟପୂର୍ବ ଯୁଦ୍ଧର ପ୍ରଭାବ: ବିଶ୍ୱ ତେଲ ଓ ଗ୍ୟାସ ଯୋଗାଣ ଉପରେ ବଢ଼ୁଛି ସଙ୍କଟ

March 12, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 12, 2026

ପ୍ରେସ୍ ସେବା ପୋର୍ଟାଲ୍ ମାଧ୍ୟମରେ ସବୁ ପ୍ରେସ୍ ପଞ୍ଜୀକରଣ ସେବା ଏବେ ଅନଲାଇନରେ ଉପଲବ୍ଧ

March 12, 2026

ରେଳଭଡାରେ କୌଣସି ବ୍ୟବସାୟିକ ଗୋପନୀୟତା ନାହିଁ: ଅଶ୍ୱିନୀ ବୈଷ୍ଣବ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.