Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଡବଲ୍‌ ମର୍ଡର କେସ୍‌ ମାମଲା: ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡାଦେଶ

ଭୁବନେଶ୍ବର: ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ ଦଣ୍ଡାଦେଶ। ଛତିଶଗଡର ରାୟଗଡ ସେସନ କୋର୍ଟ ଏହି ରାୟ ଦେଇଛନ୍ତି। ପୂର୍ବରୁ ଏହି ମାମଲାରେ କୋର୍ଟ ଶୁଣାଣି କରିଥିବା ବେଳେ ଆଜି ରାୟ ପ୍ରକାଶ କରିଛନ୍ତି। ହେଲେ ପ୍ରମାଣ ଅଭାବରୁ ତାଙ୍କ ଡ୍ରାଇଭରକୁ ଖଲାସ କରାଯାଇଛି।

୨୦୧୬ ରେ ଡବଲ୍‌ ମର୍ଡର କେସ୍‌ ମାମଲାରେ ରାୟଗଡା ପୋଲିସ୍‌ ତାଙ୍କୁ ଗିରଫ କରିଥିଲା। ୨୦୧୬ ମସିହା ମେ’ ୫ ତାରିଖରେ ଅନୁପ ସାଏ ମାଅ ଓ ଝିଅଙ୍କୁ ଲୁହା ରଡରେ ପିଟି ହତ୍ୟା କରିଥିଲେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାୟଗଡା ଏସ୍‌ପି।ମୃତକଙ୍କ ପରିଚୟ ଲୁଚାଇବାକୁ ଉଭୟ ମାଆ, ଝିଅଙ୍କ ମରଶରୀରରେ ଗାଡି ଚଢାଇ ଦେଇଥିଲେ।

୬ ଟି ରାଜ୍ୟରେ ସାତ ଶହ ଲୋକଙ୍କୁ ଜେରା କରିବା ପରେ ଏହି ଘଟଣାର ସତ୍ୟାସତ୍ୟା ସାମ୍ନାକୁ ଆସିଥିଲା। ମୃତ କଳ୍ପନା ଦାସଙ୍କ ସହିତ ସମ୍ପର୍କରେ ରହିଥିଲେ ବି ବିବାହ ନେଇ ଉଭୟଙ୍କ ମଧ୍ୟରେ ମତଭେଦ ହୋଇଥିଲା। ବିବାହ ସହିତ ସମ୍ପତ୍ତିରେ ଭାଗ ମାଗିବାରୁ ରାସ୍ତାରୁ କଳ୍ପନାକୁ ହଟାଇଥିଲେ ଅନୁପ ସାଏ।