Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»କୋଭିଡ-19ର ମୁକାବିଲା ନିମନ୍ତେ ଦେଶର କ୍ରୀଡାବିତଙ୍କୁ ‘ପାଞ୍ଚ-ସ’ ମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ ମୋଦି, ସେହି ‘ପାଞ୍ଚ-ସ’ କଣ ଜାଣନ୍ତୁ
ଖେଳ

କୋଭିଡ-19ର ମୁକାବିଲା ନିମନ୍ତେ ଦେଶର କ୍ରୀଡାବିତଙ୍କୁ ‘ପାଞ୍ଚ-ସ’ ମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ ମୋଦି, ସେହି ‘ପାଞ୍ଚ-ସ’ କଣ ଜାଣନ୍ତୁ

April 3, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଆଜି ଭିଡିଓ କନଫରେନ୍ସ ଜରିଆରେ କ୍ରୀଡାବିତମାନଙ୍କ ସହ ମତ ବିନିମୟ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କୋଭିଡ-19 ସମଗ୍ର ମାନବ ସମାଜ ନିମନ୍ତେ ଏକ ଘାତକ ରୂପ ଧାରଣ କରିଛି । ସେଥିପାଇଁ କ୍ରୀଡାବିତମାନେ ଲୋକମାନଙ୍କୁ ସଚେତନ କରିବା ପାଇଁ “ପାଞ୍ଚଟି-ସ” ବିଷୟ ଉପରେ ଗୁରୁତ୍ୱ ଦେବାଲାଗି ସେ ଆହ୍ୱାନ ଦେଇଛନ୍ତି। ସେଗୁଡିକ ହେଲା – ମହାମାରୀର ମୁକାବିଲା ପାଇଁ “ସଂକଳ୍ପ”, ସାମାଜିକ ଦୂରତ୍ୱ ପାଇଁ “ସଂଯମ”, ଆଶାବାଦୀ ହେବା ପାଇଁ “ସକାରାତ୍ମକତା”, କରୋନା ଭଲ କରିବା ପାଇଁ କାର୍ଯ୍ୟ କରୁଥିବା ସ୍ୱାସ୍ଥ୍ୟକର୍ମୀମାନଙ୍କୁ “ସମ୍ମାନ” ଏବଂ ପୁଲିସ କର୍ମଚାରୀଙ୍କୁ “ସହଯୋଗ”।

ପ୍ରଧାନମନ୍ତ୍ରୀ କହିଲେ ଯେ, ପ୍ରଥମ ବିଶ୍ୱଯୁଦ୍ଧ ପରେ ଅଲିମ୍ପିକକୁ ସ୍ଥଗିତ କରିବା ଘଟଣାରୁ ଏହାର ଗମ୍ଭିରତା ବେଶ ଜଣାପଡୁଛି । ୱିମ୍ବଲଡନ ଏବଂ ଭାରତରେ ଆପିଏଲ କ୍ରୀଡା ଭଳି ଲୋକପ୍ରିୟ ଖେଳଗୁଡିକୁ ଏହି ମହାମାରୀର ଭୟାଭୟତାକୁ ଆଖି ଆଗରେ ରଖି ଘୁଞ୍ଚାଇ ଦିଆଯାଇଛି । ଖେଳରେ ଅସାଧାରଣ ନୈପୁଣ୍ୟ ପ୍ରଦର୍ଶନ କରି ଦେଶକୁ ଗୌରାବାନ୍ୱିତ କରିଥିବାରୁ ପ୍ରଧାନମନ୍ତ୍ରୀ କ୍ରୀଡାବିତମାନଙ୍କୁ ପ୍ରଶଂସା କରିଛନ୍ତି । ବର୍ତ୍ତମାନ ଦେଶବାସୀଙ୍କ ନୈତିକ ମନୋବଳ ଦୃଢ଼ କରିବା ସହ ସାମାଜିକ ଦୂରତ୍ୱ ଓ ଲକଡାଉନ କାଳରେ ନିର୍ଦ୍ଦେଶାବଳୀଗୁଡିକୁ ପାଳନ କରିବା ନେଇ ଲୋକମାନଙ୍କୁ ସଚେତନ କରାଇବାରେ ସେମାନେ ଗୁରୁଦାୟିତ୍ୱ ତୁଲାଇ ପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

