Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇପିଏଲ୍‌ର ଗଭର୍ଣ୍ଣିଂ କାଉନ୍‌ସିଲ୍‌ ବୈଠକ ଆରମ୍ଭ : ଆସିପାରେ କିଛି ବଡ ନିଷ୍ପତ୍ତି
ଆଜିର ଖବର

ଆଇପିଏଲ୍‌ର ଗଭର୍ଣ୍ଣିଂ କାଉନ୍‌ସିଲ୍‌ ବୈଠକ ଆରମ୍ଭ : ଆସିପାରେ କିଛି ବଡ ନିଷ୍ପତ୍ତି

March 14, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : କରୋନା ଭାଇରସ୍‌ ଯୋଗୁଁ ଏବେ ଆଇପିଏଲ୍‌ରେ ଲାଗିଛି ଗ୍ରହଣ । ଆଜି ମୁମ୍ବାଇଠାରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଗଭର୍ଣ୍ଣିଂ କାଉନ୍‌ସିଲିଂ ବୈଠକ ଆରମ୍ଭ ହୋଇଛି । ଏହି ବୈଠକରେ କରୋନା ଭାଇରସ୍‌ ଯୋଗୁଁ ଚଳିତ ସିଜିନ୍‌ରେ କିଛି ବଡ ଧରଣର ବଦଳ କରିବା ନେଇ ଚର୍ଚ୍ଚା ହୋଇପାରେ ବୋଲି ଅନୁମାନ କରାଯାଉଛି । ଏହି ବୈଠକରେ ଆଇପିଏଲ୍‌ର ଅଧିକାରୀଙ୍କ ବ୍ୟତୀତ ସମସ୍ତ ଆଠଟି ଦଳର ପ୍ରତିନିଧିମାନେ ଅଂଶଗ୍ରହଣ କରୁଛନ୍ତି । ଏହି ବୈଠକରେ ସୌରଭ ଗାଙ୍ଗୁଲିଙ୍କ ସହ ମୁମ୍ବାଇ ଇଣ୍ଡିଆନ୍ସର ମାଲିକ ଆକାଶ ଅମ୍ବାନୀ ଓ କେକେଆର ମାଲିକ ଶାହରୁଖ ଖାନ୍‌ ମଧ୍ୟ ଉପସ୍ଥିତ ରହିଛନ୍ତି ।

ସୂଚନାଯୋଗ୍ୟ, ଆଇପିଏଲ୍‌ର ଗଭର୍ଣ୍ଣିଂ କାଉନ୍‌ସିଲ୍‌ ମିଟିଂ ପୂର୍ବରୁ ଚଳିତ ଆଇପିଏଲ୍‌ ସିଜିନ୍‌ର ତାରିଖକୁ ଆଗକୁ ବୃଦ୍ଧି କରାଯାଇଛି । କରୋନା ଯୋଗୁଁ ଆଇପିଏଲ୍‌ର କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି । ଆଇପିଏଲ୍‌ର ନୂଆ ସିଜିନ୍‌ ମାର୍ଚ୍ଚ 29ରେ ଆରମ୍ଭ ହେବାକୁ ଥିଲା । କିନ୍ତୁ ଗତକାଲି ଏହାକୁ ଏପ୍ରିଲ୍‌ 15ରୁ ଆରମ୍ଭ କରାଯିବ ବୋଲି ଘୋଷଣା କରାଯାଇଛି ।

କରୋନା ଭାଇରସ୍‌ ଯୋଗୁଁ ଚଳିତ ଆଇପିଏଲ୍‌ ସିଜିନ୍‌କୁ ରଦ୍ଦ କରିବା ନେଇ ବିସିସିଆଇ ଉପରେ ଚାପ ରହିଥିବା ଜଣାଯାଇଛି ।  ନିକଟରେ ଦିଲ୍ଲୀ ସରକାର ଓ ମହାରାଷ୍ଟ୍ର ସରକାରଙ୍କ ନିଷ୍ପତ୍ତି ଯୋଗୁଁ ବିସିସିଆଇର ମୁସ୍କିଲ୍‌ ବଢିବାରେ ଲାଗିଛି ।

ମହାରାଷ୍ଟ୍ର ସରକାର ରାଜ୍ୟରେ ଆଇପିଏଲ୍‌ ଟିକେ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ସେହିପରି ଦିଲ୍ଲୀ ସରକାର ରାଜ୍ୟରେ ଆଇପିଏଲ୍‌ ମ୍ୟାଚ୍‌ ଉପରେ ରୋକ୍‌ ଲାଗିଛନ୍ତି । ଏତଦ୍‌ବ୍ୟତୀତ ବିଦେଶୀ ଖେଳାଳୀଙ୍କ ଭିସାକୁ ନେଇ ଏହି ବୈଠକରେ ଚର୍ଚ୍ଚା ହୋଇପାରେ ।

Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ନିର୍ବାଚନ: ବିଜୟ ମହାପାତ୍ରଙ୍କ ଘରକୁ କାହିଁକ ଗଲେ ଦିଲ୍ଲୀପ ରାୟ, ବିଧାୟକ ଅରବିନ୍ଦ କହିଲେ..

March 4, 2026

ଅହମ୍ମଦାବାଦ ବିମାନବନ୍ଦରରେ ଭାବପ୍ରବଣ ଦୃଶ୍ୟ: ଜେଦ୍ଦାରୁ ଫେରି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଯାତ୍ରୀ 

March 4, 2026

Holi Festival 2026: ହୋଲି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

March 4, 2026

Holi Festival: ଚିଲିକା ନିର୍ବାଚନ ମଣ୍ଡଳି ଲୋକଙ୍କ ସହିତ ହୋଲି ଖେଳିଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

March 4, 2026
Latest News

ରାଜ୍ୟସଭା ନିର୍ବାଚନ: ବିଜୟ ମହାପାତ୍ରଙ୍କ ଘରକୁ କାହିଁକ ଗଲେ ଦିଲ୍ଲୀପ ରାୟ, ବିଧାୟକ ଅରବିନ୍ଦ କହିଲେ..

March 4, 2026

ଅହମ୍ମଦାବାଦ ବିମାନବନ୍ଦରରେ ଭାବପ୍ରବଣ ଦୃଶ୍ୟ: ଜେଦ୍ଦାରୁ ଫେରି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଯାତ୍ରୀ 

March 4, 2026

Holi Festival 2026: ହୋଲି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

March 4, 2026

Holi Festival: ଚିଲିକା ନିର୍ବାଚନ ମଣ୍ଡଳି ଲୋକଙ୍କ ସହିତ ହୋଲି ଖେଳିଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

March 4, 2026

ଯୁଦ୍ଧ ମଧ୍ୟରେ ଭାରତ ପାଇଲା ଉଲ୍ଲେଖନୀୟ ସଫଳତା!: ଥରିବେ ଶତ୍ରୁ ଦେଶ 

March 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.