Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»ଓ୍ବେଷ୍ଟଇଣ୍ଡିଜ୍‌ରେ ଭାରତୀୟ ଦଳର ବିଫଳତା : ଦୁର୍ବଳ ଦଳ ଚୟନ ନା ଇଚ୍ଛାଶକ୍ତିର ଅଭାବ!
ଖେଳ

ଓ୍ବେଷ୍ଟଇଣ୍ଡିଜ୍‌ରେ ଭାରତୀୟ ଦଳର ବିଫଳତା : ଦୁର୍ବଳ ଦଳ ଚୟନ ନା ଇଚ୍ଛାଶକ୍ତିର ଅଭାବ!

August 5, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭାରତରେ କ୍ରିକେଟ୍‌କୁ ଧର୍ମ ପରି ବିବେଚନା କରାଯାଏ । ମାତ୍ର ଚଳିତ କ୍ରିକେଟ୍‌ ବିଶ୍ବକପ୍‌ର ସେମି ଫାଇନାଲ୍‌ରୁ ଭାରତୀୟ ଦଳ ବିଦାୟ ନେବା ପରେ ବିଭିନ୍ନ ମହଲରୁ ଏହାକୁ ସମାଲୋଚନା କରାଯାଉଛି। ବରିଷ୍ଠ ଖେଳାଳିଙ୍କ ପକ୍ଷରୁ କୋହଲିଙ୍କୁ ଅଧିନାୟକ ପଦବୀରୁ ବହିଷ୍କାର କରାଯିବାର ଦାବି କରାଯାଉଛି । ଏହି ସମୟରେ ଭାରତୀୟ ଦଳ ଓ୍ବେଷ୍ଟଇଣ୍ଡିଜ ଗସ୍ତ କରିଛି । ଦଳ ଟି20 ସିରିଜ୍‌ରେ ବିଜୟୀ ହୋଇଥିଲେ ମଧ୍ୟ ଦଳର ପ୍ରଦର୍ଶନ ସନ୍ତୋଷ ଜନକ ନ ରହିବା ନେଇ ପୁନର୍ବାର କୋହଲି ଭାରତୀୟ ଚୟନକର୍ତ୍ତା ସମାଲୋଚନାର ଶିକାର ହୋଇଛନ୍ତି । ଚଳିତ ଗସ୍ତରୁ ମହେନ୍ଦ୍ର ସିଂ ଧୋନୀ ବିଶ୍ରାମ ନେଇଥିବା ବେଳେ ତାଙ୍କ ସ୍ଥାନରେ ଋଷଭ ପନ୍ତଙ୍କୁ ଦଳରେ ସାମିଲ କରାଯାଇଥିଲା । ପନ୍ତ ନିଜର ଆକ୍ରମଣାତ୍ମକ ବ୍ୟାଟିଂ ନିମନ୍ତେ ପ୍ରସିଦ୍ଧି ହାସଲ କରିଥିଲେ ମଧ୍ୟ ଏହି ଦୁଇ ମ୍ୟାଚ୍‌ରେ ବେପରୁଆ ସଟ୍‌ ଖେଳି ଚର୍ଚ୍ଚାକୁ ଆସିଛନ୍ତି । ସେହିପରି ଚାରି ନମ୍ବର ସ୍ଥାନରେ ବ୍ୟାଟିଂ କରୁଥିବା କେ ଏଲ୍‌ ରାହୁଲ୍‌ଙ୍କୁ ବିଶ୍ବକପ୍‌ ପରେ ଦଳରୁ ବାଦ ଦିଆଯିବାକୁ ମଧ୍ୟ ଫ୍ୟାନ୍‌ ସହଜରେ ଗ୍ରହଣ କରିପାରୁନାହାନ୍ତି ।

