Categories
ଆଜିର ଖବର ଜାତୀୟ ଖବର

୭ କୋଟି ଟପିଲା ଅଟଳ ପେନସନ ଯୋଜନା ଅଧୀନରେ ମୋଟ ପଞ୍ଜୀକରଣ

ନୂଆଦିଲ୍ଲୀ: ଅଟଳ ପେନସନ ଯୋଜନା (ଏପିୱାଇ) ଅଧୀନରେ ମୋଟ ପଞ୍ଜୀକରଣ ୭ କୋଟି ଅତିକ୍ରମ କରିଥିବା ବେଳେ ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ରେ ଏହା ୫୬ ଲକ୍ଷରୁ ଅଧିକ ହୋଇଛି।ଏହି ଯୋଜନା କାର୍ଯ୍ୟକାରୀ ହେବାର ୧୦ମ ବର୍ଷରେ ପହଞ୍ଚିଛି ଏବଂ ସମସ୍ତ ବ୍ୟାଙ୍କ ଏବଂ ଏସଏଲବିସି/ୟୁଟିଏଲବିସିର ଅକ୍ଳାନ୍ତ ପ୍ରୟାସ ଦ୍ୱାରା ସମାଜର ସବୁଠାରୁ ଦୁର୍ବଳ ବର୍ଗଙ୍କୁ ପେନସନ ପରିସରଭୁକ୍ତ କରି ଏକ ବଡ଼ ମାଇଲଖୁଣ୍ଟ ହାସଲ କରିଛି।

ନିକଟ ଅତୀତରେ ପେନସନ ପାଣ୍ଠି ଏବଂ ନିୟାମକ ଉନ୍ନୟନ କର୍ତ୍ତୃପକ୍ଷ (ପିଏଫଆରଡିଏ) ଏହି ଯୋଜନାର ସଚେତନତା ସୃଷ୍ଟି ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛି ଯଥା ରାଜ୍ୟ ଓ ଜିଲ୍ଲା ସ୍ତରରେ ଏପିୱାଇ ଆଉଟରିଚ କାର୍ଯ୍ୟକ୍ରମ ଆୟୋଜନ, ସଚେତନତା ଏବଂ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ, ବିଭିନ୍ନ ଗଣମାଧ୍ୟମ ଚ୍ୟାନେଲ ମାଧ୍ୟମରେ ପ୍ରଚାର, ହିନ୍ଦୀ, ଇଂରାଜୀ ଏବଂ ୨୧ଟି ଆଞ୍ଚଳିକ ଭାଷାରେ ଏକ ପୃଷ୍ଠାର ସରଳ ଏପିୱାଇ ଫ୍ଲାୟାର / ହ୍ୟାଣ୍ଡଆଉଟ୍ ଉନ୍ମୋଚନ କରିବା। ଏବଂ ନିୟମିତ ପ୍ରଦର୍ଶନ ସମୀକ୍ଷା।

ଏପିୱାଇକୁ ଏପରି ଭାବରେ ଡିଜାଇନ୍ କରାଯାଇଛି ଯେ ଏହା କେବଳ ଉପଭୋକ୍ତାଙ୍କୁ ଜୀବନବ୍ୟାପୀ ନିର୍ଦ୍ଦିଷ୍ଟ ଏବଂ ନିଶ୍ଚିତ ପେନସନ ରାଶି ପ୍ରଦାନ କରି ନୁହେଁ, ବରଂ ଉପଭୋକ୍ତାଙ୍କ ମୃତ୍ୟୁ ପରେ ସମାନ ପେନସନ୍ ରାଶି ପ୍ରଦାନ କରି ଜୀବନସାଥୀଙ୍କୁ ଏବଂ ପରେ ଗ୍ରାହକ ଏବଂ ପତ୍ନୀଙ୍କ ମୃତ୍ୟୁ ପରେ ସମ୍ପୂର୍ଣ୍ଣ କର୍ପସ୍ (୬୦ ବର୍ଷ ବୟସ ପର୍ଯ୍ୟନ୍ତ ସଂଗୃହୀତ) ମନୋନୀତ ବ୍ୟକ୍ତିଙ୍କୁ ଫେରସ୍ତ କରି ପରିବାରକୁ ମଧ୍ୟ ପ୍ରଦାନ କରିଥାଏ।

