ଶେଫାଳି ବର୍ମାଙ୍କ ପ୍ରଶଂସାରେ ଶତମୁଖ ପୂର୍ବତନ ଇଂଲଣ୍ଡ ଅଧିନାୟକ

Published: Feb 25, 2020, 6:12 pm IST

ଲଣ୍ଡନ : ମହିଳା ଟି 20 ବିଶ୍ବକପ୍‌ରେ ଭାରତୀୟ ଓପ୍‌ନର ଶେଫାଳି ବର୍ମାଙ୍କ ବିସ୍ଫୋରକ ବ୍ୟାଟିଂକୁ ସମସ୍ତେ ପ୍ରଶଂସା କରୁଥିବା ବେଳେ ଏହି ଧାରାରେ ନିଜକୁ ସାମିଲ କରିଛନ୍ତି ପୂର୍ବତନ ଇଂଲଣ୍ଡ ଅଧିନାୟକ ନାସିର୍‌ ହୁସେନ୍‌ । କେବଳ ଶେଫାଳି ନୁହନ୍ତି ବରଂ ଲେଗ୍‌ସ୍ପିନର ପୁନମ୍‌ ଯାଦବଙ୍କୁ ମଧ୍ୟ ହୁସେନ୍‌ ପ୍ରଶଂସା କରିଛନ୍ତି । ଉଭୟ ଶେଫାଳି ଏବଂ ପୁନମ ବ୍ୟାଟ୍‌ ଏବଂ ବଲ୍‌ରେ ଭାରତ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ କରିବା କାରଣରୁ ଭାରତ ନିଜର ଅପରାଜେୟ ଧାରା ବଜାୟ ରଖିବାରେ ସମର୍ଥ ହୋଇଛି । ପାଓ୍ବାର ପ୍ଲେ ଓଭରରେ ଶେଫାଳିଙ୍କ ଚମତ୍କାର ପାଓ୍ବାର ହିଟିଂ ବଳରେ ଭାରତ ବଡ ସ୍କୋର କରିବାରେ ସମର୍ଥ ହେଉଥିବା ବେଳେ ପୁନମଙ୍କ ଓ୍ବିକେଟ ହାସଲ କାରଣରୁ ଭାରତ ବିଜୟୀ ହେଉଛି । ନିଜ ଟ୍ବିଟ୍ଟର ହ୍ୟାଣ୍ଡେଲରେ ନାସିର ଶେଫାଳିଙ୍କୁ ପ୍ରଶଂସା କରିଥିଲେ । ଫେବୃୟାରୀ 27 ତାରିଖରେ ଭାରତ ନିଜର ପରବର୍ତ୍ତୀ ମ୍ୟାଚ୍‌ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳିବାକୁ ଯାଉଛି । (ଏଜେନ୍ସି)

Related posts