Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»ଓ୍ବେଷ୍ଟଇଣ୍ଡିଜ୍‌ରେ ଭାରତୀୟ ଦଳର ବିଫଳତା : ଦୁର୍ବଳ ଦଳ ଚୟନ ନା ଇଚ୍ଛାଶକ୍ତିର ଅଭାବ!
ଖେଳ

ଓ୍ବେଷ୍ଟଇଣ୍ଡିଜ୍‌ରେ ଭାରତୀୟ ଦଳର ବିଫଳତା : ଦୁର୍ବଳ ଦଳ ଚୟନ ନା ଇଚ୍ଛାଶକ୍ତିର ଅଭାବ!

August 5, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭାରତରେ କ୍ରିକେଟ୍‌କୁ ଧର୍ମ ପରି ବିବେଚନା କରାଯାଏ । ମାତ୍ର ଚଳିତ କ୍ରିକେଟ୍‌ ବିଶ୍ବକପ୍‌ର ସେମି ଫାଇନାଲ୍‌ରୁ ଭାରତୀୟ ଦଳ ବିଦାୟ ନେବା ପରେ ବିଭିନ୍ନ ମହଲରୁ ଏହାକୁ ସମାଲୋଚନା କରାଯାଉଛି। ବରିଷ୍ଠ ଖେଳାଳିଙ୍କ ପକ୍ଷରୁ କୋହଲିଙ୍କୁ ଅଧିନାୟକ ପଦବୀରୁ ବହିଷ୍କାର କରାଯିବାର ଦାବି କରାଯାଉଛି । ଏହି ସମୟରେ ଭାରତୀୟ ଦଳ ଓ୍ବେଷ୍ଟଇଣ୍ଡିଜ ଗସ୍ତ କରିଛି । ଦଳ ଟି20 ସିରିଜ୍‌ରେ ବିଜୟୀ ହୋଇଥିଲେ ମଧ୍ୟ ଦଳର ପ୍ରଦର୍ଶନ ସନ୍ତୋଷ ଜନକ ନ ରହିବା ନେଇ ପୁନର୍ବାର କୋହଲି ଭାରତୀୟ ଚୟନକର୍ତ୍ତା ସମାଲୋଚନାର ଶିକାର ହୋଇଛନ୍ତି । ଚଳିତ ଗସ୍ତରୁ ମହେନ୍ଦ୍ର ସିଂ ଧୋନୀ ବିଶ୍ରାମ ନେଇଥିବା ବେଳେ ତାଙ୍କ ସ୍ଥାନରେ ଋଷଭ ପନ୍ତଙ୍କୁ ଦଳରେ ସାମିଲ କରାଯାଇଥିଲା । ପନ୍ତ ନିଜର ଆକ୍ରମଣାତ୍ମକ ବ୍ୟାଟିଂ ନିମନ୍ତେ ପ୍ରସିଦ୍ଧି ହାସଲ କରିଥିଲେ ମଧ୍ୟ ଏହି ଦୁଇ ମ୍ୟାଚ୍‌ରେ ବେପରୁଆ ସଟ୍‌ ଖେଳି ଚର୍ଚ୍ଚାକୁ ଆସିଛନ୍ତି । ସେହିପରି ଚାରି ନମ୍ବର ସ୍ଥାନରେ ବ୍ୟାଟିଂ କରୁଥିବା କେ ଏଲ୍‌ ରାହୁଲ୍‌ଙ୍କୁ ବିଶ୍ବକପ୍‌ ପରେ ଦଳରୁ ବାଦ ଦିଆଯିବାକୁ ମଧ୍ୟ ଫ୍ୟାନ୍‌ ସହଜରେ ଗ୍ରହଣ କରିପାରୁନାହାନ୍ତି ।

