Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସନଥ ଜୟସୁରିଆଙ୍କ ରେକର୍ଡ ଭାଙ୍ଗିଲେ ରୋହିତ ଶର୍ମା: ସର୍ବାଧିକ ଛକା ମାରିବାରେ ବିଶ୍ଵର ତୃତୀୟ ବ୍ୟାଟ୍ସମ୍ୟାନ୍
ଆଜିର ଖବର

ସନଥ ଜୟସୁରିଆଙ୍କ ରେକର୍ଡ ଭାଙ୍ଗିଲେ ରୋହିତ ଶର୍ମା: ସର୍ବାଧିକ ଛକା ମାରିବାରେ ବିଶ୍ଵର ତୃତୀୟ ବ୍ୟାଟ୍ସମ୍ୟାନ୍

January 24, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମା ଆଉ ଏକ ସଫଳତା ହାସଲ କରିଛନ୍ତି। ସେ ଦିନିକିଆ କ୍ରିକେଟରେ ସର୍ବାଧିକ ଛକା ମାରି ବିଶ୍ୱର ତୃତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଏହି ସମୟରେ ସେ ଶ୍ରୀଲଙ୍କାର ପୂର୍ବତନ ଓପନର୍ ସନଥ ଜୟସୁରିଆଙ୍କ ରେକର୍ଡ ଭାଙ୍ଗିଛନ୍ତି। ମ୍ୟାଚ୍ ପୂର୍ବରୁ ରୋହିତଙ୍କୁ ଜୟସୁରିଆଙ୍କ ରେକର୍ଡ ଭାଙ୍ଗିବା ପାଇଁ ଚାରିଟି ଛକା ଆବଶ୍ୟକ ଥିଲା। ଇନିଂସ ଆରମ୍ଭ କରିବାକୁ ଆସିଥିବା ହିଟମ୍ୟାନ୍ ଜୟସୁରିଆଙ୍କୁ ପଛରେ ପକାଇ ଦେଇଥିଲେ। ଜୟସୁରିଆ ତାଙ୍କ ଦିନିକିଆ କ୍ୟାରିୟରରେ ୨୭୦ ଛକା ମାରିଥିଲେ। ଏଥି ସହିତ ରୋହିତ ବର୍ତ୍ତମାନ ଦିନିକିଆ କ୍ରିକେଟରେ ୨୭୨ ଛକା ମାରିଛନ୍ତି। ଇନ୍ଦୋରରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳାଯାଉଥିବା ମ୍ୟାଚରେ ରୋହିତ ଏହି ସଫଳତା ହାସଲ କରିଛନ୍ତି।

ପ୍ରକାଶ ଥାଉକି, ଦିନିକିଆରେ ସର୍ବାଧିକ ଛକା ମାରିବାର ରେକର୍ଡ ପାକିସ୍ତାନର ସହିଦ ଆଫ୍ରିଦିଙ୍କ ନାମରେ ଅଛି। ୩୯୮ ଟି ଦିନିକିଆର ୩୬୯ ଇନିଂସରେ ବ୍ୟାଟିଂ କରି ସହିଦ ଆଫ୍ରିଦି ସର୍ବାଧିକ ୩୫୧ ଛକା ମାରିଥିଲେ। ସହିଦ ଆଫ୍ରିଦି ପ୍ରାୟ ୧୯ ବର୍ଷ ଧରି ପାକିସ୍ତାନ ପାଇଁ ଖେଳିଥିଲେ। ୱେଷ୍ଟଇଣ୍ଡିଜ୍ର କ୍ରିସ୍ ଗେଲ୍ ଦିନିକିଆରେ ସର୍ବାଧିକ ଛକା ମାରିବାରେ ଦୁଇ ନମ୍ବର ସ୍ଥାନରେ ଅଛନ୍ତି। ୩୦୧ ଦିନିକିଆର ୨୯୪ ଇନିଂସରେ ୟୁନିଭର୍ସ ବସ୍ ୩୩୧ ଛକା ମାରିଥିଲେ। ଶ୍ରୀଲଙ୍କାର ପୂର୍ବତନ ଓପନର୍ ସନଥ ଜୟସୁରିଆ ୪୪୫ ଦିନିକିଆର ୪୩୩ ଇନିଂସରେ ୨୭୦ ଛକା ମାରିଥିଲେ।

ରୋହିତ ଶର୍ମା ସର୍ବାଧିକ ଛକା
Share. Facebook Twitter LinkedIn Email WhatsApp Copy Link

Related Posts

ସିଏସଆଇଆର-ଆଇଏମଏମଟି ପରିଦର୍ଶନ କଲେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି

February 3, 2026

କାର ସହ କେଜି ଗଂଜେଇ ଜବତ, ଜଣେ ଗିରଫ

February 3, 2026

ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

February 3, 2026

“ଚାଷୀଙ୍କ ରକ୍ତକୁ ଶୋଷଣ କରିଛି ସରକାର”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ 

February 3, 2026
Latest News

ସିଏସଆଇଆର-ଆଇଏମଏମଟି ପରିଦର୍ଶନ କଲେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି

February 3, 2026

କାର ସହ କେଜି ଗଂଜେଇ ଜବତ, ଜଣେ ଗିରଫ

February 3, 2026

ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

February 3, 2026

“ଚାଷୀଙ୍କ ରକ୍ତକୁ ଶୋଷଣ କରିଛି ସରକାର”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ 

February 3, 2026

ଜିଓ-ବ୍ଲାକରକ୍ ଇନଭେଷ୍ଟମେଣ୍ଟ ଆଡ଼ଭାଇଜର୍ସ ପକ୍ଷରୁ ‘ବ୍ୟକ୍ତିଗତ ନିବେଶ ପରାମର୍ଶ’ ଶୁଭାରମ୍ଭ

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.