ୟୁଏସ୍ ଓପନରୁ ଓହରିଲେ ରାଫେଲ୍ ନାଦାଲ

Published: Aug 5, 2020, 5:56 pm IST

ୱାଶିଂଟନ୍ : ୟୁଏସ୍ ଓପନରୁ ଓହରି ଯାଇଛନ୍ତି ବିଶ୍ୱର ଦୁଇ ନମ୍ବର ମାନ୍ୟତା ପ୍ରାପ୍ତ ଟେନିସ୍‌ ଖେଳାଳୀ  ରାଫେଲ୍ ନାଦାଲ । ଚଳିତ ମାସର ୩୧ ତାରିଖରୁ ଅନୁଷ୍ଠିତ ହେବାକୁ ଥିବା ୟୁଏସ୍ ଓପନ୍ରୁ ନାଦାଲ୍ ଓହରିବା ନେଇ ଟ୍ୱିଟ୍ କରି ଘୋଷଣା କରିଛନ୍ତି । ସମଗ୍ର ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଥିବା ବେଳେ ଏପରି ସମୟରେ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବା ବୁଦ୍ଧିମତାର ପରିଚାୟକ ନୁହେଁ । କରୋନା କାରଣରୁ ବିଗତ ଚାରି ମାସ ଧରି କୋର୍ଟରୁ ଦୂରେଇ ରହିବାକୁ ପଡିଛି, ତେଣୁ ଆଉ କିଛି ଦିନ ଧୈର୍ଯ୍ୟ ଧରି ରହିବାକୁ ପଡିବ ବୋଲି କହିଛନ୍ତି ରାଫେଲ୍‌ ।  ଚାରିଥର ୟୁଏସ୍ ଓପନ୍ ବିଜେତା ନାଦାଲ ୟୁଏସ୍ ଓପନ୍ରୁ ଓହରିବା ସମ୍ପର୍କରେ ଟୁଇଟ୍‌ରେ ଘୋଷଣା କରିଛନ୍ତି । ନିକଟରେ ନାଦାଲ ଓହରି ଯିବା ପରେ  ମାଦ୍ରିଦ୍ ଓପନ୍ ମଧ୍ୟ ବନ୍ଦ ରଖାଯାଇଥିଲା ।

Related posts