Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»ବାଂଲାଦେଶକୁ ୨୮ ରନରେ ହରାଇ ଭାରତ ବିଜୟ : ୨୦୧୯ ବିଶ୍ଵକପରେ ଦ୍ଵିତୀୟ ଦଳ ରୂପେ ସେମିଫାଇନାଲକୁ ଉନ୍ନୀତ
ଖେଳ

ବାଂଲାଦେଶକୁ ୨୮ ରନରେ ହରାଇ ଭାରତ ବିଜୟ : ୨୦୧୯ ବିଶ୍ଵକପରେ ଦ୍ଵିତୀୟ ଦଳ ରୂପେ ସେମିଫାଇନାଲକୁ ଉନ୍ନୀତ

July 2, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବର୍ମିଂହାମ୍‌ର ଏଜ୍‌ବାଷ୍ଟନରେ ଖେଳାଯାଇଥିବା ଭାରତ ବାଂଲାଦେଶ ମୁକାବିଲାରେ ଭାରତ ୨୮ ରନରେ ବାଂଲାଦେଶକୁ ହରାଇ ୨୦୧୯ ବିଶ୍ଵକପରେ ଦ୍ଵିତୀୟ ଦଳ ରୂପେ ସେମିଫାଇନାଲକୁ ଉନ୍ନୀତ ହୋଇଛି।

ବିରାଟ କୋହଲି ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲେ। ଭାରତ ନିର୍ଦ୍ଧାରିତ ଓଭରରେ ୯ ୱିକେଟ ହରାଇ ୩୧୪ ରନ କରିଥିଲା। ଭାରତର ପ୍ରାରମ୍ଭିକ ଯୋଡି ରୂପେ ଲୋକେଶ ରାହୁଲ ଏବଂ ରୋହିତ ଶର୍ମା ପଡ଼ିଆ ମଧ୍ୟକୁ ଆସିଥିଲେ। ଉଭୟ ଖେଳାଳି ଅତ୍ୟନ୍ତ ଦମଦାର ଖେଳ ପ୍ରଦର୍ଶନ କରିଥିଲେ। ଏହି ପ୍ରାରମ୍ଭିକ ଯୋଡି ନିଜ ନିଜର ଦକ୍ଷ ଖେଳ ମାଧ୍ୟମରେ ପ୍ରଥମ ଥର ପାଇଁ ଶତକୀୟ ଭାଗିଦାରୀ କରିଥିଲେ। ଦୁଇ ଓପ୍‌ନରଙ୍କ ଶତକୀୟ ଭାଗିଦାରୀ ଫଳରେ ଭାରତ ୨୯.୨ ଓଭର ସୁଦ୍ଧା ୧୮୦ ରନ୍‌ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା। ଚଳିତ କ୍ରିକେଟ୍‌ ବିଶ୍ବକପ୍‌ରେ ଭାରତୀୟ ଓପ୍‌ନର ରୋହିତ ଶର୍ମା ନିଜର ଚତୁର୍ଥ ଶତକ ହାସଲ କରିଥିଲେ। ବିଶ୍ଵକପରେ ବ୍ୟକ୍ତିଗତ ସର୍ବାଧିକ ଶତକ ହାସଲ କରିବାରେ ରୋହିତ ଶ୍ରୀଲଙ୍କାର ୱିକେଟକିପର ବ୍ୟାଟ୍ସମ୍ୟାନ ସାଙ୍ଗରକରାଙ୍କ ସହ ସମକ୍ଷକ ହୋଇଥିଲେ। ସେ ୯୨ଟି ବଲ୍‌ରୁ ୧୦୪ ରନ୍‌ ସଂଗ୍ରହ କରି ସୌମ୍ୟ ସରକାରଙ୍କ ବଲ୍‌ରେ ଲିଟନ୍‌ ଦାସଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲା। ସେହିପରି ରାହୁଲ ରୁବେଲ ହୁସେନ୍‌ଙ୍କ ବଲ୍‌ରେ ମୁସଫିକର ରହିମ୍‌ଙ୍କୁ କ୍ୟାଚ୍‌ ଦେଇଥିଲେ। ରାହୁଲ୍‌ ୯୧ ଟି ବଲ୍‌ରୁ ୭୭ ରନ୍‌ ସଂଗ୍ରହ କରିଛନ୍ତି। ରୋହିତଙ୍କ ଇନିଂସରେ ୭ ଚୌକା ଏବଂ ୫ ଛକ୍କା ରହିଥିବା ବେଳେ ରାହୁଲ୍‌ ୬ଟି ଚୌକା ଏବଂ ଗୋଟିଏ ଛକ୍କା ମାରିଥିଲେ।

ପ୍ରାରମ୍ଭିକ ଯୋଡ଼ିର ପତନ ପରେ ଅଧିନାୟକ ବିରାଟ ୨୭ ବଲରେ ୨୬ ରନ, ପନ୍ତ ୪୧ ବଲରେ ୪୮ ରନ, ଧୋନୀ ୩୩ ବଲରେ ୩୫ ରନର ଉପଯୋଗୀ ପାଳି ଖେଳି ବାଂଲାଦେଶକୁ ୩୧୫ ରନର ବିରାଟ ଲକ୍ଷ ପ୍ରଦାନ କରିଥିଲେ। ବାଂଲାଦେଶ ପକ୍ଷରୁ ମୁସ୍ତାଫିଜୁର ରେହେମାନ ୧୦ ଓଭରରେ ୫୯ ରନ ଦେଇ ସର୍ବାଧିକ ୫ ଟି ୱିକେଟ ହାସଲ କରିଥିଲେ।

