Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅବୈଧ ସୁନା ରଖିବା ଅଭିଯୋଗରେ ବିମାନ ବନ୍ଦରରେ ଅଟକ ରହିଲେ କୃଣାଲ ପାଣ୍ଡ୍ୟା
ଆଜିର ଖବର

ଅବୈଧ ସୁନା ରଖିବା ଅଭିଯୋଗରେ ବିମାନ ବନ୍ଦରରେ ଅଟକ ରହିଲେ କୃଣାଲ ପାଣ୍ଡ୍ୟା

November 13, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : ଆଇପିଏଲ 2020 ସରିଯାଇଛି । ଦୁବାଇରୁ ସମସ୍ତ ଖେଳାଳି ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଭାରତୀୟ କ୍ରିକେଟର କୃଣାଲ ପାଣ୍ଡ୍ୟାଙ୍କୁ ମୁମ୍ବାଇ ବିମାନବନ୍ଦରରେ ଅଟକ ରଖାଯାଇଛି । ଦୁବାଇରୁ ଆଇପିଏଲ ଖେଳି ଫେରୁଥିବା କୁନାଲଙ୍କୁ ଅଘୋଷିତ ସୁନା ରଖିବା ଅଭିଯୋଗରେ ଅଟକ ରଖାଯିବା ସହିତ ପଚରା ଉଚୁରା କରାଯାଉଛି । ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରର ଦୁଇ ନମ୍ବର ଟର୍ମିନାଲରେ ସିନିୟର ପାଣ୍ଡ୍ୟାଙ୍କୁ ଅଟକ ରଖାଯାଇଥିଲା । କୃଣାଲଙ୍କ ସମେତ ପତ୍ନୀ ପଙ୍ଖୁଡୀ ଶର୍ମାଙ୍କୁ ମଧ୍ୟ ବର୍ହିଶୁଳ୍କ ବିଭାଗ ପକ୍ଷରୁ ବିମାନ ବନ୍ଦରରେ ଅଟକ ରଖାଯାଇଛି ।

ଜବତ କରାଯାଇଥିବା ସାମଗ୍ରୀ ମଧ୍ୟରେ ଅଘୋଷିତ ସୁନା ଅଳଙ୍କାର ଏବଂ ମୂଲ୍ୟବାନ ଘଣ୍ଟା ଜବତ କରାଯାଇଥିବା ନେଇ ଅର୍ଥନୈତିକ ଗୁଇନ୍ଦା ନିଦେ୍ର୍ଧଶାଳୟ (ଡିଆରଆଇ) ପକ୍ଷରୁ ସୂଚନା ମିଳିଛି । ଗୁରୁବାର ସନ୍ଧ୍ୟାରେ କୃଣାଲ ଏବଂ ପଙ୍ଖୁଡୀଙ୍କୁ ବିମାନ ବନ୍ଦର କର୍ତ୍ତୃପକ୍ଷ ଅଟକ ରଖିଥିଲେ । ଜବତ ସାମଗ୍ରୀର ମୂଲ୍ୟାୟନ କରାଯାଇନଥିଲେ ମଧ୍ୟ ଏହାର ମୂଲ୍ୟ ପ୍ରାୟ 1କୋଟି ଟଙ୍କା ହେବ । ଏହି ସାମଗ୍ରୀ ପାଇଁ କୃଣାଲଙ୍କୁ ଅର୍ଥଦଣ୍ଡ ପ୍ରଦାନ କରିବାକୁ ପଡିବ । ମାମଲା ବର୍ହିଶୁଳ୍କ ବିଭାଗକୁ ହସ୍ତାନ୍ତର କରାଯାଇଥିବା ନେଇ ଡିଆରଆଇ ପକ୍ଷରୁ କୁହାଯାଇଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଖୁବ ଶିଘ୍ର ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହେବ ମୁକ୍ତ ବାଣିଜ୍ୟ ଚୁକ୍ତିନାମା, ଶେଷ ହେଲା ଆଲୋଚନା

November 9, 2025

ନିର୍ବାଚନ ସମ୍ପର୍କିତ ଭ୍ରାନ୍ତିପୂର୍ଣ୍ଣ ସୂଚନା ପ୍ରସାର ନ କରିବା ପାଇଁ ମୁଖ୍ୟ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ

November 9, 2025

ରଥଯାତ୍ରା ସମୟରେ ଦଳାଚକଟା ଘଟଣା: ୭ ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ

November 9, 2025

ବାରାଣସୀରୁ ଚାରୋଟି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

November 9, 2025
Latest News

ଖୁବ ଶିଘ୍ର ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହେବ ମୁକ୍ତ ବାଣିଜ୍ୟ ଚୁକ୍ତିନାମା, ଶେଷ ହେଲା ଆଲୋଚନା

November 9, 2025

ଆଜି ସରିବ ନୂଆପଡା ଉପନିର୍ବାଚନ ପ୍ରଚାର, ଅପରାହ୍ନ ସୁଦ୍ଧା ବାହାର ନେତାଙ୍କୁ ବାହାରିବାକୁ ନିର୍ଦ୍ଦେଶ

November 9, 2025

ନିର୍ବାଚନ ସମ୍ପର୍କିତ ଭ୍ରାନ୍ତିପୂର୍ଣ୍ଣ ସୂଚନା ପ୍ରସାର ନ କରିବା ପାଇଁ ମୁଖ୍ୟ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ

November 9, 2025

ରଥଯାତ୍ରା ସମୟରେ ଦଳାଚକଟା ଘଟଣା: ୭ ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ

November 9, 2025

ବାରାଣସୀରୁ ଚାରୋଟି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

November 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.