Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ପିସିବିକୁ ବଡ ଝଟକା ଦେଲା ବିସିସିଆଇ: ଏସିଆ କପ୍ ପାଇଁ ପାକିସ୍ତାନ ଯିବ ନାହିଁ ଟିମ୍ ଇଣ୍ଡିଆ
ଅନ୍ତରାଷ୍ଟ୍ରୀୟ

ପିସିବିକୁ ବଡ ଝଟକା ଦେଲା ବିସିସିଆଇ: ଏସିଆ କପ୍ ପାଇଁ ପାକିସ୍ତାନ ଯିବ ନାହିଁ ଟିମ୍ ଇଣ୍ଡିଆ

February 5, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତର କ୍ରିକେଟ୍ ବୋର୍ଡ ଏବଂ ପାକିସ୍ତାନ କ୍ରିକେଟ୍ ବୋର୍ଡ ମଧ୍ୟରେ ଚାଲିଥିବା ବିବାଦ ଆହୁରି ବଢିପାରେ। ବିସିସିଆଇ ସଚିବ ଜୟ ଶାହା ନିଶ୍ଚିତ କରିଛନ୍ତି ଯେ, ଏସିଆ କପ୍-୨୦୨୩ ପାଇଁ ଟିମ୍ ଇଣ୍ଡିଆ ପାକିସ୍ତାନ ଯାତ୍ରା କରିବ ନାହିଁ। ବର୍ତ୍ତମାନ ଏସିଆ କପ୍ ପାଇଁ ଏକ ନିରପେକ୍ଷ ସ୍ଥାନ ସ୍ଥିର କରାଯିବ। ବିସିସିଆଇର ଏହି ନିଷ୍ପତ୍ତି ପାକିସ୍ତାନକୁ ଏକ ବଡ ଝଟକା ଦେଇଛି। ଏହାପୂର୍ବରୁ ରମିଜ ରଜା ବିସିସିଆଇର ନିଷ୍ପତ୍ତି ସମ୍ପର୍କରେ ଅନେକ ଥର ମନ୍ତବ୍ୟ ଦେଇଛନ୍ତି ଏବଂ ସେ ମଧ୍ୟ ଧମକ ଦେଇଛନ୍ତି।

ବିସିସିଆଇ ସଚିବ ଜୟ ଶାହା ଏସିସି ବୈଠକ ପାଇଁ ବହାରେନ ଯାଇଛନ୍ତି। ଗଣମାଧ୍ୟମରେ ପ୍ରକାଶିତ ଏକ ଖବର ଅନୁଯାୟୀ, ଜୟ ଶାହା ଏସିଆ କପ୍ ନିଷ୍ପତ୍ତି ଉପରେ ଜିଦ୍ ଧରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଟିମ୍ ଇଣ୍ଡିଆ ପାକିସ୍ତାନ ଯିବ ନାହିଁ। ଏସିଆ କପ୍-୨୦୨୩ ପାଇଁ ଏକ ନିରପେକ୍ଷ ସ୍ଥାନ ସ୍ଥିର କରାଯିବ। ତେବେ ଏ ସମ୍ପର୍କରେ ସରକାରୀ ବିବୃତ୍ତି ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ଭାରତର କ୍ରିକେଟ୍ ବୋର୍ଡ ଏ ସମ୍ପର୍କରେ କୌଣସି ସୂଚନା ଦେଇନାହିଁ।

