Categories
ଆଜିର ଖବର ଖେଳ ଜାତୀୟ ଖବର

ଅମ୍ପାୟାରଙ୍କ ନିଷ୍ପତ୍ତିରେ ଅସନ୍ତୁଷ୍ଟ ୟୁଜଭେନ୍ଦ୍ରଙ୍କୁ ସୁର୍ଯ୍ୟକୁମାର କଲେ ଆଲିଙ୍ଗନ, ଦେଖନ୍ତୁ ଭିଡିଓ

ମୁମ୍ବାଇ: ଆଇପିଏଲ୍ ମ୍ୟାଚ୍ ସମୟରେ ଅନେକ ମଜାଦାର ଦୃଶ୍ୟ ଦେଖାଯାଏ। ଯଦି ମୁମ୍ବାଇ ଇଣ୍ଡିଆନ୍ସର ଦଳ ଖେଳୁଛି, ତେବେ ନିଶ୍ଚିତ ଭାବରେ କିଛି ରୋଚକ ଦୃଶ୍ୟ ଦେଖିବାକୁ ମିଳେ। ଦଳର ବରିଷ୍ଠ ଖେଳାଳି କିରାନ୍ ପୋଲାର୍ଡ ପ୍ରାୟତଃ କିଛି ନା କିଛି କରୁଥିବା ଦେଖାଯାନ୍ତି। କିନ୍ତୁ ଏଥର ସୂର୍ଯ୍ୟକୁମାର ଯାଦବଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏକ ବିଶେଷ ଉତ୍ସବରେ ୟୁଜବେନ୍ଦ୍ର ଚହଲଙ୍କୁ ସୂର୍ଯ୍ୟକୁମାର ଆଲିଙ୍ଗନ କରି କିଛି ସେକେଣ୍ଡ ପାଇଁ ତାଙ୍କ ଆଡକୁ ଚାହିଁ ରହିଛନ୍ତି। ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି।

ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ରାଜସ୍ଥାନ ରୟାଲ୍ସ ୫ ୱିକେଟରେ ହାରିଛି। ଏହି ମ୍ୟାଚ ସମୟରେ ସୂର୍ଯ୍ୟକୁମାର ଯାଦବ ବ୍ୟାଟିଂ କରୁଥିଲେ। ଅନ୍ୟପକ୍ଷରେ ଚହଲ ଏହି ଇନିଂସର ଅଷ୍ଟମ ଓଭର ବୋଲିଂ କରୁଥିଲେ। ଏହି ଓଭରର ଶେଷ ବଲରେ ଚହଲ ସୂର୍ଯ୍ୟକୁମାରଙ୍କ ଆଉଟ ପାଇଁ ଆବେଦନ କରିଥିଲେ। ସେ ଅତ୍ୟନ୍ତ ଆତ୍ମବିଶ୍ୱାସୀ ମନେ ହେଉଥିଲେ। କିନ୍ତୁ ଏହି ନିଷ୍ପତ୍ତି ସୂର୍ଯ୍ୟକୁମାରଙ୍କ ସପକ୍ଷରେ ଥିଲା ଏବଂ ଚହଲ ନିରାଶ ହୋଇଥିଲେ। ଏହା ଦେଖି ସୂର୍ଯ୍ୟକୁମାର ତାଙ୍କୁ ଆଲିଙ୍ଗନ କରି କିଛି ସମୟ ଦେଖିବାରେ ଲାଗିଲେ। ସୋସିଆଲ ମିଡିଆରେ ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି।

ସୂଚନାଯୋଗ୍ୟ ଯେ, ଏହି ମ୍ୟାଚରେ ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୫୮ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ମୁମ୍ବାଇ ୧୯.୨ ଓଭରରେ ଲକ୍ଷ୍ୟ ହାସଲ କରିଥିଲା। ମୁମ୍ବାଇ ପାଇଁ ସୂର୍ଯ୍ୟକୁମାର ଯାଦବ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୫ ଟି ଚୌକା ଓ ୨ ଟି ଛକା ସହାୟତାରେ ୩୯ ବଲରେ ୫୧ ରନ୍ ସଂଗ୍ରହ କରିଥିଲେ। ସେହିଭଳି ତିଲକ ବର୍ମା ୩୫ ରନ୍ କରିଥିଲେ।