ପୂର୍ବତନ ଅଧିନାୟକଙ୍କୁ ଟ୍ରୋଲ୍‌ କଲେ ଯୁବରାଜ

Published: Feb 14, 2020, 11:32 am IST

ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ ତଥା ବର୍ତ୍ତମାନର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଟ୍ରୋଲ୍‌ କରିଛନ୍ତି ଯୁବରାଜ ସିଂ । ବିସିସିଆଇର ସଭାପତି ରହିଥିବା ଗାଙ୍ଗୁଲି ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଥିଲେ । ପଦାର୍ପଣରେ ଲର୍ଡସ୍‌ରେ ଶତକ ହାସଲ କରିବା ସହିତ ରାହୁଲ ଦ୍ରାବିଡଙ୍କ ସହିତ ଭାଗିଦାରୀର ଏକ ଫଟୋ ସେୟାର କରିଥିଲେ ଗାଙ୍ଗୁଲି । ଏହି ଫଟୋରେ ଗେଟି ଇମେଜ୍‌ର ଲୋଗୋ ରହିଥିଲା । ଏହାକୁ ନେଇ ଯୁବରାଜ ଗାଙ୍ଗୁଲିଙ୍କୁ ଟ୍ରୋଲ୍‌ କରିଥିଲେ । ଯୁବରାଜ ଲେଖିଥିଲେ, ଦାଦା ଆପଣ ବର୍ତ୍ତମାନ ବିସିସିଆଇର ସଭାପତି ରହିଛନ୍ତି ତେଣୁ ଦୟାକରି ଫଟୋରୁ ଲୋଗୋ ହଟାଇ ଦିଅନ୍ତୁ । ଉଲ୍ଲେଖଯୋଗ୍ୟ ଯେ, ଜୁନ୍‌ 2019ରେ ଗାଙ୍ଗୁଲି କ୍ରିକେଟରୁ ଅବସର ଗ୍ରହଣ କରିଥିଲେ । (ଏଜେନ୍ସି)

Related posts