ଫ୍ରେଞ୍ଚ ଓପନ୍‌ରୁ ଓହରିଲେ ରୋଜର ଫେଡେରର

Published: Feb 20, 2020, 8:07 pm IST

ନୂଆଦିଲ୍ଲୀ : ଫ୍ରେଞ୍ଚ ଓପନ୍‌ରୁ ଓହରିଛନ୍ତି ସ୍ବିସ୍‌ ତାରକା ରୋଜର ଫେଡେରର । ଆଣ୍ଠୁ ଆଘାତ କାରଣରୁ ଫେଡେରର ଫ୍ରେଞ୍ଚ ଓପନ୍‌ରୁ ଓହରିଥିବା ଜଣାପଡିଛି । ଗୁରୁବାର ଏକ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ 38 ବର୍ଷୀୟ ଫେଡେରର ଟୁର୍ଣ୍ଣାମେଣ୍ଟରୁ ଓହରୁଥିବା ନେଇ ଘୋଷଣା କରିଛନ୍ତି । ବୁଧବାର ଆଣ୍ଠୁରେ ଆର୍ଥ୍ରୋସ୍କୋପିକ୍‌ ସର୍ଜରୀ କରାଯାଇଥିବା କାରଣରୁ ଆସନ୍ତା କିଛି ମାସ ପର୍ଯ୍ୟନ୍ତ ସେ କିଛି ଟୁର୍ଣ୍ଣାମେଣ୍ଟରୁ ଦୂରେଇ ରହିବା ନେଇ ଫେଡେରର ଘୋଷଣା କରିଛନ୍ତି । ଫ୍ରେଞ୍ଚ ଓପନ୍ ବ୍ୟତିତ ଇଣ୍ଡିଆନ୍‌ ଓ୍ବେଲ୍‌ସ ଓପନ୍‌ରୁ ମଧ୍ୟ ଫେଡେରର ଓହରୁଥିବା ଜଣାପଡିଛି ।

Related posts