Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବଲାଙ୍ଗୀର ରାଜପରିବାରେ ବିଦ୍ରୋହ, ଅର୍କେଶଙ୍କ ବିରୋଧରେ ନିର୍ଯ୍ୟାତନା ଅଭିଯୋଗ ଆଣିଲେ ପତ୍ନୀ

ଭୁବନେଶ୍ବର: ବଲାଙ୍ଗୀରର ପ୍ରତିଷ୍ଠିତ ରାଜପରିବାରରେ ବିଦ୍ରୋହ ଦେଖାଦେଇଛି। ବଲାଙ୍ଗୀର ରାଜା ରାଜା ତଥା ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂଦେଓଙ୍କ ସାନ ବୋହୁ ନିର୍ଯ୍ୟାତନା ଅଭିଯୋଗ ଆଣିଛନ୍ତି। ଅନଙ୍ଗଙ୍କ ସାନ ପୁଅ ଅର୍କେଶଙ୍କ ପତ୍ନୀ ଅଦ୍ରିଜା ସିଂଦେଓ ନିର୍ଯ୍ୟାତନା ଅଭିଯୋଗ କରି ଡେରାଡୁନ ଥାନାରେ ମାମଲା ଋଜୁ କରିଛନ୍ତି।

ସେ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ଦୀର୍ଘ ମାସ ଧରି ଯୌତୁକ ନିର୍ଯ୍ୟାତନା ଦିଆଯାଉଛି। ଶଶୂର ଅନଙ୍ଗ ଉଦୟ ସିଂଦେଓ, ସ୍ବାମୀ ଅର୍କେଶ, ବିଜୟ ଲକ୍ଷ୍ମୀ ଦେବୀ, ମେଘନା ରାଣା ଗତ ୫ ବର୍ଷ ଧରି ବାରମ୍ବାର ମାନସିକ ନିର୍ଯାତନା ଦେଉଥିଲେ। ଏପରିକି ତାଙ୍କୁ ମାରଧର କରିବା ସହିତ ଜୀବନରେ ମାରିଦେବାକୁ ଧମକ ଦେଉଛନ୍ତି। ସେହିପରି ରାଜପରିବାରର ଷ୍ଟାଫଙ୍କୁ ଲଗାଇ ମୋତେ ଅପମାନିତ ମଧ୍ୟ କରାଯାଉଥିଲା।

ଅର୍କେଶଙ୍କ ସ୍ତ୍ରୀ ଅଦ୍ରିଜା ହେଉଛନ୍ତି ଡେରାଡୁନ ବାସିନ୍ଦା। ସେ ହେଉଛନ୍ତି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ବିଶ୍ବନାଥ ପ୍ରତାପ ସିଂଙ୍କ ନାତୁଣୀ। ୨୦୧୭ ନଭେମ୍ବର ୨୩ରେ ତାଙ୍କର ଅର୍କେଶଙ୍କ ସହିତ ବାହାଘର ହୋଇଥିଲା। ଏହି ଘଟଣା ଜଣାପଡିବା ପରେ ଚାରିଆଡେ ବେଶ ଚର୍ଚ୍ଚା ଚାଲିଛି।