ଏପିୱାଇ ହେଉଛି ଭାରତ ସରକାରଙ୍କ ଏକ ପ୍ରମୁଖ ସାମାଜିକ ସୁରକ୍ଷା ଯୋଜନା, ଯାହା ସମସ୍ତ ଭାରତୀୟ, ବିଶେଷକରି ଗରିବ, ଅବହେଳିତ ଏବଂ ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ପାଇଁ ଏକ ସାର୍ବଜନୀନ ସାମାଜିକ ସୁରକ୍ଷା ବ୍ୟବସ୍ଥା ସୃଷ୍ଟି କରିବା ଉଦ୍ଦେଶ୍ୟରେ ୨୦୧୫ ମେ ୯ ତାରିଖରେ ଆରମ୍ଭ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ସାମାଜିକ ସେବା କ୍ଷେତ୍ରରେ ବ୍ୟୟ ପରିମାଣ ୨୦୨୩ – ୨୪ରେ ଜିଡିପିର ୭.୮%କୁ ବୃଦ୍ଧି

ନୂଆଦିଲ୍ଲୀ: ସାମ୍ପ୍ରତିକ ବର୍ଷ ଗୁଡ଼ିକରେ ଭାରତର ସାମାଜିକ ଏବଂ ସଂସ୍ଥାଗତ ପ୍ରଗତି କଲ୍ୟାଣର ସଶକ୍ତ ଆଭିମୁଖ୍ୟ ମାଧ୍ୟମରେ ହାସଲ ହୋଇଛି, କାରଣ ନୂତନ ଆଭିମୁଖ୍ୟ ସରକାରୀ କାର୍ଯ୍ୟକ୍ରମ ଗୁଡ଼ିକର କାର୍ଯ୍ୟକାରିତା ଏବଂ ଖର୍ଚ୍ଚ ଫଳପ୍ରଦତାକୁ ପରିବର୍ତ୍ତନ କରିବା ଉପରେ ଗୁରୁତ୍ୱ ଦେଉଛି।

ଅଟଳ ପେନସନ ଯୋଜନା (ଏପିୱାଇ) ଭଳି ଯୋଜନା ମାଧ୍ୟମରେ ଅଣସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ପାଇଁ ଶେଷ ମାଇଲ ସେବା ଯୋଗାଣ ଏବଂ ସୁଲଭ ସାମାଜିକ ସୁରକ୍ଷା ଯୋଜନା ପାଇଁ ସଂସ୍କାର କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଛି। ଆଜି ସଂସଦରେ କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ ଅର୍ଥନୈତିକ ସର୍ବେକ୍ଷଣ ୨୦୨୩ – ୨୪ରେ ଏହା ଉଲ୍ଲେଖ କରାଯାଇଛି।

