Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବ୍ରେସୱେଲଙ୍କ ଆକ୍ରମଣାତ୍ମକ ଇନିଂସ ସତ୍ତ୍ୱେ ହାରିଲା ନ୍ୟୁଜିଲ୍ୟାଣ୍ଡ, ୧୨ ରନରେ ଜିତିଲା ଭାରତ
ଆଜିର ଖବର

ବ୍ରେସୱେଲଙ୍କ ଆକ୍ରମଣାତ୍ମକ ଇନିଂସ ସତ୍ତ୍ୱେ ହାରିଲା ନ୍ୟୁଜିଲ୍ୟାଣ୍ଡ, ୧୨ ରନରେ ଜିତିଲା ଭାରତ

January 18, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହାଇଦ୍ରାବାଦ: ଏକ ରୋମାଞ୍ଚକର ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ଭାରତ ୧୨ ରନରେ ପରାସ୍ତ କରିଛି। ମାଇକେଲ ବ୍ରେସୱେଲଙ୍କ ଆକ୍ରମଣାତ୍ମକ ଇନିଂସ ଭାରତର ହାତରୁ ମ୍ୟାଚ୍ ଛଡ଼ାଇ ନେଇଥିଲା। ବ୍ରେସୱେଲ ୧୨ ଟି ଚୌକା ଓ ୧୦ ଟି ଛକା ସହାୟତାରେ ୭୮ ବଲରେ ୧୪୦ ରନ୍ ସଂଗ୍ରହ କରିଥିଲେ। କିନ୍ତୁ ଶାର୍ଦ୍ଦୁଲ ଠାକୁର ଶେଷ ଓଭରରେ ବ୍ରେସୱେଲଙ୍କୁ ଆଉଟ କରି ନ୍ୟୁଜିଲାଣ୍ଡ ଠାରୁ ମ୍ୟାଚ ଛଡାଇ ଆଣିଥିଲେ। ଏହାପରେ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ୧-୦ ରେ ଅଗ୍ରଣୀ ହାସଲ କରିଛି। ଭାରତର ବିଜୟର ହିରୋମାନେ ହେଲେ ଶୁବମାନ ଗିଲ ଏବଂ ମହମ୍ମଦ ସିରାଜ। ଭାରତକୁ ମ୍ୟାଚ୍‌ରେ ରଖିବା ପାଇଁ ସିରାଜ ଚାରିଟି ୱିକେଟ୍ ନେଇଥିବା ବେଳେ ଗିଲ୍ ଧୂଆଁଧାର ଦ୍ଵିଶତକୀୟ ପାଳି ଖେଳିଥିଲେ।

ତେବେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲ୍ୟାଣ୍ଡକୁ ଭାରତ ୩୫୦ ରନ୍ ର ଟାର୍ଗେଟ ଦେଇଥିଲା। କିନ୍ତୁ କିୱି ଦଳ ୪୯.୨ ଓଭରରେ ମାତ୍ର ୩୩୭ ରନ୍ ସ୍କୋର କରିପାରିଥିଲା।

୧୩୧ ରନ୍ ମଧ୍ୟରେ ୬ ଟି ୱିକେଟ୍ ହରାଇବା ପରେ ନ୍ୟୁଜିଲ୍ୟାଣ୍ଡ ଦଳ ସଂଘର୍ଷ କରୁଥିଲା। ସେତେବେଳେ ଲାଗୁଥିଲା କିୱି ଦଳ ସହଜରେ ମ୍ୟାଚ୍ ହାରିବ, କିନ୍ତୁ ମାଇକେଲ୍ ବ୍ରେସୱେଲ ଏବଂ ମିଚେଲ ସାଣ୍ଟନର୍ ଚମତ୍କାର ଖେଳିଥିଲେ। ମାଇକେଲ ବ୍ରେସୱେଲ ଏବଂ ମିଚେଲ ସାଣ୍ଟନରଙ୍କ ମଧ୍ୟରେ ୧୬୩ ରନ୍ ର ଦ୍ରୁତ ଭାଗିଦାରୀ ହୋଇଥିଲା। ଉଭୟ ଖେଳାଳିଙ୍କ ସହଭାଗିତା ମ୍ୟାଚର ଗତିପଥ ବଦଳାଇଲା। ମିଚେଲ ସାଣ୍ଟନର୍ ୪୫ ବଲରେ ୫୭ ରନ୍ ର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ।  ତେବେ ଡେଥ ଓଭରରେ ଭାରତୀୟ ବୋଲରମାନେ ପ୍ରତ୍ୟାବର୍ତ୍ତନ କରିଥିଲେ।

