କରୋନାରେ ଆକ୍ରାନ୍ତ ହେଲେ ଏହି ଭାରତୀୟ ହକି ଖେଳାଳି

Published: Aug 10, 2020, 1:32 pm IST

ବେଙ୍ଗାଲୁରୁ : ସାରା ଭାରତରେ କରୋନା କାୟା ମେଲାଇ ସାରିଥିବାବେଳେ ନେତା, ଅଭିନେତା, ଖେଳାଳୀ ପରି ବହୁ ନାମୀଦାମୀ ହସ୍ତୀମାନେ ମଧ୍ୟ ଏହାର କବଳରୁ ମୁକ୍ତି ପାଇପାରୁନାହାନ୍ତି । ପୂର୍ବରୁ ଅଭିନେତା ଅମିତାଭ ବଚ୍ଚନ, ଗୃହମନ୍ତ୍ରୀ ଅମିତ୍‌ ଶାହା, ତାମିଲନାଡୁ ରାଜ୍ୟପାଳଙ୍କ ପରି ବହୁ ନାମୀଦାମୀ ହସ୍ତୀମାନେ କରୋନାରେ ଆକ୍ରାନ୍ତ ହେବା ପରେ ଭାରତୀୟ ହକି ଦଳର ପ୍ରମୁଖ ଖେଳାଳି କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି ।

ଭାରତୀୟ ହକି ଦଳର ଅନ୍ୟତମ ପ୍ରମୁଖ ଖେଳାଳି ମନଦୀପ୍ ସିଂ କରୋନା ଆକ୍ରାନ୍ତ ହୋଇଥିବାର ସୂଚନା ମିଳିଛି ।  ଭାରତୀୟ ହକି ଦଳର ଷଷ୍ଠ ଖେଳାଳି ଭାବରେ ମନଦୀପ୍ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଆସନ୍ତ ଅଗଷ୍ଟ 20 ତାରିଖରୁ ବେଙ୍ଗାଲୁରୁ ସ୍ଥିତ ସାଇ କ୍ୟାମ୍ପରେ ଟ୍ରେନିଂ ଆରମ୍ଭ ହେବାକୁ ଯାଉଛି । ସମସ୍ତ ଖେଳାଳିଙ୍କୁ ଆଇସୋଲେସନ୍‌ରେ ରଖାଯାଇଥିବା ବେଳେ ଆରଟି ପିସିଆର ଟେଷ୍ଟ କରାଯାଉଛି । ସୋମବାର ମନଦୀପଙ୍କ ନମୁନା ପଜିଟିଭ ଆସିଥିଲା । ଏହା ପୂର୍ବରୁ ଭାରତୀୟ ଅଧିନାୟକ ମନପ୍ରୀତ୍ ସିଂ ଏବଂ ଅନ୍ୟ 4ଖେଳାଳି ମଧ୍ୟ କରୋନା ପଜିଟିଭ୍ ସାବ୍ୟସ୍ତ ହୋଇଥିଲେ । ଏହି ସମସ୍ତ ଖେଳାଳି ଲକ୍ଷଣହୀନ ଥିଲେ ବୋଲି ହକି ଇଣ୍ଡିଆ ପକ୍ଷରୁ ପ୍ରକାଶ କରାଯାଇଛି । ପୂର୍ବରୁ ସୁରେନ୍ଦ୍ର କୁମାର, ଯଶକରଣ ସିଂ, ବରୁଣ କୁମାର ଏବଂ ଗୋଲ କିପର୍ କ୍ରିଷନ୍ ବାହାଦୂର ପାଠକ ମଧ୍ୟ କରୋନା ପଜିଟିଭ୍ ସାବ୍ୟସ୍ତ ହୋଇଥିଲେ । (ଏଜେନ୍ସି)

Related posts