ସ୍ପେନ୍ : ସାରା ବିଶ୍ବରେ କରୋନା ଭୟର ତାଣ୍ଡବ ରଚୁଥିବାବେଳେ ସ୍ପେନର ଜଣେ ଯୁବ ଫୁଟବଲ୍ କୋଚଙ୍କ ପ୍ରାଣ ନେଇଛି । ସ୍ପେନର ଫୁଟବଲ୍ କୋଚ୍ ଫ୍ରାନ୍ସିସ୍କୋ ଗ୍ରୋର୍ସିଆଙ୍କ କରୋନା ଯୋଗୁଁ ମୃତ୍ୟୁ ହୋଇଛି ବୋଲି ଜଣା ପଡିଛି । ମୃତ୍ୟୁବେଳକୁ ତାଙ୍କୁ ମାତ୍ର 21 ବର୍ଷ ହୋଇଥିଲା। କିଛିଦିନ ପୂର୍ବରୁ ତାଙ୍କ ଦେହରେ କରୋନା ସଂକ୍ରମଣର ସୂଚନା ମିଳିଥିଲା । ଗ୍ରୋର୍ସିଆ ୟୁଥ୍ ଟିମ୍ର ହେଡ୍ କୋଚ ରହିଥିଲେ । ଗ୍ରୋସିଆ ସ୍ପେନ୍ର ଜଣେ ପ୍ରତିଭାଶାଳୀ ଖେଳାଳୀ ରୂପେ ପରିଚିତ । ସେ କୋଚ୍ ଦାୟିତ୍ବ ସହ ମ୍ୟାନେଜର୍ର ପଦବୀ ମଧ୍ୟ ସମ୍ଭାଳିଥିଲେ । ମାତ୍ର 21 ବର୍ଷ ବୟସରେ ଗ୍ରୋର୍ସିଆ ଜଣେ ପ୍ରଶିକ୍ଷକ ତଥା ମ୍ୟାନଜେର୍ ଭାବରେ ବେଶ ଧୂରୀଣ ଥିଲେ । ୟୁଥ୍ କ୍ଲବ୍ର କୋଚ୍ ରୂପେ ସେ ଦଳକୁ ଏକ ନୂତନ ଦିଶା ପ୍ରଦାନ କରିଥିଲେ ।
ମଙ୍ଗଳବାର ଦିନ ସ୍ପେନ୍ରେ କରୋନା ସଂକ୍ରମିତଙ୍କ ସଂଖ୍ୟା 9,942ରେ ପହଞ୍ଚି ଥିବାବେଳେ ଏହି ରୋଗରେ 342ଜଣଙ୍କର ମୃତ୍ୟୁ ହୋଇଛି । 532ଜଣଙ୍କର ଚିକିତ୍ସା ପରେ ଏବେ ସୁସ୍ଥ ରହିଥିବାର ଜଣାପଡିଛି । (ଏଜେନ୍ସି)