Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ସୂର୍ଯ୍ୟକୁମାର ଯାଦବଙ୍କ ବିଷୟରେ ବଡ ବୟାନ ଦେଲେ ଏହି ପାକିସ୍ତାନୀ କ୍ରିକେଟର: ପିସିବି କୁ କଲେ କଟାକ୍ଷ
ଅନ୍ତରାଷ୍ଟ୍ରୀୟ

ସୂର୍ଯ୍ୟକୁମାର ଯାଦବଙ୍କ ବିଷୟରେ ବଡ ବୟାନ ଦେଲେ ଏହି ପାକିସ୍ତାନୀ କ୍ରିକେଟର: ପିସିବି କୁ କଲେ କଟାକ୍ଷ

January 9, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତୀୟ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ପାକିସ୍ତାନର ପୂର୍ବତନ କ୍ରିକେଟର ସଲମାନ ବଟ ଏକ ବଡ ବୟାନ ଦେଇଛନ୍ତି। ରାଜକୋଟରେ ଶ୍ରୀଲଙ୍କା ବିପକ୍ଷରେ ସୁର୍ଯ୍ୟକୁମାର ଯାଦବଙ୍କ ଇନିଂସରେ ସଲମାନ ବଟ ଅତ୍ୟନ୍ତ ପ୍ରଭାବିତ ହୋଇଛନ୍ତି। ଶ୍ରୀଲଙ୍କା ବିପକ୍ଷ ତୃତୀୟ ତଥା ଅନ୍ତିମ ଟି-୨୦ ଅନ୍ତର୍ଜାତୀୟରେ ରାଜକୋଟର ଏସସିଏ ଷ୍ଟାଡିୟମରେ ସୂର୍ଯ୍ୟକୁମାର ଯାଦବ ୫୧ ବଲରୁ ଅପରାଜିତ ୧୧୨ ରନ୍ କରିଥିଲେ। ଭାରତ ପାଇଁ ଏହା ତାଙ୍କର ୪୫ ତମ ମ୍ୟାଚ୍ ଥିଲା। ସର୍ବାଧିକ ଟି-୨୦ ଶତକ ହାସଲ କରିବାରେ ସୁର୍ଯ୍ୟକୁମାର ଯାଦବ ବର୍ତ୍ତମାନ ରୋହିତ ଶର୍ମାଙ୍କଠାରୁ ମାତ୍ର ଗୋଟିଏ ଶତକ ଦୂରରେ ଅଛନ୍ତି।

ସୁର୍ଯ୍ୟକୁମାର ଯାଦବଙ୍କ ଏହି ଇନିଂସକୁ ପ୍ରଶଂସା କରି ପାକିସ୍ତାନର ପୂର୍ବତନ ଅଧିନାୟକ ସଲମାନ ବଟ ତାଙ୍କ ଦେଶର କ୍ରିକେଟ୍ ବୋର୍ଡ (ପିସିବି) କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ, ଯଦି ସୂର୍ଯ୍ୟ ଜଣେ ପାକିସ୍ତାନୀ କ୍ରିକେଟର ହୋଇଥାନ୍ତେ, ତେବେ ତାଙ୍କୁ ଜାତୀୟ ଦଳରେ ସ୍ଥାନ ମିଳିବା ପାଇଁ ଅନେକ ସଂଘର୍ଷ କରିବାକୁ ପଡ଼ିଥାନ୍ତା।

ସଲମାନ ବଟ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି ଯେ, “ମୁଁ ସବୁଆଡେ ପଢୁଥିଲି ଯେ ସେ ୩୦ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟକୁ ଆସିଛନ୍ତି। ମୁଁ ଭାବିଲି ସେ ଭାଗ୍ୟବାନ ଯେ, ସେ ଜଣେ ଭାରତୀୟ। ଯଦି ସେ ପାକିସ୍ତାନରେ ଥାଆନ୍ତେ, ତେବେ ସେ ୩୦ ରୁ ଅଧିକ ନୀତିର ଶିକାର ହୋଇଥାନ୍ତେ। (ଖବର ମୁତାବକ ରମିଜ ରାଜାଙ୍କ ନେତୃତ୍ୱାଧୀନ ପିସିବି ୩୦ କିମ୍ବା ତଦୁର୍ଦ୍ଧ୍ୱ ଖେଳାଳିଙ୍କୁ ଜାତୀୟ ଦଳରେ ପ୍ରବେଶ କରିବାକୁ ଅନୁମତି ଦେଇ ନାହିଁ।)

