ଅଷ୍ଟ୍ରେଲିଆନ୍‌ ଓପନ୍‌ ପରାଜୟ ସତ୍ତ୍ବେ ଏକ ନମ୍ବର ସ୍ଥାନରେ ଆସଲେଘ ବାର୍ଟ୍ଟି

Published: Feb 18, 2020, 1:13 pm IST

ନୂଆଦିଲ୍ଲୀ : ଡବ୍ଲ୍ୟୁଟିଏ ପକ୍ଷରୁ ଟେନିସ୍‌ ଖେଳାଳିଙ୍କ ରାଙ୍କିଙ୍ଗ ପ୍ରକାଶ ପାଇଛି । ଆସଲେଘ ବାର୍ଟ୍ଟି ପୂର୍ବବତ୍‌ ଏକ ନମ୍ବର ସ୍ଥାନ ବଜାୟ ରଖିଛନ୍ତି । ଅଷ୍ଟ୍ରେଲିଆନ୍‌ ଓପନ୍‌ ସେମିଫାଇନାଲ୍‌ରେ ବାର୍ଟ୍ଟି ପରାଜିତ ହୋଇଥିଲେ ମଧ୍ୟ ମଙ୍ଗଳବାର ପ୍ରକାଶିତ ରାଙ୍କିଙ୍ଗରେ ବାର୍ଟ୍ଟି ଏକ ନମ୍ବର ସ୍ଥାନ ବଜାୟ ରଖିଛନ୍ତି । ଜାନୁୟାରୀରେ ଆଡିଲେଡ୍‌ ଇଣ୍ଟରନ୍ୟାସନାଲ ବିଜୟୀ ହୋଇଥିବା ବେଳେ ଅଷ୍ଟ୍ରେଲିଆନ୍‌ ଓପନ୍‌ ସେମିରେ ସୋଫିଆ କେନିନ୍‌ଙ୍କ ନିକଟରୁ 7-6, 7-5 ସେଟ୍‌ରେ ପରାଜିତ ହୋଇଥିଲେ । ଏହି ରାଙ୍କିଙ୍ଗ ତାଲିକାରେ ସିମୋନା ହାଲେପ୍‌ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ କାରୋଲିନ୍‌ ପ୍ଲିସକୋଭା ତୃତୀୟ ସ୍ଥାନରେ ରହିଛନ୍ତି । (ଏଜେନ୍ସି)

Related posts