କ୍ରୀଡା ପାଇଁ ଆବଶ୍ୟକ ତାଲିମ ଓ କଡା ମୁକାବିଲାର ସମ୍ମୁଖିନ କରିବାର ସାହାସ, ସକାରାତ୍ମକ ମନୋଭାବ, ଆତ୍ମଶୃଙ୍ଖଳା ଓ ଆତ୍ମବିଶ୍ୱାସରେ ଜଣେ କ୍ରୀଡାବିତ ତାହାର ତାଲିମ କାଳରେ ଶିକ୍ଷା କରିଥିବାରୁ ଏବେ ତାହାକୁ ଆଧାର କରି ସେମାନେ କରୋନା ସଂକ୍ରମଣ ରୋକିବା ଦିଗରେ ସାହାଯ୍ୟ କରିପାରିବେ। ଏହାବ୍ୟତିତ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ବ୍ୟକ୍ତିଗତ ସ୍ତରରେ ଦାନ ଅନ୍ୟ ଏକ ଆବଶ୍ୟକତା। ଏହାଛଡା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଉଭୟ ଶାରୀରିକ ଓ ମାନସିକ ଦୃଢ଼ତାର ବାର୍ତ୍ତା ଲୋକମାନଙ୍କ ପାଖରେ ପହଞ୍ଚାଇବା ସହ ଆୟୁଷ ମନ୍ତ୍ରଣାଳୟର ନିୟମାବଳୀଗୁଡିକୁ ଲୋକପ୍ରିୟ କରିବା ପାଇଁ କ୍ରୀଡାବିତମାନଙ୍କୁ ପରାମର୍ଶ ଦେଇଛନ୍ତି।

ଏଭଳି ଘଡିସନ୍ଧି ମୂହୁର୍ତ୍ତରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ କ୍ରୀଡାବିତମାନେ ପ୍ରଶଂସା କରିଛନ୍ତି। ତ୍ୟାଗପୂତ ମନୋଭାବ ପ୍ରଦର୍ଶନ କରି ଏହି କରୋନା ମୁକାବିଲା ଯୁଦ୍ଧରେ ଅବତୀର୍ଣ୍ଣ ସ୍ୱାସ୍ଥ୍ୟକର୍ମୀମାନଙ୍କ ପ୍ରତି ସମ୍ମାନ ଜଣାଇଥିବାରୁ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି। ଶୃଙ୍ଖଳା, ମାନସିକ ଦୃଢ଼ତା ମଣିଷର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିରେ ମଧ୍ୟ ସହାୟକ ହେବ ବୋଲି ସେମାନେ କହିଛନ୍ତି ।

