ଦକ୍ଷିଣ ଆଫ୍ରିକା ସିରିଜ୍‌ ପାଇଁ ଭାରତୀୟ ଦଳ ଘୋଷଣା : ପାଣ୍ଡ୍ୟା,ଭୁବି ଓ ଧଓ୍ବନ୍‌ଙ୍କ ପ୍ରତ୍ୟାବର୍ତ୍ତନ

Published: Mar 8, 2020, 4:25 pm IST

ମୁମ୍ବାଇ : ଦକ୍ଷିଣ ଆଫ୍ରିକା ସିରିଜ୍‌ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ରବିବାର ଘୋଷିତ ଦଳକୁ ଶିଖର ଧଓ୍ବନ୍‌, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଭୁବନେଶ୍ବର କୁମାର ପ୍ରତ୍ୟାବର୍ତ୍ତନ କରିଛନ୍ତି । ରୋହିତ ଶର୍ମା ବାଦ ପଡିଥିବା ବେଳେ ପୃଥ୍ବୀ ଶ ଧଓ୍ବନ୍‌ଙ୍କ ଓପନିଂ ପାର୍ଟନର ରହିଛନ୍ତି । ଘୋଷିତ 15 ଜଣିଆ ଦଳରୁ କେଦାର ଯାଦବ ବାଦ ପଡିଥିବା ବେଳେ ଶୁଭମାନ ଗିଲ୍‌ ସ୍ଥାନ ପାଇଛନ୍ତି ।
ଭାରତୀୟ ଦଳ : ବିରାଟ କୋହଲି(ଅଧିନାୟକ), ଶିଖର ଧଓ୍ବନ୍‌, ପୃଥ୍ବୀ ଶ, କେ ଏଲ୍‌ ରାହୁଲ୍‌, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ଶ୍ରେୟସ୍‌ ଆୟାର, ଋଷଭ ପନ୍ତ, ରବୀନ୍ଦ୍ର ଜାଡେଜା, ଯଶପ୍ରୀତ୍‌ ବୁମ୍‌ରା, ଭୁବନେଶ୍ବର କୁମାର, ୟୁଜବେନ୍ଦ୍ର ଚହଲ, ନବଦୀପ ସାଇନି, କୁଲଦୀପ ଯାଦବ, ଶୁଭମାନ ଗିଲ୍‌ ।

Related posts