ବହୁମୁଖୀ ଦାରିଦ୍ର‌୍ୟ ହ୍ରାସ

ସାମାଜିକ ସେବା ଉପରେ ଖର୍ଚ୍ଚ ପରିମାଶ ୨୦୧୭ – ୧୮ରେ ଜିଡିପିର ୬.୭% ଥିବାବେଳେ ୨୦୨୩ -୨୪ରେ ଏହା ଜିଡିପିର ୭.୮%କୁ ବୃଦ୍ଧି ପାଇଛି। କାର୍ଯ୍ୟକ୍ରମର ଉନ୍ନତ କାର୍ଯ୍ୟକାରିତା ସହିତ ବର୍ଦ୍ଧିତ ଅର୍ଥନୈତିକ ଗୁରୁତ୍ୱ ଯୋଗୁଁ ବହୁମୁଖୀ ଦାରିଦ୍ର‌୍ୟ ଦ୍ରୁତ ଗତିରେ ହ୍ରାସ ପାଇଛି ଏବଂ (ଜାତୀୟ) ବହୁମୁଖୀ ଦାରିଦ୍ର‌୍ୟ ସୂଚକାଙ୍କ (ଏମପିଆଇ) ୨୦୧୫ – ୧୬ରେ ୦.୧୧୭ ଥିବା ବେଳେ ୨୦୧୯ – ୨୧ରେ ଏହା ୦.୦୬୬ କୁ ହ୍ରାସ ପାଇଛି। ୨୦୧୫ – ୧୬ ରୁ ୨୦୧୯ – ୨୧ ମଧ୍ୟରେ ୧୩.୫ କୋଟି ଭାରତୀୟ ବହୁମୁଖୀ ଦାରିଦ୍ର‌୍ୟରୁ ମୁକ୍ତି ପାଇଛନ୍ତି ବୋଲି ଅର୍ଥନୈତିକ ସର୍ବେକ୍ଷଣ ୨୦୨୩  -୨୪ରେ କୁହାଯାଇଛି।

ଏହି ଧାରା ଗ୍ରାମୀଣ ଭାରତରୁ ପ୍ରେରିତ, ଯେଉଁଥିରେ ବିହାର, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଓଡ଼ିଶା ଏବଂ ରାଜସ୍ଥାନ ଭଳି ରାଜ୍ୟରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ସୁଧାର ଘଟିଛି। ୨୦୧୫ – ୧୬ରୁ ୨୦୧୯ -୨୧ ମଧ୍ୟରେ ଉତ୍ତରପ୍ରଦେଶରେ ଗରିବ ଲୋକଙ୍କ ସଂଖ୍ୟାରେ ସର୍ବାଧିକ ହ୍ରାସ ଘଟିଛି ଏବଂ ୩.୪୩ କୋଟି ଲୋକ ବହୁମୁଖୀ ଦାରିଦ୍ର‌୍ୟରୁ ମୁକ୍ତି ପାଇଛନ୍ତି।

ଗ୍ରାମୀଣ – ସହରାଞ୍ଚଳ ବିଭାଜନରେ ଅସମାନତା ହ୍ରାସ ହୋଇଛି  ଓ ବିଭାଜନ କମିଛି

ଅର୍ଥନୈତିକ ସର୍ବେକ୍ଷଣରେ ଏହା ମଧ୍ୟ ଦର୍ଶାଯାଇଛି ଯେ ସାମାଜିକ କ୍ଷେତ୍ରରେ ବିଭିନ୍ନ ପଦକ୍ଷେପର ପରିଣାମ ସ୍ୱରୂପ ଅସମାନତା ହ୍ରାସ ହୋଇଛି। ଗତ ଦଶନ୍ଧିରେ ଗ୍ରାମୀଣ କ୍ଷେତ୍ର ପାଇଁ ଗିନି ଗୁଣାଙ୍କ (ଗିନି କୋଏଫିସିଏଂଟ) ୦.୨୮୩ ରୁ ୦.୨୬୬ ହ୍ରାସ ପାଇଛି ଏବଂ ସହରାଞ୍ଚଳ କ୍ଷେତ୍ର ପାଇଁ ୦.୩୬୩ ରୁ ୦.୩୧୪ ହୋଇଯାଇଛି।

ସେହିପରି ଗ୍ରାମୀଣ – ସହରାଞ୍ଚଳ ବିଭାଜନରେ ମଧ୍ୟ ବହୁତ ହ୍ରାସ ଦେଖାଦେଇଛି, କାରଣ ଗ୍ରାମୀଣ ଓ ସହରାଞ୍ଚଳ ମାସିକ ମୁଣ୍ଡପିଛା ବ୍ୟବହାର ବ୍ୟୟ (ଏମପିସିଇ) ମଧ୍ୟରେ ଥିବା ପାର୍ଥକ୍ୟ ୨୦୧୧ – ୧୨ରେ ୮୩.୯% ଥିବାବେଳେ ୨୦୨୨ – ୨୩ରେ ଏହା ୭୧.୨% କୁ ହ୍ରାସ ପାଇଛି।