କ୍ରୀଡାବିତମାନଙ୍କ ବଳିଷ୍ଠ ଯୋଗଦାନ ଯୋଗୁଁ ଭାରତ ଏଭଳି ମହାମାରୀର ସାମ୍ନା କରିପାରିବ ବୋଲି ପ୍ରଧାନମନ୍ତ୍ରୀ ଆଶାପୋଷଣ କରିଛନ୍ତି । ଭାରତ ରତ୍ନ ଶ୍ରୀ ସଚିନ ତେନ୍ଦୁଲକର, ବିସିସିଆଇ ସଭାପତି ଶ୍ରୀ ସୌରଭ ଗାଙ୍ଗୁଲୀ, ଜାତୀୟ ମହିଳା ହକି ଦଳର ଅଧିନାୟିକା ସୁଶ୍ରୀ ରାଣି ରାମପାଲ, ବେଡମିଣ୍ଟନ ଖେଳାଳୀ ସୁଶ୍ରୀ ପି.ଭି.ସିନ୍ଧୁ, କବାଡି ଖେଳାଳୀ ତଥା ହିମାଚଳ ପ୍ରଦେଶ ପୁଲିସ ବାହିନୀର ଡିଏସପି ଶ୍ରୀ ଅଜୟ ଠାକୁର, ଦୌଡାଳୀ ସୁଶ୍ରୀ ହିମା ଦାସ, ଦିବ୍ୟାଙ୍ଗ ଉଚ୍ଚ ଡିଆଁ ଖେଳାଳୀ ଶରତ କୁମାର, ବିଶିଷ୍ଟ ଟେନିସ ଖେଳାଳୀ ସୁଶ୍ରୀ ଅଙ୍କିତା ରାଇନା, ବିଶିଷ୍ଟ କ୍ରିକେଟ ଖେଳାଳୀ ଶ୍ରୀ  ଯୁବରାଜ ସିଂ ଏବଂ ଜାତୀୟ ପୁରୁଷ କ୍ରିକେଟ ଦଳର ଅଧିନାୟକ ଶ୍ରୀ ବିରାଟ କୋହଲିଙ୍କ ସମେତ 40ରୁ ଊର୍ଦ୍ଧ୍ଵ ଖେଳାଳୀ ଏହି ଭିଡିଓ କନଫରେନ୍ସରେ ଯୋଗ ଦେଇଥିଲେ । କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀଙ୍କ ସମେତ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ମତ ବିନିମୟରେ ଅଂଶଗ୍ରହଣ କରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଯୁଦ୍ଧ ମଧ୍ୟରେ ଭାରତ ପାଇଲା ଉଲ୍ଲେଖନୀୟ ସଫଳତା!: ଥରିବେ ଶତ୍ରୁ ଦେଶ 

March 4, 2026

ଆଜି ଫାଇନାଲ ପାଇଁ ଲଢେଇ: ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା-ନ୍ୟୁଜିଲାଣ୍ଡ

March 4, 2026

ରଙ୍ଗ ଖେଳିଲା ବେଳେ ବ୍ୟବହାର କରୁଛନ୍ତି କି ସ୍ମାର୍ଟଫୋନ୍: ତାହା ୱାଟରପ୍ରୁଫ୍ କି ନୁହେଁ କିପରି ଜାଣିବେ?

March 4, 2026

ହୋଲି ଦିନ କରନ୍ତୁ ଏହି ଉପାଚାର: ଦେଖିବେ ରଂଗୀନ ହୋଇଯିବ ଆପଣଙ୍କ ଭାଗ୍ୟ

March 4, 2026
Latest News

Holi Festival: ଚିଲିକା ନିର୍ବାଚନ ମଣ୍ଡଳି ଲୋକଙ୍କ ସହିତ ହୋଲି ଖେଳିଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

March 4, 2026

ଯୁଦ୍ଧ ମଧ୍ୟରେ ଭାରତ ପାଇଲା ଉଲ୍ଲେଖନୀୟ ସଫଳତା!: ଥରିବେ ଶତ୍ରୁ ଦେଶ 

March 4, 2026

ଆଜି ଫାଇନାଲ ପାଇଁ ଲଢେଇ: ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା-ନ୍ୟୁଜିଲାଣ୍ଡ

March 4, 2026

ରଙ୍ଗ ଖେଳିଲା ବେଳେ ବ୍ୟବହାର କରୁଛନ୍ତି କି ସ୍ମାର୍ଟଫୋନ୍: ତାହା ୱାଟରପ୍ରୁଫ୍ କି ନୁହେଁ କିପରି ଜାଣିବେ?

March 4, 2026

ରାଜ୍ୟରେ ୧୦ ଯାଏଁ କିପରି ରହିବ ପାଗ?: ପଢନ୍ତୁ ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ଆକଳନ

March 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.