ଲଣ୍ଡନ୍ : 35 ବର୍ଷର ଏକ ପୁରୁଣା ଜୋତା 4.59 କୋଟିରେ ବିକ୍ରି ହୋଇଛି । ତେବେ ଏହି ଜୋତାଟି କୌଣସି ମାମୁଲି ଜୋତା ନୁହେଁ । ଏହି ଜୋତା ହେଉଛି ଆମେରିକାର ପୂର୍ବତନ ବରିଷ୍ଠ ବାସ୍କେଟବଲ୍ ଖେଳାଳୀ ମାଇକେଲ୍ ଜୋର୍ଡାନ୍ଙ୍କର । ବରିଷ୍ଠ ବାସ୍କେଟବଲ୍ ଖେଳାଳୀ ମାଇକେଲ୍ ଜୋର୍ଡାନ୍ ଯେଉଁ ଜୋତା ପିନ୍ଧି ଖେଳିଥିଲେ, ସେଇ ଜୋତାଟି ଅନଲାଇନ୍ରେ ନିଲାମୀ ହୋଇଛି । ନିଲାମୀରେ ଏହି ଜୋତାଟି 61, 5000 ଆମେରିକୀୟ ଡଲାରରେ ବିକ୍ରି ହୋଇଛି । ଯାହା ଭାରତୀୟ ମୁଦ୍ରାରେ 4 କୋଟି 59 ଲକ୍ଷ ଟଙ୍କାରେ ବିକ୍ରି ହୋଇଥିବାର ସୂଚନା ରହିଛି । ଷ୍ଟାଡିୟମ୍ ଗୁଡସ୍ ସହିତ କ୍ରିଷ୍ଟି ଆକାଶନ୍ରେ ଓରିଜିନାଲ୍ ଏୟାର୍ ନାମରେ ଏହାର ନିଲାମୀ କରାଯାଇଥିଲା । ଏହି ଜୋତାଟିକୁ ’ଏୟାର ଜୋର୍ଡାନ୍ 1’ ନାମରେ ନାମିତ । ଚିକାଗୋ ବୁଲସ୍ର ଷ୍ଟାର୍ ଜୋର୍ଡାନ୍ 1985 ମସିହାରେ ଏକ ପ୍ରଦର୍ଶନୀ ମ୍ୟାଚ୍ରେ ଏହି ଜୋତାଟି ପିନ୍ଧିଥିଲେ ।
ଜୋର୍ଡାନ୍ ନିଜର 14 ବର୍ଷର କ୍ୟାରିୟର୍ ସମୟରେ ଯେତେ ବି ଜୋତା ପିନ୍ଧିଥିଲେ, ସମସ୍ତ 9 ଯୋଡ଼ା ଯୋତାଟିକୁ ନିଲାମୀ କରାଯାଇଛି । ମାଇକେଲ୍ ଜୋର୍ଡାନ୍ ଜୋତା କଲେକ୍ଟସନ୍ରେ ବହୁତ ରୁଚି ରଖିଥିଲେ । ବାସ୍କେଟ୍ବଲ ଜଗତରେ ମାଇକେଲ୍ ଜୋର୍ଡାନ୍ ଦୁନିଆର ସବୁଠୁ ଲୋକପ୍ରିୟ ଖେଳାଳି ରୂପେ ଜଣାଶୁଣା । ଖେଳରୁ ଅବସର ନେବାର ବହୁ ବର୍ଷ ପରେ ତାଙ୍କର କ୍ରେଜ୍ ଏପର୍ଯ୍ୟନ୍ତ ରହିଆସିଛି । ଏଥିପାଇଁ ତାଙ୍କ ବ୍ୟବହୃତ ସମସ୍ତ ଜିନିଷକୁ କିଣିବା ପାଇଁ ଲୋକେମାନେ ଆଗ୍ରହ ପ୍ରକାଶ କରିଛନ୍ତି।
ଜୋର୍ଡାନ ଏବଂ ନାଇକର ମାଲିକାନାରେ ଥିବା ଜୋର୍ଡାନ ବ୍ରାଣ୍ଡ ଜାତିଗତ ସମାନତା ଏବଂ ସାମାଜିକ ନ୍ୟାୟକୁ ପ୍ରୋତ୍ସାହିତ କରିବା ପାଇଁ 100 ମିଲିୟନ୍ ଦାନ କରିବା ନେଇ ଘୋଷଣା କରିଛନ୍ତି । (ଏଜେନ୍ସି)