Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହିଳା ପ୍ରିମିୟର ଲିଗ୍ ପାଇଁ ଆରମ୍ଭ ହେଲା ନିଲାମ: ସ୍ମୃତି ମାନ୍ଧନାଙ୍କୁ କିଣିଲା ବାଙ୍ଗାଲୋର
ଆଜିର ଖବର

ମହିଳା ପ୍ରିମିୟର ଲିଗ୍ ପାଇଁ ଆରମ୍ଭ ହେଲା ନିଲାମ: ସ୍ମୃତି ମାନ୍ଧନାଙ୍କୁ କିଣିଲା ବାଙ୍ଗାଲୋର

February 13, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ବିରାଟ କୋହଲିଙ୍କୁ ପଛରେ ପକାଇ ଇତିହାସ ରଚିଲେ ସ୍ମୃତି ମନ୍ଧାନା: କଲେ ଦ୍ରୁତତମ 5,000 ଦିନିକିଆ ରନ୍
ବିରାଟ କୋହଲିଙ୍କୁ ପଛରେ ପକାଇ ଇତିହାସ ରଚିଲେ ସ୍ମୃତି ମନ୍ଧାନା: କଲେ ଦ୍ରୁତତମ 5,000 ଦିନିକିଆ ରନ୍

ମୁମ୍ବାଇ: ମହିଳା ପ୍ରିମିୟର ଲିଗ୍ ପାଇଁ ନିଲାମ ଆରମ୍ଭ ହୋଇଛି। ଭିପିଏଲ୍ ର ପ୍ରଥମ ସିଜନ୍ ପାଇଁ ନିଲାମ ମୁମ୍ବାଇରେ ଆରମ୍ଭ ହୋଇଛି। ଏଥର ଦିଲ୍ଲୀ କ୍ୟାପିଟାଲ୍ସ ମହିଳା, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମହିଳା, ମୁମ୍ବାଇ ଇଣ୍ଡିଆନ୍ସ ମହିଳା, ୟୁପି ୱାରିୟର୍ସ ଏବଂ ଗୁଜୁରାଟ ଜିଆଣ୍ଟସ ସମେତ ୫ ଟି ଦଳ ଭିପିଏଲରେ ଅଂଶଗ୍ରହଣ କରୁଛନ୍ତି।

ଏହି ସମସ୍ତ ଦଳ ମୁମ୍ବାଇରେ ଅନୁଷ୍ଠିତ ନିଲାମରେ ନିଜ ଖେଳାଳିଙ୍କୁ ନେବାକୁ ଆସିଛନ୍ତି। ଏହି ନିଲାମରେ ମୋଟ ୪୦୯ ଖେଳାଳି ଅଂଶଗ୍ରହଣ କରିଛନ୍ତି, ସେମାନଙ୍କ ମଧ୍ୟରେ ୨୪୬ ଜଣ ଭାରତୀୟ ଏବଂ ୧୬୩ ଜଣ ବିଦେଶୀ ଖେଳାଳି ଅଛନ୍ତି। ନିଲାମରେ ସ୍ମୃତି ମାନ୍ଧନାଙ୍କ ନାମ ପ୍ରଥମେ ଆସିଥିଲା, ଯାହାକୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୩ କୋଟି ୪୦ ଲକ୍ଷ ଟଙ୍କା ଦେଇ ସେମାନଙ୍କ ଦଳରେ ଅନ୍ତର୍ଭୁକ୍ତ କରିଥିଲା। ପ୍ରକାଶ ଯେ ଏହି ନିଲାମ ପାଇଁ ସମସ୍ତ ଦଳ ସହିତ ସର୍ବାଧିକ ୧୨ କୋଟି ଟଙ୍କା ପର୍ସ ଉପଲବ୍ଧ।

ସ୍ମୃତି ମାନ୍ଧନାଙ୍କ ଟି-୨୦ ରେକର୍ଡ:

୨୬ ବର୍ଷୀୟ ସ୍ମୃତି ମାନ୍ଧନା ମଧ୍ୟ ସବୁଠାରୁ ବଡ ବିଡ୍ ଥିବା ଖେଳାଳି ତାଲିକାରେ ରହିପାରନ୍ତି। ସେ ଜଣେ ବାମହାତୀ ଓପନିଂ ବ୍ୟାଟ୍ସମ୍ୟାନ୍। ସେ ବର୍ତ୍ତମାନ ପର୍ଯ୍ୟନ୍ତ ୧୧୨ ଟି-୨୦ ମ୍ୟାଚରେ ହାରାହାରି ୨୭.୩୨ ଏବଂ ଷ୍ଟ୍ରାଇକ୍ ହାର ୧୨୩.୧୩ ରେ ୨,୬୫୧ ରନ୍ କରିଛନ୍ତି। ତାଙ୍କୁ ଫ୍ରାଞ୍ଚାଇଜ୍ ଅଧିନାୟକଙ୍କ ବିକଳ୍ପ ଭାବରେ ମଧ୍ୟ ବିବେଚନା କରାଯାଇପାରେ। ବାଙ୍ଗାଲୋର ମଧ୍ୟ ସ୍ମୃତି ରୂପରେ ଜଣେ ଅଧିନାୟକଙ୍କ ବିକଳ୍ପ ପାଇଛି।

ବାଙ୍ଗାଲୋର ମହିଳା ପ୍ରିମିୟର ଲିଗ୍ ୟୁପି ୱାରିୟର୍ସ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ନିର୍ବାଚନ: RJD ପାଇଁ ବଢିଲା ସମସ୍ୟା, ତିନି କଂଗ୍ରେସ ବିଧାୟକ ଗାଏବ

March 16, 2026

ବିହାରରେ କ୍ରସ୍ ଭୋଟିଂ କରିବେ ଚାରି ଏନଡିଏ ବିଧାୟକ?: ହଇଚଇ ସୃଷ୍ଟି କଲା ରାଜନୈତିକ ଦାବି 

March 16, 2026

ରାଜ୍ୟସଭା ନିର୍ବାଚନ: ଓଡ଼ିଶା, ବିହାର ଏବଂ ହରିୟାଣାରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା, ଜାଣନ୍ତୁ ସଂଖ୍ୟା ଖେଳ

March 16, 2026

ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ମତଦାନ, ବିଧାନସଭାରେ ବିଧାୟକମାନେ ଦେଉଛନ୍ତି ଭୋଟ

March 16, 2026
Latest News

ରାଜ୍ୟସଭା ନିର୍ବାଚନ: RJD ପାଇଁ ବଢିଲା ସମସ୍ୟା, ତିନି କଂଗ୍ରେସ ବିଧାୟକ ଗାଏବ

March 16, 2026

ବିହାରରେ କ୍ରସ୍ ଭୋଟିଂ କରିବେ ଚାରି ଏନଡିଏ ବିଧାୟକ?: ହଇଚଇ ସୃଷ୍ଟି କଲା ରାଜନୈତିକ ଦାବି 

March 16, 2026

ରାଜ୍ୟସଭା ନିର୍ବାଚନ: ଓଡ଼ିଶା, ବିହାର ଏବଂ ହରିୟାଣାରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା, ଜାଣନ୍ତୁ ସଂଖ୍ୟା ଖେଳ

March 16, 2026

ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ମତଦାନ, ବିଧାନସଭାରେ ବିଧାୟକମାନେ ଦେଉଛନ୍ତି ଭୋଟ

March 16, 2026

କଟକ ଏସସିବି ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟନାୟକ, କହିଲେ….

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.