ଖବର ଅନୁଯାୟୀ, ପିସିବି ଅଧ୍ୟକ୍ଷ ନଜାମ ସେଠୀ ଏକ ଜରୁରୀ ବୈଠକ ଦାବି କରିଥିଲେ। ଏହି ଦାବିକୁ ଏସିଆ କ୍ରିକେଟ୍ ପରିଷଦ ଗ୍ରହଣ କରିଥିଲା। ଏହି କାରଣରୁ ଜୟ ଶାହା ବହାରେନରେ ପହଞ୍ଚିଛନ୍ତି। ଏଥିରେ ଏସିଆ କପ୍-୨୦୨୩ ସମ୍ବନ୍ଧରେ ନିଷ୍ପତ୍ତି ନିଆଯାଉଥିଲା। ଏସିଆ କପ୍ ନେଇ ନିଆଯାଇଥିବା ନିଷ୍ପତ୍ତିକୁ ପିସିବି ଆପତ୍ତି ଉଠାଇଥିଲା। ଏହା ଉପରେ ରମିଜ ରଜା କହିଥିଲେ ଯେ, ଯଦି ଟିମ୍ ଇଣ୍ଡିଆ ଏସିଆ କପ୍ ପାଇଁ ପାକିସ୍ତାନ ଆସିବ ନାହିଁ, ତେବେ ପାକିସ୍ତାନ ଦଳ ମଧ୍ୟ ଭାରତ ଯିବ ନାହିଁ ଏବଂ ଏଥର ମଧ୍ୟ ପାକିସ୍ତାନ ଦଳ ବିନା ଏସିଆ କପ୍ ଖେଳିବାକୁ ପଡ଼ିବ।

ପ୍ରକାଶ ଯେ, ଏସିଆ କପ୍-୨୦୨୩ ପାକିସ୍ତାନରେ ଅନୁଷ୍ଠିତ ହେବ। କିନ୍ତୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ରାଜନୈତିକ ତିକ୍ତତା କାରଣରୁ ଦଳ ପଠାଇବାକୁ ବିସିସିଆଇ ମନା କରିଦେଇଛି।

ଏସିଆ କପ୍‌ ଜୟ ଶାହା ଟିମ୍ ଇଣ୍ଡିଆ ପିସିବି ବିସିସିଆଇ
Share. Facebook Twitter LinkedIn Email WhatsApp Copy Link

Related Posts

ଇଂଲଣ୍ଡ ବିପକ୍ଷରେ ଦିନିକିଆ ସିରିଜ ପାଇଁ ଟିମ୍ ଇଣ୍ଡିଆ: ଏହି ୧୫ ଖେଳାଳିଙ୍କୁ ସୁଯୋଗ

June 21, 2026

ରାମ ମନ୍ଦିର ଦାନ ଚୋରି ମାମଲାରେ VHP କ୍ଷୁବ୍ଧ: ସରକାରଙ୍କ ନିକଟରେ କଲା ବଡ଼ ଦାବି

June 21, 2026

ତ୍ରିରାଷ୍ଟ୍ରୀୟ ସିରିଜ ଜିତିଲା ଭାରତ: ୬୬ ରନରେ ହାରିଲା ଶ୍ରୀଲଙ୍କା

June 21, 2026

ଜନ ବିଶ୍ୱାସ ଅଧିନିୟମ ଅନ୍ତର୍ଗତ ରେଳବାଇ ଅଧିନିୟମ, ୧୯୮୯ ର ବିଭିନ୍ନ ଧାରାରେ ସଂଶୋଧନ

June 21, 2026
Latest News

ଇଂଲଣ୍ଡ ବିପକ୍ଷରେ ଦିନିକିଆ ସିରିଜ ପାଇଁ ଟିମ୍ ଇଣ୍ଡିଆ: ଏହି ୧୫ ଖେଳାଳିଙ୍କୁ ସୁଯୋଗ

June 21, 2026

ରାମ ମନ୍ଦିର ଦାନ ଚୋରି ମାମଲାରେ VHP କ୍ଷୁବ୍ଧ: ସରକାରଙ୍କ ନିକଟରେ କଲା ବଡ଼ ଦାବି

June 21, 2026

ତ୍ରିରାଷ୍ଟ୍ରୀୟ ସିରିଜ ଜିତିଲା ଭାରତ: ୬୬ ରନରେ ହାରିଲା ଶ୍ରୀଲଙ୍କା

June 21, 2026

ଜନ ବିଶ୍ୱାସ ଅଧିନିୟମ ଅନ୍ତର୍ଗତ ରେଳବାଇ ଅଧିନିୟମ, ୧୯୮୯ ର ବିଭିନ୍ନ ଧାରାରେ ସଂଶୋଧନ

June 21, 2026

ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ବୟସ ନିର୍ବିଶେଷରେ ଯୋଗ ସମସ୍ତଙ୍କ “ଧ୍ୟାନ” ହେଉ: ଆଇନ ମନ୍ତ୍ରୀ

June 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.