Categories
ଆଜିର ଖବର ରାଜ୍ୟ ଖବର

୧୧ ଫୁଟ ଲମ୍ବର ଅହିରାଜ ଉଦ୍ଧାର

ରଣପୁର: ରଣପୁର କ୍ଷୁଦ୍ର ଜଳସେଚନ ବିଭାଗ କାର୍ଯ୍ୟାଳୟ ପରିସରରୁ ୧୦ ଦିନ ଭିତରେ ୨ଟି ଅହିରାଜ ସାପ ଉଦ୍ଧାର କରାଯାଇଥିବା ଜଣାଯାଇଛି। କିଛି ଦିନ ତଳେ ଅଫିସର ପରିସ୍ରାଗାରା ଭିତରୁ ଏକ ୧୦ ଫୁଟର ଅହିରାଜ ଉଦ୍ଧାର କରାଯାଇଥିବା ବେଳେ ଗତକାଲି ଅଫିସ ପରିସରରେ ଥିବା ପଣସ ଗଛରୁ ଏକ ୧୧ ଫୁଟ୍‌ର ଅହିରାଜକୁ ଉଦ୍ଧାର କରାଯାଇଛି। ସାପ ଧରାଳି ମନୁ ଥାପା ଏହି ଦୁଇଟି ଅହିରାଜକୁ ଉଦ୍ଧାର କରି ରଣପୁର ସଂରକ୍ଷିତ ଜଙ୍ଗଲରେ ଛାଡି ଦେଇଥିବା ଜଣାଯାଇଛି।