ଭାରତୀୟ ବୋଲରଙ୍କ ବିଷୟରେ କହିବାକୁ ଗଲେ ମହମ୍ମଦ ସିରାଜ ସବୁଠାରୁ ସଫଳ ବୋଲର ଥିଲେ। ମହମ୍ମଦ ସିରାଜ ୧୦ ଓଭରରେ ୫୫ ରନ୍ ଦେଇ ୪ ଟି ଖେଳାଳିଙ୍କୁ ଆଉଟ କରିଥିଲେ। ଏହା ବ୍ୟତୀତ କୁଲଦୀପ ଯାଦବଙ୍କୁ ଦୁଇଟି ସଫଳତା ମିଳିଥିଲା। କୁଲଦୀପ ଯାଦବ ୮ ଓଭରରେ ୪୩ ରନ୍ ଦେଇ ୨ ଟି ୱିକେଟ୍ ନେଇଥିଲେ। ଏହି ସମୟରେ ଶାର୍ଦ୍ଦୁଲ ଠାକୁରଙ୍କୁ ମଧ୍ୟ ୨ ଟି ସଫଳତା ମିଳିଥିଲା। ଏହା ବ୍ୟତୀତ ମହମ୍ମଦ ଶାମିଙ୍କ ନାମରେ ୧ ଟି ୱିକେଟ୍ ନେଇଥିଲେ।

ନ୍ୟୁଜିଲ୍ୟାଣ୍ଡ ଭାରତ
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମବଙ୍ଗରେ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କଲା ବିଜେପି: ପୁଣି ମମତା-ଶୁଭେନ୍ଦୁ ମୁହାଁମୁହିଁ

March 16, 2026

୨୦୨୬ ଆଇପିଏଲ: ଏହି ଦଳକୁ ମିଳିଲା ୨୪ ବର୍ଷୀୟ ଅଧିନାୟକ, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

March 16, 2026

ଶରୀରରେ ଭିଟାମିନ୍ ଡି ଅଭାବ କେତେ ବିପଦପୂର୍ଣ୍ଣ ଏବଂ ଏହା କେଉଁ ରୋଗ ସୃଷ୍ଟି କରେ?

March 16, 2026

ଭାରତକୁ ଆସୁଥିବା ଶିବାଲିକ୍ ଏବଂ ନନ୍ଦା ଦେବୀ ଜାହାଜରେ କେତେ ଦିନର ଏଲପିଜି ଅଛି?: ଜାଣନ୍ତୁ….

March 16, 2026
Latest News

ପଶ୍ଚିମବଙ୍ଗରେ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କଲା ବିଜେପି: ପୁଣି ମମତା-ଶୁଭେନ୍ଦୁ ମୁହାଁମୁହିଁ

March 16, 2026

୨୦୨୬ ଆଇପିଏଲ: ଏହି ଦଳକୁ ମିଳିଲା ୨୪ ବର୍ଷୀୟ ଅଧିନାୟକ, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

March 16, 2026

ଶରୀରରେ ଭିଟାମିନ୍ ଡି ଅଭାବ କେତେ ବିପଦପୂର୍ଣ୍ଣ ଏବଂ ଏହା କେଉଁ ରୋଗ ସୃଷ୍ଟି କରେ?

March 16, 2026

ଭାରତକୁ ଆସୁଥିବା ଶିବାଲିକ୍ ଏବଂ ନନ୍ଦା ଦେବୀ ଜାହାଜରେ କେତେ ଦିନର ଏଲପିଜି ଅଛି?: ଜାଣନ୍ତୁ….

March 16, 2026

ବାଂଲାଦେଶ ଠାରୁ ହାରିବା ପରେ ପାକିସ୍ତାନ ଉପରେ ଉଠିଲା ପ୍ରଶ୍ନ: ମୋହସିନ୍ ନକଭିଙ୍କୁ କଟାକ୍ଷ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.