ଧୋନୀଙ୍କ ପରେ ଦୀନେଶ କାର୍ତ୍ତିକ, ପାର୍ଥିବ ପଟେଲ ଭାରତର ଶ୍ରେଷ୍ଠ ସୀମିତ ଓଭର ବିକଳ୍ପ । ପନ୍ତ ଭାରତୀୟ କ୍ରିକେଟର ଭବିଷ୍ୟତ ଏହା ନିସନ୍ଦେହ ମାତ୍ର ବର୍ତ୍ତମାନ ନିଜ ଖେଳରେ ପରିପକ୍ବତା ଆବଶ୍ୟକ କରୁଛନ୍ତି ତେଣୁ ଜାତୀୟ ଦଳ ଅପେକ୍ଷା ଘରୋଇ କ୍ରିକେଟରୁ ପନ୍ତ ଏହି ଜିନିଷ ଶିଖିପାରିବେ । ସେହିପରି ଅନ୍ୟତମ ଓ୍ବିକେଟ୍‌ କିପର ବିକଳ୍ପ ହେଉଛନ୍ତି ସଞ୍‌ଜୁ ସାମ୍‌ସନ୍‌ । ସାମ୍‌ସନ୍‌ ଆଇପିଏଲ୍‌ର ଅନ୍ୟତମ ଶ୍ରେଷ୍ଠ ଖେଳାଳି ଏବଂ ନିଜର ଗୁରୁତ୍ବ ପ୍ରତିପାଦନ କରିବାରେ ସଫଳ ହୋଇଛନ୍ତି । କେରଳ କ୍ରିକେଟ୍‌ ବୋର୍ଡ ସହିତ ସାମ୍‌ସନ୍‌ଙ୍କ ବିବାଦ ଏହି ଯୁବ ଖେଳାଳିଙ୍କୁ ବିସିସିଆଇ ରାଡାରରେ ପହଞ୍ଚିବାକୁ ଦେଉନାହିଁ । ସେହିପରି ଚଳିତ ବର୍ଷ ଟିମ୍‌ରେ ସ୍ଥାନ ପାଇଥିବା ଯୁବ ଖେଳାଳିଙ୍କ ମଧ୍ୟରେ କେବଳ ମୟଙ୍କ ଅଗ୍ରଓ୍ବାଲ ଏବଂ ନବଦୀପ ସାଇନି ଶ୍ରେଷ୍ଠ 5 ବ୍ୟାଟ୍ସମ୍ୟାନ୍‌ ଏବଂ ବୋଲରଙ୍କ ମଧ୍ୟରେ ସାମିଲ ରହିଛନ୍ତି । ବିଗତ ତିନି ବର୍ଷ ହେବ ଦୃଢ ପ୍ରଦର୍ଶନ ଦେଇ ଆସୁଥିବା ପ୍ରିୟଙ୍କ ପାଞ୍ଚଲଙ୍କୁ ମଧ୍ୟ ଦଳରେ ସ୍ଥାନ ନ ମିଳିବା ଆଶ୍ଚର୍ଯ୍ୟର ବିଷୟ । ଚଳିତ ବର୍ଷ ରଣଜୀ ଟ୍ରଫିରେ ସର୍ବାଧିକ ରନ୍‌ ସ୍କୋର କରିଥିବା ମିଲିନ୍ଦ କୁମାରଙ୍କ ନାମ ଚୟନ ନିମନ୍ତେ ଚର୍ଚ୍ଚାକୁ ନ ଆସିବା ନିହାତି ବିଡମ୍ବନାର ବିଷୟ ।

