Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଅହମ୍ମଦାବାଦ ଟେଷ୍ଟ ଭରସାରେ ଭାରତୀୟ ଦଳ, WTC ଫାଇନାଲରେ ପହଞ୍ଚିବା ପାଇଁ ଜାଣନ୍ତୁ ସମୀକରଣ
ଅନ୍ତରାଷ୍ଟ୍ରୀୟ

ଅହମ୍ମଦାବାଦ ଟେଷ୍ଟ ଭରସାରେ ଭାରତୀୟ ଦଳ, WTC ଫାଇନାଲରେ ପହଞ୍ଚିବା ପାଇଁ ଜାଣନ୍ତୁ ସମୀକରଣ

March 3, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷରେ ଇନ୍ଦୋର ଟେଷ୍ଟରେ ଭାରତ ପରାଜୟବରଣ କରିଛି। ଯାହା ପରେ ଭାରତୀୟ ଦଳର ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିଏସି) ର ଫାଇନାଲ ଖେଳିବା ଆଶାରେ ସସପେନ୍ସ ବଢିଛି। ବର୍ତ୍ତମାନ ଭାରତୀୟ ଦଳ WTC ଫାଇନାଲରେ ପହଞ୍ଚିବା ପାଇଁ ଅହମ୍ମଦାବାଦରେ ଆୟୋଜିତ ହେବାକୁ ଥିବା ବର୍ଡର-ଗାଭାସ୍କର ଟ୍ରଫି ୨୦୨୩ ର ଶେଷ ଟେଷ୍ଟ ଜିତିବାକୁ ପଡିବ। ଉଲ୍ଲେଖଥାଉ କି, ଯଦିଓ ଭାରତୀୟ ଦଳ ଏହି ମ୍ୟାଚ୍ ଜିତିନପାରେ, ତଥାପି WTC ଫାଇନାଲରେ ପ୍ରବେଶ କରିବାର ଆଶା ଅକ୍ଷୁର୍ଣ୍ଣ ରହିବ। ଏହି ପରିସ୍ଥିତିରେ ଭାରତୀୟ ଦଳକୁ ନ୍ୟୁଜିଲ୍ୟାଣ୍ଡ ଏବଂ ଶ୍ରୀଲଙ୍କା ଟେଷ୍ଟ ସିରିଜର ଫଳାଫଳ ଉପରେ ନିର୍ଭର କରିବାକୁ ପଡିବ।

ଇନ୍ଦୋର ଟେଷ୍ଟ ଜିତି ଅଷ୍ଟ୍ରେଲିଆ ଡବ୍ଲୁଟିଏସି ଫାଇନାଲରେ ପ୍ରବେଶ କରିଛି। ଦ୍ୱିତୀୟ ଦଳ ପାଇଁ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରତିଦ୍ୱନ୍ଦିତା ଲାଗିଛି। ଯଦି ମାର୍ଚ୍ଚ ୯ ତାରିଖରୁ ଆରମ୍ଭ ହେବାକୁ ଥିବା ଅହମ୍ମଦାବାଦ ଟେଷ୍ଟରେ ଭାରତୀୟ ଦଳ ଜିତେ, ତେବେ WTC ଫାଇନାଲରେ ଖେଳିବା ସମ୍ଭାବନା ରହିବ। ଯଦି ଅହମ୍ମଦାବାଦ ଟେଷ୍ଟ ଡ୍ର କିମ୍ବା ଭାରତ ହାରିଲେ ଶ୍ରୀଲଙ୍କା ଦଳକୁ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ନ୍ୟୁଜିଲ୍ୟାଣ୍ଡକୁ ୨-୦ ରେ ପରାସ୍ତ କରିବାକୁ ପଡିବ। ଯାହା ଦ୍ଵାରା ଶ୍ରୀଲଙ୍କା WTC ଫାଇନାଲରେ ପ୍ରବେଶ କରିପାରିବ।

ଯଦି ଶ୍ରୀଲଙ୍କା ଦଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜକୁ ୨-୦ ରେ ଜିତିବାରେ ଅସଫଳ ହୁଏ, ତେବେ କେବଳ ଭାରତୀୟ ଦଳ WTC ଫାଇନାଲ ଖେଳିବ। ଉଲ୍ଲେଖଥାଉ କି, ଶ୍ରୀଲଙ୍କା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜକୁ ୨-୦ ରେ ଜିତିବା ଅସମ୍ଭବ ମନେହୁଏ। ଏହାର କାରଣ ହେଉଛି ଏହି ଟେଷ୍ଟ ସିରିଜ୍ କେବଳ ନ୍ୟୁଜିଲ୍ୟାଣ୍ଡରେ ଖେଳାଯିବ ଏବଂ ନିକଟରେ ନ୍ୟୁଜିଲ୍ୟାଣ୍ଡ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚ୍ ଜିତିଛି। ନ୍ୟୁଜିଲାଣ୍ଡର ଦଳ ଶ୍ରୀଲଙ୍କା ଅପେକ୍ଷା ଟେଷ୍ଟରେ ଅଧିକ ଶକ୍ତିଶାଳୀ।

ଯଦି ଆମେ ସମୀକରଣକୁ ଦେଖିବା, ସହଜରେ କୁହାଯାଇପାରେ ଯେ WTC ଫାଇନାଲରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ସମ୍ମୁଖରେ ରହିବ। ଏହାର କାରଣ ହେଉଛି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଜିତିବା ଶ୍ରୀଲଙ୍କା ପାଇଁ ବହୁତ କଷ୍ଟକର। ଏଭଳି ପରିସ୍ଥିତିରେ କେବଳ ଭାରତ ଏବଂ ଅଷ୍ଟ୍ରେଲିଆର ଦଳ ୭ ରୁ ୧୧ ଜୁନ୍ ପର୍ଯ୍ୟନ୍ତ ଲଣ୍ଡନର ‘ଓଭାଲ୍’ରେ ଏହି ବଡ ମ୍ୟାଚ୍ ଖେଳୁଥିବା ଦେଖିବାକୁ ମିଳିବେ।

WTC ଫାଇନାଲ ଅଷ୍ଟ୍ରେଲିଆ ଅହମ୍ମଦାବାଦ ଟେଷ୍ଟ ଭାରତୀୟ ଦଳ ଶ୍ରୀଲଙ୍କା
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026
Latest News

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.