ସେହିପରି ବାଂଲାଦେଶ ୩୧୫ ରନର ବିଶାଳ ସ୍କୋରକୁ ହାସଲ କରିବା ପାଇଁ ପ୍ରୟାସ କରିଥିଲା। ମାତ୍ର ବାଂଲାଦେଶର ୩୯ରନରେ ପ୍ରଥମ ୱିକେଟର ପତନ ହୋଇଥିଲା। ଦଳ ପକ୍ଷରୁ ତମିମ ଇକବାଲ ପ୍ରଥମ ଖେଳାଳି ରୂପେ ମହମ୍ମଦ ଶମିଙ୍କ ବଲରେ ବୋଲ୍ଡ ଆଉଟ ହୋଇଯାଇଥିଲେ। ସୌମ୍ୟ ସରକାର ୩୮ ବଲରେ ୩୩ ରନ, ଶକିବ ଉଲ ହାସନ ୭୪ ବଲରେ ଦମଦାର ୬୬ରନ, ରହୀମ ୨୩ ବଲରେ ୨୨ ରନ, ଲିଟନ ଦାସ ୨୨ ରନ କରିଥିଲେ। ସାବିର ରହମାନ ଏବଂ ସଇଫୁଦିନ ଅନ୍ତିମ ସମୟରେ ଲଢୁଆ ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ହେଲେ ଦଳକୁ ବିଜୟ ଦେବାରେ ବିଫଳ ହୋଇଥିଲେ। ସାବିର ୩୬ ବଲରେ ୩୬ ରନ ଏବଂ ସଇଫୁଦିନ ଅପରାଜିତ ୩୮ ବଲରେ ୫୧ ରନର ବିସ୍ଫୋରକ ପାଳି ଖେଳିଥିଲେ।

ଭାରତୀୟ ଦଳ ପକ୍ଷରୁ ବୁମରାହ ୧୦ ଓଭରରେ ୫୫ ରନ ଦେଇ ସର୍ବାଧିକ ୪ ଟି ୱିକେଟ, ହାର୍ଦ୍ଦିକ ପାଣ୍ଡ୍ୟା ୧୦ ଓଭରରେ ୬୦ ରନ ଦେଇ ୩ଟି ୱିକେଟ ହାସଲ କରିଥିଲେ। ଏବଂ ଭୁବନେଶ୍ଵର କୁମାର, ମହମ୍ମଦ ଶମି, ୟୁଜବେନ୍ଦ୍ର ଚହଲ ପ୍ରତ୍ୟେକ ୧ ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ।

ରୋହିତ ଶର୍ମା ମ୍ୟାନ ଅଫ ଦି ପ୍ଲେୟାର ବିବେଚିତ ହୋଇଥିଲେ।

bangladesh india match thesamikhsya worldcup
Share. Facebook Twitter LinkedIn Email WhatsApp Copy Link

Related Posts

ବଜେଟରେ ନୂଆ ଯୋଜନା, କଲେଜ ପଢା ସରିବା ପରେ ଏଣିକି ଝିଅମାନଙ୍କୁ ମିଳିବ ଲକ୍ଷେ ଟଙ୍କା

February 20, 2026

Odisha Budget 2026: ଓଡିଶା ବଜେଟ 2026, ଜାଣନ୍ତୁ କେଉଁ ବିଭାଗକୁ ମିଳିଲା କେତେ ??

February 20, 2026

ବଜେଟକୁ ନେଇ ନବୀନ କହିଲେ- Full Menu in Empty Kitchen

February 20, 2026

ଓଡିଶା ବଜେଟ ଉପସ୍ଥାପନା କଲେ ମୁଖ୍ୟମନ୍ତ୍ରୀ, ଏଥର ୩ ଲକ୍ଷ ୧୦ ହଜାର କୋଟି ଟଙ୍କା

February 20, 2026
Latest News

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର

February 20, 2026

ଶିଶୁ ଯତ୍ନ ଅନୁଷ୍ଠାନରେ ଶିଶୁମାନଙ୍କ ଦ୍ଵାରା ଆଇ ଏଚ ଏମ କ୍ୟାମ୍ପସ ଏବଂ ସାଇ ଏକ୍ସପର୍ଟ ପରିଦର୍ଶନ

February 20, 2026

ଚିଲିକା ଅଞ୍ଚଳର ବିଭିନ୍ନ ମନ୍ଦିରରୁ ଚୋରୀ କରୁଥିବା ଦୁଇ ଅଭିଯୁକ୍ତ ଧରିଲା ବାଲୁଗାଁ ପୋଲିସ

February 20, 2026

Odisha Tourism Budget: ଭୁବନେଶ୍ବରରେ 800 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଅତ୍ୟାଧୁନିକ ସଂଗ୍ରହାଳୟ

February 20, 2026

ବଜେଟରେ ନୂଆ ଯୋଜନା, କଲେଜ ପଢା ସରିବା ପରେ ଏଣିକି ଝିଅମାନଙ୍କୁ ମିଳିବ ଲକ୍ଷେ ଟଙ୍କା

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.