Categories
ଆଜିର ଖବର ରାଜ୍ୟ ଖବର

ସୋମବାରରେ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି, ଅନଲାଇନ ପଞ୍ଜୀକରଣ ପାଇଁ ଭିତରେ ଥିବା ଲିଙ୍କକୁ କ୍ଲିକ କରନ୍ତୁ

ଭୁବନେଶ୍ବର: ଆସନ୍ତା ଜୁନ ୯ ତାରିଖ (ସୋମବାର) ଦିନ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ପାଇଁ ଅନଲାଇନ ପଞ୍ଜୀକରଣ ଜୁନ ୬ ତାରିଖ ଦିବା ୧୧ ଘଟିକା ଠାରୁ ଆରମ୍ଭ ହେବ । ଏଥନିମନ୍ତେ, ଆଗ୍ରହୀ ଜନସାଧାରଣ ଜନଶୁଣାଣି ପୋର୍ଟାଲ (https://janasunani.odisha.gov.in/) ମାଧ୍ୟମରେ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକଙ୍କୁ ସାକ୍ଷାତ କରିବା ପାଇଁ ପଞ୍ଜୀକରଣ କରିପାରିବେ ।

ଜନସାଧାରଣ ପଞ୍ଜୀକରଣ ପ୍ରାପ୍ତି ସ୍ଵୀକାର ପତ୍ର, ବ୍ୟକ୍ତିଗତ ପରିଚୟ ପତ୍ର ତଥା ନିଜର ଅଭିଯୋଗ ପତ୍ର ସହ ଦର୍ଶାଯାଇଥବା ସ୍ଥାନରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହି ନିଜର ଅଭିଯୋଗ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକଙ୍କୁ ଜଣାଇପାରିବେ। ଏତଦ୍ ଭିନ୍ନ ଅଣପଞ୍ଜୀକୃତ ଆବେଦନକାରୀମାନଙ୍କର ଅଭିଯୋଗ ପତ୍ରଗୁଡିକୁ ମଧ୍ୟ ଯୁଗ୍ମ ଶୁଣାଣି ଶିବିରରେ ସିଧାସଳଖ ଗ୍ରହଣ କରାଯାଇପାରିବ। ଏ ସମ୍ପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଏଥର ଅଭିଯୋଗ ପ୍ରକୋଷ୍ଠରେ ନୁହେଁ, ଭୁବନେଶ୍ବରର ଆଉ ଏକ ସ୍ଥାନରେ ମୁଖ୍ୟମନ୍ତ୍ରୀ କରିବେ ଜନ ଶୁଣାଣି

ଭୁବନେଶ୍ବର: ଆସନ୍ତା ସୋମବାର ଦିନ ଅଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି। ଗତ କିଛି ସପ୍ତାହ ଭୁବନେଶ୍ବର ବାହାରେ ଏହି ଶୁଣାଣି ହୋଇଆସୁଛି। ହେଲେ ଏଥର ଭୁବନେଶ୍ବରରେ ଜନ ଶୁଣାଣୀ ହେବ ହେଲେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ନୁହେଁ। ଏଥର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭୁବନେଶ୍ବରର ଅଶୋକ ନଗରରେ ଅଭିଯୋଗ ଶୁଣାଣି କରିବେ।

ଏ ନେଇ ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏଥର ଅଭିଯୋଗ ଅଶୋକ ନଗରରସ୍ଥିତ ୟୁନିଟ 2 ରେ ଥିବା ପୁରୁଣା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ କରାଯିବ। ଏହା କ୍ୟାପିଟାଲ ନର୍ସିରୀ ନିକଟରେ ଅବସ୍ଥିତ। ଏହି ସ୍ଥାନକୁ ମୁଖ୍ୟମନ୍ତ୍ରୀ ଯାଇ ଲୋକଙ୍କର ଅଭିଯୋଗ ଶୁଣାଣି କରିବେ। ସେଥିପାଇଁ ଅନଲାଇନ ପଞ୍ଜିକରଣ ଆସନ୍ତାକାଲିଠାରୁ ଆରମ୍ଭ ହେବ।

Categories
ଆଜିର ଖବର ରାଜ୍ୟ ଖବର

ଦୁଇଟି ସୋମବାର ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ

ଭୁବନେଶ୍ବର: ଆସନ୍ତା ଦୁଇଟି ସୋମବାରରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ପ୍ରଦାନ କରାଯାଇଛି। ସେହି ଅନୁସାରେ ଅଗଷ୍ଟ ୧୯ ଏବଂ ଅଗଷ୍ଟ ୨୬ ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ।

ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ, ଆଗାମୀ ଅଗଷ୍ଟ ୧୯ ତାରିଖ (ସୋମବାର ) ଏବଂ ଅଗଷ୍ଟ ୨୬ତାରିଖ(ସୋମବାର)ରେ ଭୁବନେଶ୍ୱର, ୟୁନିଟ-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନଶୁଣାଣି ବନ୍ଦ ରହିବ। ସରକାରୀ ଛୁଟି ଥିବାରୁ ଏହି ଦିନଗୁଡ଼ିକରେ ଅଭିଯୋଗ ଶୁଣାଣି ବନ୍ଦ ରହିବ। ଏ ସଂପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନିର୍ବାଚନ ଆଚରଣବିଧି ଯୋଗୁଁ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ

ଭୁବନେଶ୍ବର: ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଆଦର୍ଶ ଆଚରଣବିଧି ଘୋଷଣା ହୋଇଥିବାରୁ ନିର୍ବାଚନ ପ୍ରକିୟା ସମ୍ପୂର୍ଣ୍ଣ ହେଲା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ଶୁଣାଣି ବନ୍ଦ ରହିବ ଏ ନେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି।

ଗତକାଲିଠାରୁ ସାରା ଦେଶରେ ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହୋଇଛି। ଓଡିଶାରେ ଚାରୋଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ଏକ ସଙ୍ଗେ ଲୋକସଭା ଓ ବିଧାନସଭା  ମଇ ୧୩ ତାରିଖ, ମଇ ୨୦ ତାରିଖ, ମଇ୨୫ ତାରିଖ ଏବଂ ଜୁନ ୧ ତାରିଖ ହେବ। ଭୋଟ ଗଣତି ଜୁନ ଚାରି ତାରିଖରେ ହେବ।