Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଷ୍ଟ୍ରେଲିଆ ଠାରୁ ଟେଷ୍ଟ ସିରିଜ୍ ହାରିଲେ ମଧ୍ୟ WTC ଫାଇନାଲରେ ପହଞ୍ଚିବ କି ଭାରତ?, ବୁଝନ୍ତୁ ସମୀକରଣ
ଆଜିର ଖବର

ଅଷ୍ଟ୍ରେଲିଆ ଠାରୁ ଟେଷ୍ଟ ସିରିଜ୍ ହାରିଲେ ମଧ୍ୟ WTC ଫାଇନାଲରେ ପହଞ୍ଚିବ କି ଭାରତ?, ବୁଝନ୍ତୁ ସମୀକରଣ

February 4, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଫେବୃଆରୀ ୯ ତାରିଖରୁ ଆରମ୍ଭ ହେଉଛି। ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ୨୦୨୧-୨୩ ର ଫାଇନାଲରେ ପହଞ୍ଚିବା ଦୃଷ୍ଟିରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସିରିଜ୍। ଏହି ସିରିଜର ଫଳାଫଳ ମୁଖ୍ଯତଃ WTC ଫାଇନାଲିଷ୍ଟ ଦଳ ସ୍ଥିର କରିବ। ଏହି ସିରିଜ୍ ସହିତ, WTC ଅଧୀନରେ ଆଉ ଦୁଇଟି ଟେଷ୍ଟ ସିରିଜ୍ ଖେଳାଯିବ ବାକି ଅଛି। ଏହି ଦୁଇଟି ସିରିଜର ଫଳାଫଳ ମଧ୍ୟ WTC ଫାଇନାଲ ପାଇଁ ପ୍ରତିଯୋଗୀମାନଙ୍କୁ ସ୍ଥିର କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ଅଷ୍ଟ୍ରେଲିଆ ପାଇଁ ସହଜ ଉପାୟ:

ବର୍ତ୍ତମାନ WTC ପଏଣ୍ଟ ଟେବୁଲରେ ଅଷ୍ଟ୍ରେଲିଆ ପ୍ରଥମ ସ୍ଥାନରେ ଏବଂ ଭାରତୀୟ ଦଳ ଦ୍ୱିତୀୟ ସ୍ଥାନରେ ରହିଛି। ଯଦିଓ ଭାରତ ବିପକ୍ଷ ୪ ମ୍ୟାଚ୍ ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆ ଦଳ ୦-୩ ରେ ହାରିଯାଏ, ତଥାପି କଙ୍ଗାରୁ ଦଳ ଫାଇନାଲରେ ପହଞ୍ଚିବ। ଯଦି ୦-୪ ରେ ପରାଜୟବରଣ କରେ, ତେବେ ତାଙ୍କୁ ଅନ୍ୟ ଦୁଇଟି ଟେଷ୍ଟ ସିରିଜର ଫଳାଫଳ ଉପରେ ନିର୍ଭର କରିବାକୁ ପଡିବ। ଉଲ୍ଲେଖଥାଉ କି, ଅଷ୍ଟ୍ରେଲିଆ ବିପକ୍ଷରେ କ୍ଳିନ ସ୍ଵିପ କରିବା ଅତ୍ୟନ୍ତ କଷ୍ଟକର। ଏଭଳି ପରିସ୍ଥିତିରେ ସେମାନେ WTC ଫାଇନାଲ ଖେଳିବେ ବୋଲି ପ୍ରାୟ ନିଶ୍ଚିତ।

ଅନ୍ୟପକ୍ଷରେ ଯଦି ଭାରତୀୟ ଦଳ ଏହି ସିରିଜକୁ ୩-୧ ରେ ଜିତେ, ତେବେ ଭାରତ ମଧ୍ୟ ଫାଇନାଲରେ ପହଞ୍ଚିବ। ଯଦିଓ ଭାରତୀୟ ଦଳର ପ୍ରଦର୍ଶନ ଏହାଠାରୁ ଟିକେ କମ୍ କିମ୍ବା ଟେଷ୍ଟ ସିରିଜ୍ ହାରିଯାଏ, ତଥାପି WTC ଫାଇନାଲରେ ପ୍ରବେଶ କରିବାର ସୁଯୋଗ ରହିବ। କିନ୍ତୁ ଏଥିପାଇଁ ତାଙ୍କୁ ଅନ୍ୟ ଦୁଇଟି ସିରିଜର ଫଳାଫଳ ଉପରେ ନିର୍ଭର କରିବାକୁ ପଡିବ।

