ନୂଆଦିଲ୍ଲୀ: ଆଜି ଦିଲ୍ଲୀ ବିଧାନସଭା ଭୋଟ ଗଣତି ପରେ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ଆସିଛି। ତାହା ହେଲା ଆପ ର ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୱାଲ ନିର୍ବାଚନରେ ହାରିଯାଇଛନ୍ତି। ନୂଆଦିଲ୍ଲୀ ଆସନରେ ଲଢେଇ କରୁଥିବା ଅରବିନ୍ଦ ତାଙ୍କ ନିକଟତମ ପ୍ରତିଦ୍ବନ୍ଦି ପରବେଶ ବର୍ମାଙ୍କଠାରୁ 3 ହଜାର 183 ଭୋଟରେ ହାରିଯାଇଛନ୍ତି। ପରବେଶ ବର୍ମା ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ସାହେବସିଂ ବର୍ମାଙ୍କୁ ପୁଅ।
ସେହିପରି ଆମ ଆଦମୀ ପାର୍ଟିର ଅନ୍ୟତମ ଚେହେରା ମନୀଷ ସିସୋଦିଆ ମଧ୍ୟ ନିର୍ବାଚନରେ ହାରିଯାଇଛନ୍ତି। ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଦକ୍ଷିଣପୂର୍ବ ଦିଲ୍ଲୀର ଜଙ୍ଗପୁରାରେ ପରାଜୟ ସ୍ୱୀକାର କରିଛନ୍ତି। ତାଙ୍କର ନିକଟତମ ବିଜେପି ପ୍ରତିଦ୍ୱନ୍ଦ୍ୱୀ ତରବିନ୍ଦର ସିଂହ ମାରୱାହ ତାଙ୍କୁ ମାତ୍ର 600 ଭୋଟରେ ପରାସ୍ତ କରିଛନ୍ତି।
ଆମ ଆଦମୀ ଦୁଇ ପ୍ରମୁଖ ଚେହେରା ନିର୍ବାଚନ ହାରିଯିବା ପରେ ଦଳ ପାଇଁ ଏକ ବଡ ବିପର୍ଯ୍ୟୟ ସାବସ୍ତ ହୋଇଛି।