ଜଣେ ଅଧିନାୟକ ସର୍ବଦା ଟିମ୍‌କୁ ସମ୍ମୁଖରୁ ରହି ନେତୃତ୍ବ ପ୍ରଦାନ କରନ୍ତି । ମାତ୍ର କୋହଲିଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ନିକଟରେ ସମାପିତ ବିଶ୍ବକପ୍‌ରେ ଭାରତର ପରାଜୟର କାରଣ ମଧ୍ୟ ଓ ନିମ୍ନକ୍ରମର ବିଫଳତା କୁହାଯାଇପାରେ । ମାତ୍ର ବିଗତ ଦୁଇ ବର୍ଷ ମଧ୍ୟରେ ମାତ୍ର 18 ପ୍ରତିଶତ ମ୍ୟାଚ୍‌ରେ ଭାରତର 6 ନମ୍ବର ବ୍ୟାଟ୍ସମ୍ୟାନ୍‌ଙ୍କୁ ଖେଳିବାକୁ ମିଳିଛି । ତେଣୁ ନିୟମିତ ଖେଳିବାକୁ ସୁଯୋଗ ପାଉନଥିବା ଖେଳାଳି ଚାପରେ ଭଲ ପ୍ରଦର୍ଶନ କରିବା ଉପରେ ମଧ୍ୟ ସନ୍ଦେହ ରହିଥାଏ । ବିଶ୍ବକପ୍‌ ପୂର୍ବରୁ ଅନେକ ବରିଷ୍ଠ ଖେଳାଳି କୋହଲିଙ୍କୁ ଚାରି ନମ୍ବର ସ୍ଥାନରେ ବ୍ୟାଟିଂର ପରାମର୍ଶ ଦେଇଥିଲେ । ମାତ୍ର କୋହଲି ଦଳୀୟ ପ୍ରଦର୍ଶନ ଅପେକ୍ଷା ନିଜ ପ୍ରଦର୍ଶନକୁ ଗୁରୁତ୍ବ ପ୍ରଦାନ କରିବା ଫ୍ୟାନ୍‌ଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି । ଚଳିତ ବିଶ୍ବକପ୍‌ରେ ରୋହିତ ଶର୍ମା ସର୍ବାଧିକ ରନ୍‌ ସଂଗ୍ରହଂ କରିଥିବା ବେଳେ ମୁ୍ମ୍ବାଇ ଇଣ୍ଡିଆନ୍ସକୁ ତିନିଥର ଚାମ୍ପିୟନ୍‌ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ସେହିପରି କୋଚ୍‌ ଭାବରେ ରବି ଶାସ୍ତ୍ରୀଙ୍କୁ ଅନେକ ପୂର୍ବତନ ଖେଳାଳି ବିରୋଧ କରିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ସୁପ୍ରିମକୋର୍ଟରେ SIR ଶୁଣାଣି: ଇସି ବିରୋଧରେ ଅନେକ ଅଭିଯୋଗ ଆଣିଲେ ମମତା ବାନାର୍ଜୀ

February 4, 2026

ଶ୍ରୀଜିୟୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବାଇଶ ପାହାଚରେ ବସିଲେ, କଲେ ପିଣ୍ଡଦାନ

February 4, 2026

ଦାୟିତ୍ଵବାନ ଦେଶ ତାଲିକାର ଶ୍ରେଷ୍ଠ ୧୦ ରେ ନାହାନ୍ତି ଚୀନ୍, ରୁଷ କିମ୍ବା ଆମେରିକା: ଜାଣନ୍ତୁ ଭାରତର ସ୍ଥିତି

February 4, 2026

U19 ବିଶ୍ୱକପ୍-2026: ଦ୍ଵିତୀୟ ସେମିଫାଇନାଲ୍‌ରେ ଆଫଗାନିସ୍ତାନକୁ ଭେଟିବ ଭାରତ

February 4, 2026
Latest News

ସୁପ୍ରିମକୋର୍ଟରେ SIR ଶୁଣାଣି: ଇସି ବିରୋଧରେ ଅନେକ ଅଭିଯୋଗ ଆଣିଲେ ମମତା ବାନାର୍ଜୀ

February 4, 2026

ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର

February 4, 2026

ଶ୍ରୀଜିୟୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବାଇଶ ପାହାଚରେ ବସିଲେ, କଲେ ପିଣ୍ଡଦାନ

February 4, 2026

ଏଆଇ-ଆଧାରିତ ରେଳ ରୋବୋକପ୍ “ଏଏସସି ଅର୍ଜୁନ”ର ଐତିହାସିକ ସଫଳତା

February 4, 2026

ଦାୟିତ୍ଵବାନ ଦେଶ ତାଲିକାର ଶ୍ରେଷ୍ଠ ୧୦ ରେ ନାହାନ୍ତି ଚୀନ୍, ରୁଷ କିମ୍ବା ଆମେରିକା: ଜାଣନ୍ତୁ ଭାରତର ସ୍ଥିତି

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.