ଧୋନୀଙ୍କ ପରେ ଦୀନେଶ କାର୍ତ୍ତିକ, ପାର୍ଥିବ ପଟେଲ ଭାରତର ଶ୍ରେଷ୍ଠ ସୀମିତ ଓଭର ବିକଳ୍ପ । ପନ୍ତ ଭାରତୀୟ କ୍ରିକେଟର ଭବିଷ୍ୟତ ଏହା ନିସନ୍ଦେହ ମାତ୍ର ବର୍ତ୍ତମାନ ନିଜ ଖେଳରେ ପରିପକ୍ବତା ଆବଶ୍ୟକ କରୁଛନ୍ତି ତେଣୁ ଜାତୀୟ ଦଳ ଅପେକ୍ଷା ଘରୋଇ କ୍ରିକେଟରୁ ପନ୍ତ ଏହି ଜିନିଷ ଶିଖିପାରିବେ । ସେହିପରି ଅନ୍ୟତମ ଓ୍ବିକେଟ୍‌ କିପର ବିକଳ୍ପ ହେଉଛନ୍ତି ସଞ୍‌ଜୁ ସାମ୍‌ସନ୍‌ । ସାମ୍‌ସନ୍‌ ଆଇପିଏଲ୍‌ର ଅନ୍ୟତମ ଶ୍ରେଷ୍ଠ ଖେଳାଳି ଏବଂ ନିଜର ଗୁରୁତ୍ବ ପ୍ରତିପାଦନ କରିବାରେ ସଫଳ ହୋଇଛନ୍ତି । କେରଳ କ୍ରିକେଟ୍‌ ବୋର୍ଡ ସହିତ ସାମ୍‌ସନ୍‌ଙ୍କ ବିବାଦ ଏହି ଯୁବ ଖେଳାଳିଙ୍କୁ ବିସିସିଆଇ ରାଡାରରେ ପହଞ୍ଚିବାକୁ ଦେଉନାହିଁ । ସେହିପରି ଚଳିତ ବର୍ଷ ଟିମ୍‌ରେ ସ୍ଥାନ ପାଇଥିବା ଯୁବ ଖେଳାଳିଙ୍କ ମଧ୍ୟରେ କେବଳ ମୟଙ୍କ ଅଗ୍ରଓ୍ବାଲ ଏବଂ ନବଦୀପ ସାଇନି ଶ୍ରେଷ୍ଠ 5 ବ୍ୟାଟ୍ସମ୍ୟାନ୍‌ ଏବଂ ବୋଲରଙ୍କ ମଧ୍ୟରେ ସାମିଲ ରହିଛନ୍ତି । ବିଗତ ତିନି ବର୍ଷ ହେବ ଦୃଢ ପ୍ରଦର୍ଶନ ଦେଇ ଆସୁଥିବା ପ୍ରିୟଙ୍କ ପାଞ୍ଚଲଙ୍କୁ ମଧ୍ୟ ଦଳରେ ସ୍ଥାନ ନ ମିଳିବା ଆଶ୍ଚର୍ଯ୍ୟର ବିଷୟ । ଚଳିତ ବର୍ଷ ରଣଜୀ ଟ୍ରଫିରେ ସର୍ବାଧିକ ରନ୍‌ ସ୍କୋର କରିଥିବା ମିଲିନ୍ଦ କୁମାରଙ୍କ ନାମ ଚୟନ ନିମନ୍ତେ ଚର୍ଚ୍ଚାକୁ ନ ଆସିବା ନିହାତି ବିଡମ୍ବନାର ବିଷୟ ।