ଉଲ୍ଲେଖ ଯୋଗ୍ୟ ଯେ, ଏହି ମୁମ୍ବାଇ ବ୍ୟାଟ୍ସମ୍ୟାନ୍ ବର୍ତ୍ତମାନ ଜାନୁଆରୀ ୧୦ ତାରିଖ ଗୁଆହାଟୀରେ ଆରମ୍ଭ ହେବାକୁ ଥିବା ଦିନିକିଆ ସିରିଜରେ ଆକ୍ସନକୁ ଫେରିବେ। ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରେ ରୋହିତ ଶର୍ମା, ବିରାଟ କୋହଲି ଏବଂ କେ.ଏଲ୍ ରାହୁଲଙ୍କୁ ବିଶ୍ରାମ ଦିଆଯାଇଥିଲା, କିନ୍ତୁ ଏହି ତିନି ଖେଳାଳି ଦିନିକିଆ ସିରିଜକୁ ଫେରିବେ।

ପାକିସ୍ତାନୀ କ୍ରିକେଟର ପିସିବି ଭାରତୀୟ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ
Share. Facebook Twitter LinkedIn Email WhatsApp Copy Link

Related Posts

ରଥଯାତ୍ରା ଭିଡ଼ ପରିଚାଳନା ପାଇଁ ଚଳିତ ବର୍ଷ ପୁରୀକୁ ନିୟମିତ ଚାଲୁଛି ୧୧୬ଟି ଟ୍ରେନ: ଅଶ୍ୱିନୀ ବୈଷ୍ଣବ

July 24, 2026

ପୁରୀ ରେଳ ଷ୍ଟେସନରେ ଏଆଇ ସଞ୍ଚାଳିତ “ଡିଏସ୍‌ସି ଅର୍ଜୁନ” ମୁତୟନ

July 24, 2026

କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶର ୩ ଜିଲ୍ଲାକୁ ନେଇ ରେଳ ମଲ୍ଟିଟ୍ରାକିଂ ପ୍ରକଳ୍ପକୁ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନୁମୋଦନ

July 24, 2026

ଯୁବକଙ୍କୁ ଗୁଳିକରି ହତ୍ୟା: ଅଭିଯୁକ୍ତ ଫେରାର

July 24, 2026
Latest News

ରଥଯାତ୍ରା ଭିଡ଼ ପରିଚାଳନା ପାଇଁ ଚଳିତ ବର୍ଷ ପୁରୀକୁ ନିୟମିତ ଚାଲୁଛି ୧୧୬ଟି ଟ୍ରେନ: ଅଶ୍ୱିନୀ ବୈଷ୍ଣବ

July 24, 2026

ପୁରୀ ରେଳ ଷ୍ଟେସନରେ ଏଆଇ ସଞ୍ଚାଳିତ “ଡିଏସ୍‌ସି ଅର୍ଜୁନ” ମୁତୟନ

July 24, 2026

ତାଳଚେର-ବିମଳାଗଡ଼ ନୂତନ ରେଳପଥ ପ୍ରକଳ୍ପ ପାଇଁ ୯୫୦ କୋଟିର ବଜେଟ୍ ବ୍ୟବସ୍ଥା

July 24, 2026

କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶର ୩ ଜିଲ୍ଲାକୁ ନେଇ ରେଳ ମଲ୍ଟିଟ୍ରାକିଂ ପ୍ରକଳ୍ପକୁ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନୁମୋଦନ

July 24, 2026

ଯୁବକଙ୍କୁ ଗୁଳିକରି ହତ୍ୟା: ଅଭିଯୁକ୍ତ ଫେରାର

July 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.