ଜାଣନ୍ତୁ କେଉଁ ରାମାୟଣ ଚରିତ୍ରରୁ ଅନୁପ୍ରାଣିତ ହୋଇଛନ୍ତି ବୀରେନ୍ଦ୍ର ସେହ୍ବାଗ

Published: Apr 13, 2020, 12:12 pm IST

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହ୍ବାଗ ଲକ୍‌ଡାଉନ୍‌ ସମୟରେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିଜର ରାମାୟଣର ପ୍ରିୟ ଚରିତ୍ରକୁ ବର୍ଣ୍ଣନା କରିବା ପରେ ଏହାକୁ ସୋସିଆଲ ମିଡିଆରେ ପସନ୍ଦ କରାଯାଇଛି। ନିଜର ଚମତ୍କାର ହ୍ୟାଣ୍ଡ ଆଇ କୋର୍ଡିନେସନ୍‌ କାରଣରୁ ସେହ୍ବାଗ ନିଜ କ୍ୟାରିୟରରେ ସଫଳ ହୋଇଥିଲେ। ସେହ୍ବାଗ ସର୍ବଦା ଗୋଟିଏ ଜାଗାରେ ଛିଡା ହୋଇ ଖେଳିବାକୁ ପସନ୍ଦ କରିଥାନ୍ତି। ଅଙ୍ଗଦ ରାବଣଙ୍କ ସଭାରେ ଛିଡା ହୋଇଥିବାର ଏକ ଫଟୋ ସେୟାର କରିଥିଲେ। ଅଙ୍ଗଦଜୀଙ୍କ ଠାରୁ ହିଁ ମୁଁ ନିଜକୁ ଅନୁପ୍ରାଣିତ ହୋଇଥାଏ, ଏହି ପାଦକୁ ହଲାଇବା କଷ୍ଟସାଧ୍ୟ। ଅଙ୍ଗଦ ଜୀ ରକ୍‌ସ ବୋଲି ଟ୍ବିଟ୍‌ କରିଥିଲେ ସେହ୍ବାଗ।

ସେହ୍ବାଗ ଭାରତ ପାଇଁ 251ଟି ଦିନିକିଆ ଏବଂ 104ଟି ଟେଷ୍ଟ ଖେଳି ଯଥାକ୍ରମେ 8273 ଏବଂ 8586 ରନ୍‌ ସଂଗ୍ରହ କରିଛନ୍ତି। ସେହିପରି ସେହ୍ବାଗ ଭାରତ ପାଇଁ 19ଟି ଟି 20 ମ୍ୟାଚ୍‌ ଖେଳି 394 ରନ୍‌ ସଂଗ୍ରହ କରିଛନ୍ତି। ସେହ୍ବାଗ ବିଶ୍ବର ଏକମାତ୍ର ଖେଳାଳି ଯିଏକି ସମସ୍ତ ଫର୍ମାଟରେ 100ରୁ ଅଧିକ ଷ୍ଟ୍ରାଇକ୍‌ ରେଟ୍‌ରେ ରନ୍‌ସଂଗ୍ରହ କରିଛନ୍ତି।

Related posts