ଜଣେ ଅଧିନାୟକ ସର୍ବଦା ଟିମ୍‌କୁ ସମ୍ମୁଖରୁ ରହି ନେତୃତ୍ବ ପ୍ରଦାନ କରନ୍ତି । ମାତ୍ର କୋହଲିଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ନିକଟରେ ସମାପିତ ବିଶ୍ବକପ୍‌ରେ ଭାରତର ପରାଜୟର କାରଣ ମଧ୍ୟ ଓ ନିମ୍ନକ୍ରମର ବିଫଳତା କୁହାଯାଇପାରେ । ମାତ୍ର ବିଗତ ଦୁଇ ବର୍ଷ ମଧ୍ୟରେ ମାତ୍ର 18 ପ୍ରତିଶତ ମ୍ୟାଚ୍‌ରେ ଭାରତର 6 ନମ୍ବର ବ୍ୟାଟ୍ସମ୍ୟାନ୍‌ଙ୍କୁ ଖେଳିବାକୁ ମିଳିଛି । ତେଣୁ ନିୟମିତ ଖେଳିବାକୁ ସୁଯୋଗ ପାଉନଥିବା ଖେଳାଳି ଚାପରେ ଭଲ ପ୍ରଦର୍ଶନ କରିବା ଉପରେ ମଧ୍ୟ ସନ୍ଦେହ ରହିଥାଏ । ବିଶ୍ବକପ୍‌ ପୂର୍ବରୁ ଅନେକ ବରିଷ୍ଠ ଖେଳାଳି କୋହଲିଙ୍କୁ ଚାରି ନମ୍ବର ସ୍ଥାନରେ ବ୍ୟାଟିଂର ପରାମର୍ଶ ଦେଇଥିଲେ । ମାତ୍ର କୋହଲି ଦଳୀୟ ପ୍ରଦର୍ଶନ ଅପେକ୍ଷା ନିଜ ପ୍ରଦର୍ଶନକୁ ଗୁରୁତ୍ବ ପ୍ରଦାନ କରିବା ଫ୍ୟାନ୍‌ଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି । ଚଳିତ ବିଶ୍ବକପ୍‌ରେ ରୋହିତ ଶର୍ମା ସର୍ବାଧିକ ରନ୍‌ ସଂଗ୍ରହଂ କରିଥିବା ବେଳେ ମୁ୍ମ୍ବାଇ ଇଣ୍ଡିଆନ୍ସକୁ ତିନିଥର ଚାମ୍ପିୟନ୍‌ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ସେହିପରି କୋଚ୍‌ ଭାବରେ ରବି ଶାସ୍ତ୍ରୀଙ୍କୁ ଅନେକ ପୂର୍ବତନ ଖେଳାଳି ବିରୋଧ କରିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

Travel Health Clinic: ଏମ୍ସ ଭୁବନେଶ୍ୱରରେ ଟ୍ରାଭେଲ୍ ହେଲ୍ଥ କ୍ଲିନିକ୍ ଜାତୀୟ ସମ୍ମିଳନୀ, ବିଶେଷଜ୍ଞମାନେ କହିଲେ… 

October 10, 2025

Odisha IAS Reshuffle: ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, କେନ୍ଦ୍ରକୁ ଗଲେ ତିନି

October 10, 2025

ନୋବେଲ ଶାନ୍ତି ପୁରସ୍କାର ପାଇଥିବା ମାରିଆ କୋରିନା ମାଚାଡୋ କିଏ, ସେ କେତେ ଶିକ୍ଷିତ?

October 10, 2025

ସର୍ବନିମ୍ନ ସହାୟକ ମୂଲ୍ୟ: ସୁରକ୍ଷା କବଚରୁ ଆତ୍ମନିର୍ଭରଶୀଳତା ପର୍ଯ୍ୟନ୍ତ

October 10, 2025
Latest News

ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା କମିଟି ବୈଠକ: ଭୁବନେଶ୍ଵର ସାଂସଦ ଦେଲେ ଏହି ନିର୍ଦ୍ଦେଶ

October 10, 2025

Viksit Odisha 2036: ଭୁବନେଶ୍ୱର ଠାରେ ବିକଶିତ ଭାରତ ଓ ବିକଶିତ ଓଡିଶା ସମ୍ମିଳନୀ ଆୟୋଜିତ

October 10, 2025

Travel Health Clinic: ଏମ୍ସ ଭୁବନେଶ୍ୱରରେ ଟ୍ରାଭେଲ୍ ହେଲ୍ଥ କ୍ଲିନିକ୍ ଜାତୀୟ ସମ୍ମିଳନୀ, ବିଶେଷଜ୍ଞମାନେ କହିଲେ… 

October 10, 2025

Odisha IAS Reshuffle: ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, କେନ୍ଦ୍ରକୁ ଗଲେ ତିନି

October 10, 2025

ମଦ ବିକ୍ରି ବନ୍ଦ ଦାବିରେ ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ

October 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.