ଯଦି ଭାରତୀୟ ଦଳ ହାରିଯାଏ ତେବେ WTC ଫାଇନାଲରେ କିପରି ପହଞ୍ଚିବ?:

ଭାରତୀୟ ଦଳ କେତେ ବ୍ୟବଧାନରେ ସିରିଜ୍ ହାରୁଛି, ତାହା ଉପରେ ନିର୍ଭର କରିବ, ଯଥା ୨-୧ କିମ୍ବା ୩-୧ କିମ୍ବା ୪-୦ ଇତ୍ୟାଦି। ଯଦି ଭାରତୀୟ ଦଳ ଏକପାଖିଆ ସିରିଜ୍ ହରାଇବ ନାହିଁ, ଅର୍ଥାତ୍ ଏହାର ନିକଟତମ ପରାଜୟ ହେବ, ତେବେ WTC ଫାଇନାଲରେ ପ୍ରବେଶ କରିବାର ସୁଯୋଗ ପାଇବ। ଏଥିପାଇଁ ସର୍ବପ୍ରଥମେ ଭାରତକୁ ଆଶା କରିବାକୁ ପଡିବ ଯେ, ଶ୍ରୀଲଙ୍କା ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହେବାକୁଥିବା ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ନ୍ୟୁଜିଲ୍ୟାଣ୍ଡ ଜିତିବ, ଯଦି ନ୍ୟୁଜିଲ୍ୟାଣ୍ଡ ଏହି ସିରିଜକୁ ୨-୦ ରେ ଜିତିବ ତେବେ ଭାରତ ପାଇଁ ଏହା ଭଲ ହେବ। ତେବେ ଭାରତକୁ ମଧ୍ୟ ପ୍ରାର୍ଥନା କରିବାକୁ ପଡ଼ିବ ଯେ, ଦକ୍ଷିଣ ଆଫ୍ରିକା ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ହୀବାକୁଥିବା ଦୁଇ ମ୍ୟାଚ୍ ଟେଷ୍ଟ ସିରିଜରେ ଦକ୍ଷିଣ ଆଫ୍ରିକା ପରାଜିତ ହେଉ।

BJP Ads
WTC ଫାଇନାଲ ଅଷ୍ଟ୍ରେଲିଆ ଭାରତ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱରଠାରେ କୃଷି କ୍ଷେତ୍ରର ବିଭିନ୍ନ ପକ୍ଷଙ୍କୁ ନେଇ ୩ ଦିନିଆ ପରାମର୍ଶ କର୍ମଶାଳା ଆରମ୍ଭ

November 4, 2025

ବିଳାସପୁରରେ ବଡ ଟ୍ରେନ୍ ଦୁର୍ଘଟଣା, ଚାରି ମୃତ

November 4, 2025

NDA ନା ମହାଗଠବନ୍ଧନ, ଏଥର ବିହାରରେ କିଏ ଗଠନ କରିବ ସରକାର?: ଜାଣନ୍ତୁ ପ୍ରତ୍ୟେକ ଦଳର ସ୍ଥିତି

November 4, 2025

ଭାରତ ଏବଂ ଇସ୍ରାଏଲର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ପ୍ରତିନିଧିସ୍ତରୀୟ ଆଲୋଚନା

November 4, 2025
BJP Ads
Latest News

ଭୁବନେଶ୍ୱରଠାରେ କୃଷି କ୍ଷେତ୍ରର ବିଭିନ୍ନ ପକ୍ଷଙ୍କୁ ନେଇ ୩ ଦିନିଆ ପରାମର୍ଶ କର୍ମଶାଳା ଆରମ୍ଭ

November 4, 2025

ବିଳାସପୁରରେ ବଡ ଟ୍ରେନ୍ ଦୁର୍ଘଟଣା, ଚାରି ମୃତ

November 4, 2025

ଚିଲିକା ବୋଇତ ବନ୍ଦାଣ ଉତ୍ସବ ମଞ୍ଚରେ କବିତା ପାଠୋତ୍ସବ

November 4, 2025

ବାଣପୁର: ସମାଜସେବୀ ଡ଼ା ରାଧାଚରଣ ପଣ୍ଡାଙ୍କ ୫୧ତମ ଶ୍ରାଦ୍ଧୋତ୍ସବ

November 4, 2025

NDA ନା ମହାଗଠବନ୍ଧନ, ଏଥର ବିହାରରେ କିଏ ଗଠନ କରିବ ସରକାର?: ଜାଣନ୍ତୁ ପ୍ରତ୍ୟେକ ଦଳର ସ୍ଥିତି

November 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.